ଦେଖୁ ଦେଖୁ ଜଳିଗଲା ବ୍ଯାଟେରୀ ଗାଡି, ଅଳ୍ପକେ ବର୍ତ୍ତିଗଲେ ଗାଡି ଚାଳକ, ଦୃଶ୍ୟ ଦେଖିଲେ ଆପଣ ବି ଭୟ କରିବେ, ଦେଖନ୍ତୁ video

ପୁଣି ସାମ୍ନାକୁ ଆସିଲା ବିଦ୍ୟୁତ ଚଳିତ ଇଲେକ୍ଟ୍ରିକ ସ୍କୁଟର ଜଳିବାର ଦୃଶ୍ୟ । ବ୍ଯାଟେରୀ ଗାଡିରେ ନି-ଆଁ ଲାଗିଥିବା ବେଳର ଏକ ଭିଡିଓ ଏବେ ପୁଣି ଭାଇରାଲ ହେଉଛି । ଚାହୁଁ ଚାହୁଁ କେଇ ମିନିଟ ମଧ୍ୟରେ ବ୍ଯାଟେରୀ ଗାଡିରେ ନି-ଆଁ ଲାଗିବା ସହ ଏହା ଜଳି ଏକଦମ ଛାରଖାର ହୋଇଗଲା । ଗତକାଲି ସମ୍ବଲପୁର ମହାନଗର ନିଗମ ଗୁରୁପାଲି ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଭିଡିଓରେ ଆପଣ ଦେଖି ପାରୁଥିବେ କି କି ସ୍କୁଟି କେମିତି ସଂପୂର୍ଣ୍ଣ ହୁତୁହୁତୁ ହୋଇ ଜଳିଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁପାଲି ଗ୍ରାମର ଜଗନ୍ନାଥ ଦୀକ୍ଷିତ ସବୁଦିନ ଭଳି ସେଦିନ ମଧ୍ୟ ତାଙ୍କର ବିଦ୍ୟୁତ ଚାଳିତ ଦୁଇ ଚକିଆ ଗାଡିକୁ ନିଜ ଘର ସାମ୍ନାରେ ରହି ଷ୍ଟାର୍ଟ କରୁଥିଲେ । ଏହି ସମୟରେ ଦେଖିବାକୁ ପାଇଥିଲେ କି ହଠାତ ଗାଡିରେ ନିଆଁ ଲାଗି ଯାଇଛି । ନିଆଁ ଲାଗିବାର କିଛି ସମୟ ମଧ୍ୟରେ ଘର ସାମ୍ନାରେ ଗାଡିଟି ହୁତୁହୁତୁ ହୋଇ ଜଳି ପାଉଁଶ ହୋଇଗଲା । ତେବେ ଗାଡି ମାଲିକ ଜଗନ୍ନାଥ ଦୀକ୍ଷିତ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ଗାଡିଟି ଘର ସାମ୍ନାରେ ଠିଆ କରିଥିବା ବେଳେ ସେ ଗାଡି ଷ୍ଟାର୍ଟ କରୁଥିଲେ । ହେଲେ ଷ୍ଟାର୍ଟ ହେବା ପରେ ହଠା ଦେଖିଥିଲେ ଗାଡିର ପଛଆଡୁ ନିଆଁ ବାହାରୁଛି । ସେ ଡରି ଯାଇ ତୁରନ୍ତ ଗାଡି ଠାରୁ ଦୂରେଇ ଆସିଥିଲେ ଓ ଗାଡିରେ ପାଣି ପକେଇ ନି-ଆଁ ଲିଭେଉବାକୁ ଚେଷ୍ଟା କରିଥିଲେ । ହେଲେ ନି-ଆଁ ଏତେ ଜୋରରେ ଜଳିଥିଲା ଯେ ଏହା ଲିଭିବାର ନାଁ ଧରୁ ନଥିଲା ।

ବ୍ଯାଟେରୀ ଗାଡିରେ ନି-ଆଁ ଲାଗିବା ଘଟଣା ଅନେକ ଥର ସାମ୍ନାକୁ ଆସୁଛି । ଏଥିପାଇଁ ଅନେକ ଧନଜୀବନ ମଧ୍ୟ ନଷ୍ଟ ହେଉଥିବାର ଦେଖିବାକୁ ମିଳୁଛି । ତେବେ ବ୍ଯାଟେରୀ ଗାଡି ମାନଙ୍କରେ କାହିଁକି ନି-ଆଁ ଲାଗୁଛି ସେନେଇ କୌଣସି କାରଣ ସ୍ପଷ୍ଟ ହୋଇନାହିଁ । ଏଭଳି ଏବେ ବଜାରରେ ଦିନକୁ ଦିନ ଭାଟେରୀ ଗାଡିର ଚାହିଦା ବଢିବାରେ ଲାଗିଥିବା ବେଳେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ଗ୍ରାହକଙ୍କୁ ଚିନ୍ତାରେ ପକାଇ ଦେଉଛି ।

ପୂର୍ବରୁ ବ୍ଯାଟେରୀ ଗାଡିରେ ନି-ଆଁ ଲାଗିବା ହେତୁ ଲୋକଙ୍କ ଜୀବନ ଚାଲିଯିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଆଉ ଏବେ ଏଭଳି ଏକ ଘଟଣାକୁ ନେଇ ବ୍ଯାଟେରୀ ଗାଡି ଚଲାଉଥିବା ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।