Delhi ବିଧାନସଭା ତଳୁ ମିଳିଲା ଏକ ଗୁପ୍ତ ସୁଡଙ୍ଗ (secret tunnel), ବିଧାନସଭାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ଲମ୍ବିଛି ଏହି ସୁଡଙ୍ଗ, ଦେଖନ୍ତୁ Video

ଆମ ଦେଶ ଭାରତ ନାନା ପ୍ରକାର ରହସ୍ୟମୟ ସ୍ଥାନରେ ପରିପୂର୍ଣ୍ଣ ଅଟେ । ବିଭିନ୍ନ ସମୟରେ ଏପରି କିଛି ନୂଆ ଖୁଲାସା ହୁଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦିଏ । ଏହିପରି ଏକ ରୋଚକ ଖୁଲାସା ହୋଇଛି ଆମ ରାଜଧାନୀ ଦିଲ୍ଲୀରେ । ଦିଲ୍ଲୀ ବିଧାନସଭା ତଳୁ ଗୋଟିଏ ଗୁ-ପ୍ତ ସୁ-ଡ-ଙ୍ଗ ଥିବା ସୂଚନା ମିଳିଛି । ବିଧାନସଭା ତଳେ ଏକ ସୁ-ଡ-ଙ୍ଗ ଥିବା ସୂଚନା ମିଳିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ଏତେ ବର୍ଷ ଧରି ସେହି ସ୍ଥାନରେ ଗୋଟିଏ ସୁ-ଡ-ଙ୍ଗ ମଧ୍ୟ ଥାଇପାରେ ଏହା କେହି କଳ୍ପନା ମଧ୍ୟ କରି ନଥିଲେ ।

ଇଂରେଜ ମାନେ ଆମ ଦେଶରେ ୩୦୦ ବର୍ଷର ଶାସନକାଳରେ ଅନେକ କିଛି ନିର୍ମାଣ ମଧ୍ୟ କରିଥିଲେ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ଏହି ସୁଡଙ୍ଗଟି କେଉଁ ଯାଏ ଯାଇଛି ? ତେବେ ଏହି ସୁଡଙ୍ଗଟି ଇଂରେଜ ମାନଙ୍କ ସମୟରୁ ତିଆରି ହୋଇଥିବା ଏବଂ ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ଯାଇଥିବା ଦାବି କରାଯାଉଛି । ଏହି ସୁଡଙ୍ଗ ମାଧ୍ୟମରେ ଗୁ-ପ୍ତ ଭାବେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ନିଆଯାଉ ଥିବା ଏବଂ ଇଂରେଜମାନେ ମଧ୍ୟ ଆବଶ୍ୟକ ସ୍ଥଳେ ଗୁ-ପ୍ତ ଭାବେ ଯାତାୟାତ କରୁଥିବା କୁହାଯାଉଛି ।

ଦିଲ୍ଲୀ ବିଧାନସଭାର ଅଧ୍ୟକ୍ଷ ରାମ ନିବାସ ଗୋୟଲଙ୍କ କହିବା ନୁଯାୟୀ ଏହି ସୁ-ଡ-ଙ୍ଗ କେବେ ନିର୍ମାଣ ହୋଇଥିଲା ଏହାର ଇତିହାସକୁ ନେଇ ଏବେ ପର୍ଯ୍ୟନ୍ତ କୌଣସି ଅତିରିକ୍ତ ତଥ୍ୟ ସଂଗ୍ରହ ହୋଇପାରି ନାହିଁ । କିନ୍ତୁ ଇଂରେଜ ମାନଙ୍କ ଶାସନ ସମୟରେ ଏହି ସୁଡଙ୍ଗର ବ୍ଯ୍ବହାର କରାଯାଉ ଥିବା ବିବେଚନା କରାଯାଉଛି । ଶ୍ରୀଯୁକ୍ତ ରାମ ନିବାସ ଗୋୟଲ ସୂଚନା ଦେଇଛନ୍ତି କି, ଏହି ସୁଡଙ୍ଗର ମୁଖ ସେମାନେ ଖୋଜି ସାରିଛନ୍ତି । କିନ୍ତୁ ଏହାକୁ ଆଗକୁ ଖୋଳାଯାଇ ନାହିଁ । କାରଣ ଏହା ଉପରେ ମେଟ୍ରୋ ଏବଂ ଅନ୍ୟ କେତେକେ ନିର୍ମାଣ ହୋଇସାରିଛି ।

ଶ୍ରୀଯୁକ୍ତ ଗୋୟଲ ସୂଚନା ଦେଇଛନ୍ତି କି, ମରାମତି କରିବା ପରେ ଏହି ସୁଡଙ୍ଗ କୁ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ଖୋଲାଯିବ । ଏହା ଉପରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର ମଧ୍ୟ କରନ୍ତୁ । ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।