IPL 2021 ପରେ Dhoni, Rohit Kohli ଓ Pant କରୋନା ପୀଡିତଙ୍କ ପାଇଁ ଦାନ କଲେ ଏତେ କୋଟି ଟଙ୍କା ଜିତିଲେ ସମସ୍ତଙ୍କ ହୃଦୟ

ଖେଳାଳି ମାନଙ୍କ ସୁରକ୍ଷା ପାଇଁ ଚଳିତ ବର୍ଷ ଆଇପିଏଲ ସ୍ଥଗିତ ହେବା ପରେ ସମସ୍ତ ଖେଳାଳୀମାନେ ଭାରତୀୟ ନାଗରିକଙ୍କ ପାଇଁ ନିଜ ଖଜାନା ଖୋଲି ଦେଇଛନ୍ତି । ପ୍ରାୟତଃ ସମସ୍ତେ କିଛି ନା କିଛି ପରିମାଣର ଅର୍ଥ ଭାରତ ଦେଶବାସୀଙ୍କ ପାଇଁ ଦାନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଧୋନି, କୋହଲି, ରୋହିତ ଶର୍ମା ଆଦି ଏପରି କାର୍ଯ୍ୟ କରିଛନ୍ତି ଯାହା ଦ୍ଵାରା ପୁରା ଦେଶର ହୃଦୟ ଜିତି ପାରିଛନ୍ତି । ତେବେ ଚାଲନ୍ତୁ ଦେଖିବା କେଉଁ ଖେଳାଳି କେତେ ପରିମାଣର ଅର୍ଥ ଦାନ ଦେଇଛନ୍ତି ।

ଟୁର୍ନାର୍ମେଣ୍ଟ ସ୍ଥଗିତ ହେବା ସକାଶେ ଫ୍ରାଞ୍ଚାଇଜ୍ ଗୁଡ଼ିକ କ୍ଷତିରେ ଥିବା ବେଳେ ମଧ୍ୟ ନିଜ ଦେଶକୁ ଯଥାସମ୍ଭବ ସାହାଯ୍ୟ ଯୋଗାଇ ଦେବାକୁ ପଛାଇ ନାହାଁନ୍ତି । ଆର୍.ସି.ବି ଟିମ୍ ତରଫରୁ ବ୍ୟାଙ୍ଗଲୋର୍ ର ଅନେକ ସ୍ଥାନରେ ଅକ୍ସିଜେନ୍ ଅଭାବ ଦୂର କରିବା ପାଇଁ ପ୍ରୟାସ ଜାରି ରହିଛି । ସେହିପରି ରାଜସ୍ଥାନ ରୟାଲ୍ସ୍ ଏକ ମିଲିୟନ ଡଲାର ବା ପ୍ରାୟ ସାଢେ଼ ସାତ କୋଟି ଟଙ୍କା ଦାନ କରିଛନ୍ତି । ଦିଲ୍ଲୀ ଫ୍ରାଞ୍ଚାଇଜ୍ ର ମାଲିକ ମଧ୍ୟ ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ ଦାନ କରିଛନ୍ତି ।

ପଞ୍ଜାବ କିଙ୍ଗସ୍ ଆସୋସିଏସନ୍ ମଧ୍ୟ ଘୋଷଣା କରିଥିଲେ ଯେ ସେ ନିଜ ତରଫରୁ ଅକ୍ସିଜେନ୍ ଯୋଗାଇବା ପାଇଁ ଯଥାସମ୍ଭବ ସାହାଯ୍ୟ କରିବେ । ଖେଳାଳି ଶିଖର ଧାୱନ ୨୦ ଲକ୍ଷ ଟଙ୍କା ଦାନ କରି ସମସ୍ତଙ୍କ ହୃଦୟ ଜିତିବା ସହ ଏହି ବର୍ଷ ଆଇପିଏଲ ରୁ ମିଳିଥିବା ସମସ୍ତ ଅର୍ଥ ସେ ଦାନ କରିବେ ବୋଲି ଘୋଷଣା କରିଛନ୍ତି । କ୍ରିକେଟ ଭଗବାନ ସଚିନ ତେନ୍ଦୁଲକର ମଧ୍ୟ ଦିଲ୍ଲୀର ଏକ ସଂସ୍ଥାକୁ ଅକ୍ସିଜେନ୍ ପାଇଁ ଏକ କୋଟି ଟଙ୍କା ସାହାଯ୍ୟ ରାଶି ଦାନ କରିଛନ୍ତି ।

