ଦେହଜୀବୀଙ୍କ ଜୀବନ କାହାଣୀ ଶୁଣିଲେ ଆପଣ ବି କାନ୍ଦିବେ, ବ୍ଯାଙ୍କ ମ୍ୟାନେଜରଙ୍କ ପାଖେ ଶୋଇବାକୁ ମନା କଲେ ବୋଲି… ଦେଖନ୍ତୁ video

ଦେହଜୀବୀ ମାନଙ୍କୁ ଆମ ସମାଜ ଘୃଣା ଚକ୍ଷୁରେ ଦେଖିଥାଏ । ହେଲେ ଉପରକୁ ଚକଚକ ଶାଢୀ ପିନ୍ଧି ସଜେଇ ହୋଇ ଦେହଲୋଭୀ ମାନଙ୍କର କ୍ଷୁଧା ମେଣ୍ଟାଉଥିବା ଏହି ଦେହଜୀବୀଙ୍କ ହୃଦୟ ଭିତରେ ଲୁଚି ରହିଥାଏ ଅନେକ ଦୁଃଖ, କୋହ, ନିରାଶାର କାହାଣୀ ଆଉ ବଞ୍ଚିବାର ଆଶା । ଏଭଳି ଜଣେ ଦେହଜୀବୀ ଏକ ଗଣମାଧ୍ୟମ ସାକ୍ଷାତକାରରେ ନିଜ ଅତୀତ ଜୀବନର କିଛି ପୃଷ୍ଠା ଓଲଟାଇଛନ୍ତି । ପେଟର ଭୋକ ଆଉ କୋଳଛୁଆର କାନ୍ଦଣା ତାଙ୍କୁ କିଭଳି ଏହି ପନ୍ଥା ବାଛିବାକୁ ବାଧ୍ୟ କରି ଦେଇଥିଲା ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ।

ଖୁବ କମ୍ ବୟସରେ ମହିଳାଜଣଙ୍କୁ ତାଙ୍କ ସ୍ଵାମୀ ଛାଡି ଦେଇଥିଲେ । ଛଅ ବର୍ଷର ଛୁଆକୁ ଧରି କୁଆଡେ ଯିବେ କେମିତି ଚଳିବେ କିଛି ବୁଦ୍ଧିବାଟ ଦିଶୁ ନଥିଲା । ଥାନାରେ ଯାଇ ପୋଲିସର ସହାୟତା ଲୋଡିଥିଲେ ମଧ୍ୟ କେହି ତାଙ୍କୁ ସାହାଯ୍ୟ କରି ନଥିଲେ । ଶେଷରେ ନିରୁପାୟ ହୋଇ ଦୁଆର ଦୁଆର ବୁଲି ନିଜ ପାଇଁ ଓ ନିଜ ଛୁଆ ପାଇଁ ସାହାଯ୍ୟ ମାଗୁଥିଲେ । ବଦଳରେ କିଛି ଘରକାମ ମଧ୍ୟ କରି ଦେଉଥିଲେ । କେହି ଗୋଟେ ବିସ୍କୁଟ, 5 ଟଙ୍କା କି 30 ଟଙ୍କା ବି ଦେଉଥିଲେ ସେତିକିରେ ଚଳି ଯାଉଥିଲେ ।

ଆଉ ବାକି ସମୟ ଭୋକ ଉପାସରେ ରହିବାକୁ ପଡୁଥିଲା । ଜଣେ ସମାଜସେବୀ ସେତେବେଳେ ତାଙ୍କୁ କାମ ଦେବେ କହି ଜଣେ ବ୍ଯାଙ୍କ ମ୍ୟାନେଜରଙ୍କ ପାଖକୁ ପଠାଇଥିଲେ । ସେଠାରେ ବ୍ଯାଙ୍କ ମ୍ୟାନେଜର ତାଙ୍କ ଛୁଆକୁ ଚକୋଲେଟ ଓ ଖାଇବା ଅସବୁ ଦେଇଥିଲେ । ସେ ଛିଣ୍ଡା ଲୁଗା ପିନ୍ଧିଥିଲେ ତେଣୁ ଲୁଗା ବି ଦେଇଥିଲେ ପିନ୍ଧିବାକୁ ।

