ହୃଦୟ ବିଦାରକ ଦୃଶ୍ୟ ! ଦେଖୁ ଦେଖୁ ସବୁକିଛି ଜଳିପୋଡି ଛାରଖାର ହୋଇଗଲା, ସବୁ ସରିଗଲା କହି କାନ୍ଦି କାନ୍ଦି ନୟାନ୍ତ ହେଲେଣି ଦୋକାନୀ, ଦେଖନ୍ତୁ video

ଆଖି ସାମ୍ନାରେ ହୁତୁହୁତୁ ହୋଇ ଜଳିଗଲା ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସର ପ୍ରାୟ 42ଟି ଦୋକାନ । ଦୋକାନ ଜଳିଯିବା ପରେ ଦୋକାନ ମାଲିକ ଓ ସେମାନଙ୍କ ପରିବାର ଭାଙ୍ଗି ପଡିଛନ୍ତି । କାରଣ ସବୁକିଛି ମାଟିରେ ମିଶି ପୋଡି ପାଉଁଶ ହୋଇଯାଇଛି । ଧୂଆଁ ସଂପୂର୍ଣ୍ଣ ଭାବେ ଆୟତ୍ତକୁ ଆସି ନଥିବା ବେଳେ ଦୋକାନ ମାଲିକ ମାନେ କେତେବେଳେ ଦୋକାନ ଭିତରକୁ ଯିବେ ଏବେବି ଅପେକ୍ଷା କରି ରହିଛନ୍ତି ।

ଯେଉଁ ଦୋକାନ ଯୋଗୁଁ ତାଙ୍କ ଘର ପରିବାର ଚଳୁଥିଲା ଓ ହଜାର ହଜାର ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଦୋକାନରେ ରଖିଥିଲେ ତାହା ସେମାନଙ୍କ ଆଖି ସାମ୍ନାରେ ଜଳିଯାଇଛି । ଦୋକାନର ଅବସ୍ଥା ଦେଖି ଆଖିରୁ ଲୁହ ଗଡାଉଛନ୍ତି ଦୋକାନ ମାଲିକ ଓ ତାଙ୍କ ପରିବାର । ଯେଉଁ ଦୋକାନ ଯୋଗୁଁ ତାଙ୍କ ପରିବାର ପ୍ରତିପୋଷଣ କରୁଥିଲେ ଆଜି ସେହି ଦୋକାନ ପୋଡି ଛାରଖାର ହେବା ପରେ ସେମାନେ କଣ କରିବେ ଏହି ପ୍ରଶ୍ନ ସମସ୍ତଙ୍କୁ ଘାରିଛି ।

କେମିତି ଦୋକାନ ଭିତରକୁ ଯାଇ କିଛି କାଗଜପତ୍ର ବଞ୍ଚିଛି କି ନାହିଁ ଦେଖିବେ ବୋଲି ଆଖି ତରସି ଗଲାଣି । ସବୁ ଜଳିପୋଡି ଯାଇଥିବା ବେଳେ ଦୋକାନକୁ ନେଇ ଏବେ କଣ କରିବେ ତାହା ଭାବି ଏବେ ଏମାନଙ୍କ ମୁଣ୍ଡ ଘୁରେଇ ଦେଉଛି । ଦୋକାନକୁ ଆଖି ସାମ୍ନାରେ ଏଭଳି ଜଳିଯିବା ଦେଖି କାନ୍ଦି କାନ୍ଦି ଅବସ୍ଥା ଖରାପ ହୋଇଗଲାଣି । ଦୋକାନରୁ ସେମାନେ ଚଳିବା ସହ ତାଙ୍କ ଷ୍ଟାଫମାନେ ମଧ୍ୟ ଚଳୁଥିଲେ । ଏବେ ସେଠାରେ ଆଉ ଦୋକାନ କରିବା ସମ୍ଭବ ନୁହେଁ କାରଣ ଏତେ ଘଣ୍ଟା ଧରି ଜଳୁଥିବା ବିଲଡିଙ୍ଗ ଭୁଷୁଡି ଯିବାର ସମ୍ଭାବନା ରହିଛି ।

ଆଉ ତାଙ୍କର ଯେତେ କ୍ଷତି ହୋଇଛି ସରକାର ସେହି ଅନୁସାରେ ତାଙ୍କୁ ସାହାଯ୍ୟ କରିପାରିବେ ନାହିଁ ବୋଲି ଜଣେ ମହିଳା ଦୋକାନୀ କହିଛନ୍ତି । ସେ ଦୋକାନ ନୂଆ କରି ଇନୋଭେସନ କରିଥିଲେ ଓ ଦୋକାନରେ ଅନେକ ମାଲ ଥିଲା । ଏପରିକି ଦୋକାନର ଋଣ ମଧ୍ୟ ସୁଝି ନାହାନ୍ତି । ଆଉ ଏବେ ସବୁ ଜଳିଯିବା ପରେ କଣ ହେବ ସେନେଇ ସେ କିଛି ଭାବି ପାରୁନାହାନ୍ତି ବୋଲି କହିଛନ୍ତି । ଧୂଆଁ ପ୍ରାୟ ଆୟତ୍ତରେ ଆସି ଯାଇଥିବା ବେଳେ ଏବେ ଦୋକାନ ଭିତରକୁ ଯିବାକୁ ଅନେଇ ରହିଛନ୍ତି ଦୋକାନ ମାଲିକମାନେ ।

ପ୍ରାୟ ଅଧିକାଂଶ ଦୋକାନୀ ମାନେ ଲୋନ କରି ଦୋକାନ କରିଥିବା ବେଳେ ଏବେ ରୋଜଗାରର ବାଟ ବି ବନ୍ଦ ହୋଇଯାଇଛି । ତେବେ ଏବେ କେମିତି ଭରଣପୋଷଣ କରିବେ ସେନେଇ ସମସ୍ତେ ଚିନ୍ତାରେ ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।