ନମସ୍କାର ବନ୍ଧୁଗଣ, ସିନେମା ଦେଖି ଆମେ ମାନେ ବହୁତ ମଜା ଉଠାଉ । କିନ୍ତୁ ସେହି ସିନ ଗୁଡିକୁ କରୁଥିବା କଳାକାରଙ୍କ କାହାଣୀ ଓ ଅନୁଭୂତି କିଛି ଅଲଗା ଥାଏ । ପରଦା ଆଗରେ ହେଉଥିବା ସମସ୍ତ ଚରିତ୍ର ତ ଆମ ସାମ୍ନାରେ ଥାଏ କିନ୍ତୁ ପରଦା ପଛର କାହାଣୀ କାହାକୁ ଜଣା ନଥାଏ । ତେବ ଆସନ୍ତୁ ଜାଣିବା ସେହି ପରଦା ପଛର କାହାଣୀ କଣ ଘଟିଥିଲା ରେପ ସିନରେ ।
ବେଳେ ବେଳେ କଳାକାରଙ୍କ ପାଇଁ କିଛି ସିନ କରିବା ବହୁତ ଭାରି ପଡିଯାଇଥାଏ । ଆମେ ଯେତିକି ସହଜ ଭାବୁ ଅଭନୟକୁ ତାହା ସେତିକି ସହଜ ହୋଇନଥାଏ । ଅଭିନେତ୍ରୀଙ୍କୁ ଏମିତି କିଛି ସିନ ମଧ୍ୟ କରିବାକୁ ପଡିଥାଏ ଯେଉଁଥିରେ ସେ ନିଜ ମନର ଡରକୁ ଭୁଲି ମଧ୍ୟ ଅଭିନୟ କରିଥାନ୍ତି । ସେଭଳି ଅଭିନେତ୍ରୀ ଜୟା ତାଙ୍କ ନିଜ ଭୟାନକ ଅନୁଭୂତିକୁ ଶେୟାର କରିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ କହିଛନ୍ତି ତାଙ୍କର ସେହି ଅନୁଭୂତିକୁ ସେ ତାଙ୍କ ଜୀବନରେ ମଧ୍ୟ କେବେ ଭୁଲି ପାରିବେ ନାହିଁ ।
ତାହା ବହୁତ ଭୟାନକ ଥିଲା ତାଙ୍କ ପାଇଁ । ସେ ଗୋଟିଏ ହାକିମ ବାବୁର ସିନେମାର ଗୋଟିଏ ରେପ ସିନ ଥିଲା । ଯେଉଁଥିରେ ସ୍କ୍ରିପ୍ଟ ଥିଲା କି ସିନେମା ଶେଷରେ ହିରୋଇନର ରେପ ହେଉଛି ଏବଂ ହିରୋଇନ ମରିଯାଉଛି । ଯାହାକୁ ସିଏ ସିନେମା ଶୁଟିଙ୍ଗ ଆରମ୍ଭରୁ ହିଁ ଜାଣିଥିଲେ ଏବଂ ଭାବିଥିଲେ ରେପ ସିନ ମାନେ ତ ଟିକେ ଦଉଡେଇବେ ଆଉ ତାପରେ ପଡିଯିବେ ଏଭଳି କିଛି ଥିବ ।
କିନ୍ତୁ ଶୁଟିଙ୍ଗ ସମୟରେ ଲୋକେସନ ବହୁତ ଭୟନକ ଥିଲା । ଏବଂ ତାଙ୍କ ସହ ଯେଉଁ କଳାକାର ଥିଲେ ଅସିତ ପତି ଦୌଡୁଥିଲେ ତାହାକୁ ଦେଖି ସେ ବହୁତ ଡରିବା ଆରମ୍ଭ କଲେ । କିଛି ଜାଗାରେ ଡରିକି ପଡି ମଧ୍ୟ ଯାଇଛନତି ଶୁଟିଙ୍ଗ ଅଧାରୁ । ସେ ତାଙ୍କୁ ମନା ମଧ୍ୟ କରିଥିଲେ ଏମିତି ନ ଦୌଡିବା ପାଇଁ ଏବଂ କହିଥିଲେ ଏମିତି ଚିଲେଇକି ବଡ ପାଟି କରିକି ହା ହୁ ହେଇକି ଆସୁଛ ମୁଁ ଦରିଯାଉଛି ତାକୁ ଦେଖି । ଅସିତ ପତି କହିଲେ ଏମିତି ତ ଶୁଟିଙ୍ଗ କରିବାକୁ ପଡିବ ।
ଏବଂ ଶେଷରେ ଯେତେବେଳେ ଆସି ତଳେ ପକେଇ ଦେଇ ଶେଷରେ ଅସିତ ପତି ଯେଉଁ ଭୟାନକ ମୁହଁ କଲେ ବଡ ବଡ ଆଖି କରି ତାହାକୁ ଦେଖି ସେହି ସଟ ସାରିବା ପରେ ସେ ବେହୋସ ହୋଇଯାଇଥିଲେ । ସମସ୍ତେ ଉଠିଲେ ସଟ ପରେ କିନ୍ତୁ ସେ ଉଠି ନଥିଲେ ତାଙ୍କ ମା ଏହା ଦେଖି ପାଣି ଆଣି ଚିହ୍ନିବା ପରେ ତାଙ୍କ ହୋସ ଆସିଥିଲା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲଗୁରଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।