Katrina Kaif ଙ୍କ ଜୀବନର 5 ଟି ସବୁଠୁ ବଡ ବିବାଦ ! ଯାହାକୁ ମନେ ପକାଇ ଲୋକେ ଆଜି ବି ତାଙ୍କୁ ଗାଳି ଦେଉଛନ୍ତି

ବହୁ ଚର୍ଚ୍ଚା ପରେ ଭିକି କୌଶଲ ଏବଂ କ୍ଯାଟ୍ରିନା କେଫ ରାଜସ୍ଥାନରେ ରାଜକୀୟ ଢଙ୍ଗରେ ବିବାହ କରି ନେଇଛନ୍ତି । ଆଉ ଏବେ ସେମାନଙ୍କ ବିବାହର ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅନ୍ୟ ସେଲିବ୍ରିଟି ଓ ପ୍ରଶଂସକ ମାନେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି । ତେବେ ବଲିଉଡ ସେଲିବ୍ରିଟି ମାନେ ସମୟ ସମୟରେ ଅନେକ ବିବାଦରେ ଫସି ରୁହନ୍ତି, ତାହା ତ ସମସ୍ତଙ୍କୁ ଜଣା । ସେହିଭଳି କ୍ଯାଟ୍ରିନାଙ୍କୁ ନେଇ ମଧ୍ୟ ଅନେକ ବିବାଦ ଉଠି ସାରିଛି ।

କ୍ଯାରିୟର ଗ୍ରାଫ ଉପରକୁ ଉଠିବା ସହ କ୍ଯାଟ୍ରିନା ନିଜକୁ ସଂଯମ ରଖିବା ଶିଖି ଯାଇଛନ୍ତି । କିନ୍ତୁ ଏହା ପୂର୍ବରୁ ସେ ଅନେକ ଥର ନିଜ ହରକତ ପାଇଁ ହେଡଲାଇନ୍ସ ବନି ସାରିଛନ୍ତି । ଏକ ସମୟରେ ଦବଙ୍ଗ ଖାନ ସଲମାନଙ୍କ ସହ କ୍ଯାଟ୍ରିନାଙ୍କ ନାମ ଯୋଡି ହୋଇଥିଲା । ଏହା ବ୍ଯତୀତ ସୋନାମ କପୁରଙ୍କ ସହ ହୋଇଥିବା ବୟାନବାଜିକୁ ନେଇ ମଧ୍ୟ କ୍ଯାଟ୍ରିନା ଖୁବ୍ ଚର୍ଚ୍ଚାରେ ରହିଥିଲେ । କିଙ୍ଗ ଖାନ ଶାହରୁଖଙ୍କ ସହ କିସିଂ ସିନ୍ ବିବାଦ ହେଉ ଅବା ବଲିଉଡର ଅନ୍ୟ କଳାକାରଙ୍କ ସହ କ୍ୟାଟ ଫାଇଟ ହେଉ, କ୍ଯାଟ୍ରିନା ସର୍ବଦା ବିବାଦ ଘେରରେ ରହି ଆସିଛନ୍ତି ।

ନିଜ ରିଲେସନଶିପ କୁ ନେଇ କ୍ଯାଟ୍ରିନା ସର୍ବଦା ନୀରବ ରହି ଆସିଥିଲେ ମଧ୍ୟ, ଦୁନିଆକୁ କିଛି କଥା ଅଛପା ନାହିଁ । ସଲମାନ ଖାନ ହେଉନ୍ତୁ ବା ରଣବୀର କପୁରଙ୍କ ସହ କ୍ଯାଟ୍ରିନାଙ୍କ ଲଭ ଆଫେୟାର ଲୁଚି ରହିପାରି ନଥିଲା । କ୍ଯାଟ୍ରିନା କେଫ ଓ ସଲମାନ ଖାନଙ୍କ ନାମ ଏକାଠି ଅନେକ ଦିନ ପର୍ଯ୍ୟନ୍ତ ଯୋଡି ହୋଇ ରହିଥିଲା । ଯାହାପରେ ସମସ୍ତେ ଭାବୁଥିଲେ କି ସଲମାନ ସତରେ ଏବେ ବିବାହ କରିନେବେ ।

କିନ୍ତୁ ଏହି ସମ୍ପର୍କ ସମୟରେ ସଲମାନ ଖାନ କ୍ଯାଟ୍ରିନାଙ୍କ ସହ ଅନେକ ଥର ମା-ର-ପି-ଟ କରିଛନ୍ତି ବୋଲି ଶୁଣିବାକୁ ମିଳେ । ଏକଦା ସଲମାନ ଅଭିନେତ୍ରୀଙ୍କୁ ତାଙ୍କ ଡ୍ରେସକୁ ନେଇ ସମସ୍ତଙ୍କ ସାମନାରେ ତାଗିଦ କରିଥିଲେ । କ୍ଯାଟ୍ରିନା ଆଜି ଜଣେ ସଫଳ ଅଭିନେତ୍ରୀ ହୋଇଥିଲେ ମଧ୍ୟ ତାଙ୍କ ଫିଲ୍ମ କ୍ଯାରିୟର ଆରମ୍ଭରେ ସେ ବି-ଗ୍ରେଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ତାଙ୍କର ପ୍ରଥମ ଫିଲ୍ମ ‘ବୁମ୍’ ରେ ସେ ଅନେକ ବୋଲ୍ଡ ସିନ୍ ଦେଇଥିଲେ ଏବଂ ଗୁଲଶନ ଗ୍ରୋଭରଙ୍କ ସହ ତାଙ୍କ ଭିଡିଓ ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା ।

ସେହିପରି କ୍ଯାଟ୍ରିନାଙ୍କ ୨୭ତମ ଜନ୍ମଦିନରେ ସଲମାନ ଓ ଶାହରୁଖଙ୍କ ମଧ୍ୟରେ ଜମେଇକି ବିବାଦ ଦେଖା ଦେଇଥିଲା, ଯାହା ସେତେବେଳେ ମିଡିଆରେ ଚର୍ଚ୍ଚାର ବିଷୟ ରହିଥିଲା । ତେବେ ସମୟକ୍ରମେ ଉଭୟଙ୍କ ମଧ୍ୟରେ ଏହି ବିବାଦ କମ୍ ହୋଇଥିବାର ଦେଖିବାକୁ ମିଳେ । କ୍ଯାଟ୍ରିନା ଅଭିନେତା ରଣବୀର କପୁରଙ୍କ ସହ ମଧ୍ୟ ୬ ବର୍ଷ ପର୍ଯ୍ୟନ୍ତ ସିରିୟସ ରିଲେସନଶିପରେ ରହିଥିଲେ । ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିବା ସମୟରେ ସେମାନେ ଅଲଗା ହୋଇ ଯାଇଥିଲେ ।

ଯାହାଫଳରେ କ୍ଯାଟ୍ରିନା ଖୁବ୍ ଲାଇମ ଲାଇଟରେ ରହିଥିଲେ । କିନ୍ତୁ ଭିକି କୌଶଲଙ୍କ ସହ କ୍ଯାଟ୍ରିନାଙ୍କ ସମ୍ପର୍କ ସେତେ ଚର୍ଚ୍ଚାକୁ ଆସି ନଥିଲା ଓ ଦୁହେଁ ମିଡିଆ ଠାରୁ ବଞ୍ଚି ରହି ବିବାହ ମଧ୍ୟ କରି ନେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।