ପାଣ୍ଡ୍ୟା ବ୍ରଦର୍ସ ମଧ୍ୟ ଗ୍ରାମାଞ୍ଚଳରେ ୨୦୦ ଅକ୍ସିଜେନ୍ କନ୍ସିଣ୍ଟ୍ରେଟର୍ ଦାନ କରିଛନ୍ତି । ଯେଉଁ ସ୍ଥାନ ଗୁଡିକରେ ଉତ୍ତମ ଚିକିତ୍ସା ସୁବିଧା ନାହିଁ ସେପରି ସ୍ଥାନରେ ଏପରି ଦାନ ଦେଇ ପାଣ୍ଡ୍ୟା ବ୍ରଦର୍ସ ଖୁବ୍ ପ୍ରସଂଶଯୋଗ୍ୟ କାମ କରିଛନ୍ତି । ବିରାଟ କୋହଲି ଓ ଅନୁଷ୍କା ଶର୍ମା ମଧ୍ୟ କରୋନାରେ ଆକ୍ରାନ୍ତ ଲୋକଙ୍କ ସାହାଯ୍ୟ ପାଇଁ ଲାଗି ପଡିଛନ୍ତି । ସେମାନେ ମିଶି ୨ କୋଟିରୁ ଅଧିକ ଅର୍ଥ ଦାନ କରିଛନ୍ତି ଓ ସମୁଦାୟ ୨୦ କୋଟି ପର୍ଯ୍ୟନ୍ତ ଦାନ କରିଛନ୍ତି ବୋଲି ସୂତ୍ରରୁ ଜଣାପଡିଛି ।

ତେବେ ଏଥିରେ କେତେ ସତ୍ୟତା ଅଛି ତାହା ସଠିକ୍ ଜଣା ପଡିନାହିଁ । ରୋହିତ ଶର୍ମା ମଧ୍ୟ ପୂର୍ବରୁ ୮୦ ଲକ୍ଷ ଟଙ୍କା ଦାନ କରିଥିଲେ ଓ ଶୁଣିବାକୁ ମିଳୁଛି ଏଥର ମଧ୍ୟ କୋଟି ଟଙ୍କା ଦାନ କରିଛନ୍ତି ରୋହିତ । ସେହିପରି ମହେନ୍ଦ୍ର ସିଂହ ଧୋନି ମଧ୍ୟ ପୂର୍ବରୁ ଗୁପ୍ତ ଭାବେ ବଡ଼ ରକମର ଦାନ କରିଥିଲେ । ଏକ ନିର୍ଦ୍ଧିଷ୍ଟ ରୋଗୀ ପାଇଁ ମଧ୍ୟ ଏକ ଲକ୍ଷ ଟଙ୍କା ଦାନ କରିଥିଲେ ବୋଲି ଶୁଣିବାକୁ ମିଳିଥିଲା । ଏବେ ଶୁଣିବାକୁ ମିଳୁଛି କି ଧୋନି ସମୁଦାୟ ୧୦ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଦାନ କରି ସାରିଲେଣି ।

ରିଶଭ ପନ୍ତ ମଧ୍ୟ ଏହି ଦୌଡ଼ରେ କିଛି ପଛୁଆ ନାହାଁନ୍ତି । ସେ ମଧ୍ୟ କୋଟି ଟଙ୍କା ଦାନ କରିଛନ୍ତି ବୋଲି ଶୁଣିବାକୁ ମିଳୁଛି । ଏହା ସହ ଦିଲ୍ଲୀ କ୍ୟାପିଟାଲ ସହ ମିଶି ସେମାନେ ଏପରି ଏକ ପୋର୍ଟାଲ ଖୋଲିଛନ୍ତି ଯେଉଁଠି ବରିଷ୍ଠ ନାଗରିକ ମାନେ ଯାଇ ଫର୍ମ ପୂରଣ କରିବେ ଓ ସେମାନଙ୍କ ଟୀକାକରଣର ସମସ୍ତ ଭାର ଏମାନେ ବହନ କରିବେ । ସେହିପରି ବିଦେଶୀୟ ଖେଳାଳି ପ୍ୟାଟ କମିନ୍ସ ଓ ବ୍ରେଟ ଲି ମଧ୍ୟ ମୋଟା ଅଙ୍କର ରାଶି ସାହାଯ୍ୟ କରିଛନ୍ତି ।

ଏହା ଉପରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