ଦେଖନ୍ତୁ ଗୋଟେ ‘ଭାଇ’ ତା ଭଉଣୀ ସହିତ କଣ କରିଲା ? ଦେଖିଲେ ଆଖିରେ ଲୁହ ଆସିଯିବ 

ବନ୍ଧୁଗଣ ଦୁନିଆରେ ଭାଇ ଭଉଣୀ ସମ୍ପର୍କ ହେଉଛି ନିଆରା ଯାହା ସବୁ ସମ୍ପର୍କ ଠାରୁ ଉପରେ ରହିଥାଏ । ଗୋଟେ ଭାଇ ପାଇଁ ତାର ଭଉଣୀ ସବୁ କିଛି ହେବା ସହ ଭଉଣୀର ସୁରକ୍ଷା ମଧ୍ୟ ଗୋଟେ ଭାଇର ସବୁଠାରୁ ବଡ କର୍ତ୍ତବ୍ୟ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଭାଇ ନିଜ ଭଉଣୀ ଏମିତି କିଛି କରିଛି ଯାହା ଦେଖିଲେ ଆଖିରେ ଲୁହ ରହିବ ନାହି । କାହାଣୀ ଟି ହେଉଛି ବାପା ନିଜ ପୁଅ ପ୍ରିନ୍ସକୁ ଜୋର ଜୋରରେ ଡାକିବାକୁ ଲାଗିଲେ । ଏହା ପରେ ପ୍ରିନ୍ସ ବାପାଙ୍କ ପାଖକୁ ଆସି ଡାକିବାର କାରଣ କଣ ପଚାରିଲା ।

ଏହା ପରେ ବାପା କହିଲେ ଆଜି ତୋ ଭଉଣୀ ପ୍ରିୟା ଆସିବ ତାର ଜନ୍ମଦିନ ପାଳନ କରିବା ପାଇଁ । ତେଣୁ ତୁ ଯାଇ ତାକୁ ଷ୍ଟେସନରୁ ନେଇ ଆସେ । ବାପା ପ୍ରିନ୍ସକୁ କହିଲେ କି ତୁ ତୋ ନୂଆ ଗାଡି ନେଇ ପ୍ରିୟାକୁ ଆଣିବାକୁ ଯା ଯାହା ତୁ କାଲି କିଣିକି ଆଣିଥିଲୁ । କିନ୍ତୁ ପ୍ରିନ୍ସ କହିଲା କି ମୋର ଗାଡି ମୋ ସାଙ୍ଗ ନେଇଛି ଆଉ ତୁମ ଗାଡି ଡ୍ରାଇଭର ବ୍ରେକ ଚେକ କରିବାକୁ ନେଇଛି । ଏହା ପରେ ବାପା କହିଲେ ତୁ ଅଟୋ ବା ଟ୍ୟାକସି କରି ଭଉଣୀକୁ ଆଣିବାକୁ ଯା । ଏହା ପରେ ପ୍ରିନ୍ସ କହିଲା ସେ କଣ ପିଲା ହୋଇଛି ମୁଁ ତାକୁ ଆଣିବାକୁ ଜିବି ।

ସେ ନିଜେ ଅଟୋରେ ଏକା ଘରକୁ ଆସିଯିବ । ଏହା ପରେ ବାପା କହିଲେ ତତେ ଲାଜ ଲାଗୁନି ଘରେ ଗାଡି ଥାଉ ଥାଉ ଘରର ଝିଅ ଅଟୋ କରି ଆସିବ । ପ୍ରିନ୍ସ ଉତ୍ତରରେ କହିଲା ବାପା ତୁମେ ଯାଅ ମୁଁ ଯାଇ ପାରିବିନି । ବାପା କହିଲେ ତତେ ଭଉଣୀର ଟିକେବି ଚିନ୍ତା ନାହି, ସେ ବାହା ହୋଇଗଲା ବୋଲି କଣ ପର ହୋଇଗଲା, ଏଘର ଉପରେ ତୋର ଯେତିକି ଅଧିକାର ଅଛି ତାର ମଧ୍ୟ ଅଧିକାର ଅଛି । ଉତ୍ତରରେ ପ୍ରିନ୍ସ କହିଲା ଏ ଘର ଉପରେ ମୋର ଅଧିକାର ଅଛି ଓ ଭଉଣୀ ମୋ ପାଇଁ ପର ହୋଇଛି ।

ଏହା ପରେ ବାପା ପ୍ରିନ୍ସ ଉପରକୁ ହାତ ଉଠାଇଦେବା ସମୟରେ ମା ଆସି କହିଲେ ଏମିତି ଯବାନ ପୁଅ ଉପରେ କିଏ ହାତ ଉଠାଏ । ବାପା କହିଲେ ତୁମେ କଣ ଶୁଣିପାରିଲ ଯେଉଁ ଭଉଣୀ ନିଜ ଅପେକ୍ଷା ନିଜ ଭାଇର କେୟାର ନେଉଥିଲା ଆଜି ସିଏ କହୁଛି ଭଉଣୀ ପର ହୋଇଛି । ଏହି ସମୟରେ ପ୍ରିନ୍ସ ହସିକି କହିଲା ପିଉସୀ ଯେତେବେଳେ ଆସନ୍ତି ସେ ଅଟୋରେ ଆସନ୍ତି, ସେ ପୂର୍ବରୁ ଧନୀ ଥିଲେ କିନ୍ତୁ ଆଜି ଗରିବ ହୋଇଯାଇଛନ୍ତି । ଏ ଘର ପାଇଁ ସେ ବହୁତ କିଛି କରିଛନ୍ତି ।

ଏହା ଶୁଣିବା ପରେ ବାପାଙ୍କ ଆଖିରେ ଲୁହ ଆସିବା କ୍ଷଣି ପ୍ରିୟା ଆସି ପହଞ୍ଚି କହିଲା ଗାଡିର ରଙ୍ଗ ବହୁତ ସୁନ୍ଦର ହୋଇଛି ଯାହା ପ୍ରିନ୍ସ ତାକୁ ଜନ୍ମଦିନର ଉପହାର ଭାବେ ଦେଇଛନ୍ତି । ସେହି ସମୟରେ ପ୍ରିନ୍ସଙ୍କ ପିଉସୀ ମଧ୍ୟ ଆସି ପହଞ୍ଚି ଭାଇଙ୍କୁ ଗାଡି ପଠାଇଥିବାରୁ ଧନ୍ୟବାଦ ଜଣାଇଥିଲେ । ପିଉସୀ କହିଲେ ତୁମ ଭଳି ଭାଇ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି ଯାହାକୁ ଶୁଣି ବାପା କାନ୍ଦି ପକାଇଲେ ଓ ବୁଝିଲେ କି ଏହା ପ୍ରିନ୍ସର କାମ ଅଟେ । ବନ୍ଧୁଗଣ ଆପଣମାନକୁ ଏହି କାହାଣୀ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ ।