ସାଇବର ଠକଙ୍କ ଟାର୍ଗେଟରେ ମନ୍ତ୍ରୀ ନବ ଦାସଙ୍କ ଝିଅ Deepali Das, ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା, ଖାଲି କରିଦେଲେ ଆକାଉଣ୍ଟ, ଥାନର ଦ୍ଵାରସ୍ଥ ହେଲେ ଦୀପାଳି

ଅଧା ଅଧା କରି ସବୁ ଟଙ୍କା ଲୁ-ଟି-ଲେ ଆଉ ପୁରା ଖାଲି କରିଦେଲେ ଆକାଉଣ୍ଟ । ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ନବ ଦାସଙ୍କ ଝିଅ ଦୀପାଳି ଦାସ । ଆଉ ଏହାର କାରଣ ହେଉଛି ସେ ଏବେ ସାଇବର ଠ-କ-ଙ୍କ ଟାର୍ଗେଟରେ ପଡିଛନ୍ତି । ଠକମାନେ ତାଙ୍କୁ ଏମିତି ଲୁ-ଟି-ନେ-ଲେ ଯେ ସେ କିଛି ଜାଣି ପାରିଲେନି । ଯେତେବେଳେ ଆକାଉଣ୍ଟ ଚେକ୍ କରିଥିଲେ ସେତେବେଳେ ଜାଣିବାକୁ ପାଇଥିଲେ କି ଆକାଉଣ୍ଟରେ ଟଙ୍କା ନାହିଁ ବୋଲି ।

ବାପା ନବ ଦାସଙ୍କ ହ-ତ୍ୟା ମାମଲା ପରେ ଏବେ ଝିଅ ଦୀପାଳି ସହ ଏମିତି କିଛି ଘଟିଛି । ନବ ଦାସ ଥିବାବେଳେ ଝିଅ ସହ ଏମିତି କେବେ ହୋଇ ନଥିଲା । ହେଲେ ମୁଣ୍ଡ ଉପରୁ ସାହାରା ହଟିଗଲା ପରେ ଏବେ ଦୀପାଳି ଏମିତି ଠ-କେ-ଇ-ର ଶିକାର ହୋଇଛନ୍ତି । ଦୀପାଳିଙ୍କୁ ଏବେ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି ସାଇବର ଲୁ-ଟେ-ରା । ନବ ଦାସ ଯିବା ପରେ ଏବେ ତାଙ୍କର ଅବୁ ସମ୍ପତି ଉପରେ ଝିଅ ଦୀପାଳିଙ୍କର ଅଧିକାର ରହିଛି ବୋଲି ଭଲଭାବେ ଜାଣିଛନ୍ତି ଲୁ-ଟେ-ରା-ମା-ନେ ।

ସେଥିପାଇଁ ବୋଧ ହୁଏ ସାଇବର ଲୁ-ଟେ-ରା-ମାନେ ଦୀପାଳିଙ୍କ ଉପରେ ନଜର ରଖିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଦୀପାଳିଙ୍କ ଆକାଉଣ୍ଟରୁ ପ୍ରାୟ ଦେଢ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ଆସିଛି । ଏନେଇ ଦୀପାଳି ଦାସ ନିଜେ ଯାଇ ସମ୍ବଲପୁର ଅଇଁଠାପାଲି ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ।

ଦୀପାଳିଙ୍କ ICICI ବ୍ଯାଙ୍କରୁ ଟଙ୍କା ଦେଢ ଲକ୍ଷ ଟଙ୍କା ଗାୟବ ହୋଇ ଯାଇଥିବା ଜଣାପଡିଛି । ଦୀପାଳିଙ୍କ ଆକାଉଣ୍ଟରୁ ପ୍ରଥମେ ସିଧା ଏକ ଲକ୍ଷ ଟଙ୍କା ଓ ପରେ 50 ହଜାର ଟଙ୍କା ଡେବିଟ ହୋଇଥିଲା । ଗତ ମାର୍ଚ୍ଚ 6 ତାରିଖରେ ଦୀପାଳିଙ୍କ ସହ ଏଭଳି ସାଇବର ଅ-ପ-ରା-ଧ ଘଟିଥିବା ସୂଚନା ରହିଛି । ଦିନକୁ ଦିନ ସାଇବର ଠ-କ-ଙ୍କ ପ୍ରାଦୁର୍ଭାବ ବଢି ଚାଲିଥିବା ବେଳେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରଭାବଶାଳୀ ଲୋକ ପର୍ଯ୍ୟନ୍ତ ସେମାନେ ସମସ୍ତଙ୍କୁ ନିଜ ଶିକାର କରୁଥିବା ନଜର ରହିଛି ।

କିଛି ଦିନ ତଳେ ନିଜ ବାପାଙ୍କୁ ହରାଇଥିବା ଦୀପାଳିଙ୍କ ସହ ଏଭଳି ଘଟିବା ପରେ ସେ ଚିନ୍ତାରେ ପଡି ଯାଇଛନ୍ତି । ତେବେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସେହି ଲୁ-ଟେ-ରା-ଙ୍କୁ ଧରିପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।