ଖାଇବା ପାଇଁ 200 ଟଙ୍କା ବି ଦେଇଥିଲେ,ତେଣୁ ତାଙ୍କୁ ବେଶ ଭଲ ଲାଗିଥିଲା । ସେ ଭାବିଥିଲେ ତାଙ୍କୁ ଦୟା ଦେଖାଇ ସେ ସାହାଯ୍ୟ କରୁଛନ୍ତି ବୋଲି । ହେଲେ କିଛି ସମୟ ପରେ ସେ ତାଙ୍କୁ ଉପଭୋଗ କରିବାକୁ ଚାହିଁଥିଲେ । ଏହା ତାଙ୍କୁ ଜମା ଭଲ ଲାଗି ନଥିଲା ତେଣୁ ସେ ମନା କରି ଦେଇଥିଲେ । ସେଥିପାଇଁ ତାଙ୍କୁ ଦେଇଥିବା 200 ଟଙ୍କା ଛଡେଇ ନେଇଥିଲେ ବ୍ଯାଙ୍କ ମ୍ୟାନେଜର ଜଣକ । ଏମିତି ଆଉ ଦିନେ ଆଉ ଜଣେ ବରିଷ୍ଠ ବ୍ୟକ୍ତିଙ୍କ ପାଖକୁ ଯାଇଥିଲେ ।

ତାଙ୍କୁ ବୁଝେଇକି ପଠା ଯାଇଥିଲା କି ଏଭଳି କାମ କରିବାକୁ ପଡିବ ।ଚାରି ମାସ ଭୋକ ଉପାସରେ ରାସ୍ତାରେ ପଡି ରହିବା ପରେ ସେ ଭାବିଥିଲେ ଥରେ ଏମିତି କରିଦେଖିବେ । ତେଣୁ ସେ ବାବୁଙ୍କ ପାଖକୁ ଯାଇଥିଲେ । ଆଉ ସେତେବେଳେ ମାଞ୍ଚ ମିନିଟ ପାଇଁ ତାଙ୍କୁ 200 ଟଙ୍କା ଦେଇଥିଲେ ବାବୁଜଣକ ।

2001ରେ ପାଞ୍ଚ ପଇସା ପାଇଁ ସଂଘର୍ଷ କରୁଥିବା ମହିଳାଙ୍କ ପାଇଁ 200 ଟଙ୍କା ଖୁବ ବେଶୀ ଥିଲା । ତେଣୁ ନିଜ ଛୁଆକୁ ଭଲ ଜୀବନଟିଏ ଦେବାକୁ ଓ ନିଜେ ଭଲ ଜୀବନ ବଞ୍ଚିବାକୁ ଏଭଳି ପନ୍ଥା ଆପଣେଇବାକୁ ସେ ମଜବୁର ହୋଇ ଯାଇଥିଲେ । ତାଙ୍କ ପାଖକୁ ଅନେକ ପୋଲିସ କର୍ମୀ, ବଡ ବଡ ନେତା ମନ୍ତ୍ରୀ, ଡାକ୍ତର, ଇଞ୍ଜିନିୟର ସମସ୍ତେ ଆସୁଥିଲେ ବୋଲି ସେ ନିଜେ କହିଛନ୍ତି । ଏଭଳି ଜୀବନ କାହାଣୀ କହିବା ବେଳେ ଦେହଜୀବୀଙ୍କ ଆଖିରୁ ଝରଝର ଲୁହ ବୋହି ପଡୁଥିଲା ।

ସତରେ କିଛି ମଣିଷଙ୍କ ପାଇଁ ଜୀବନ କେତେ କଠୋର ହୋଇଥାଏ । ଆଉ ସଂଘର୍ଷ କରିବା ପାଇଁ ମଣିଷକୁ କଣ ନ କରିବାକୁ ପଡେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।