ରୋମାନ୍ସ କଲେ ଦେହ ଭଲ ହୋଇଯିବ ବୋଲି କହି ଅନ୍ଧାର ରୁମ୍ କୁ ନେଇ ମହିଳାଙ୍କୁ 10 ମିନିଟ୍ ଧରି… ପୁରା ଘଟଣା ଜାଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ

ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବାବା କୁଆଡେ କହୁଛନ୍ତି ଅନ୍ଧାର ରୁମ୍ ରେ ଯାଇ ତାଙ୍କ ସହ ରୋମାନ୍ସ କଲେ ଶରୀରର ସବୁ ରୋଗ ଦୂର ହୋଇଯିବ । ଜଣେ ନବ ବିବାହିତା ସ୍ତ୍ରୀଙ୍କ ରୋଗ ଭଲ କରିଦେବେ କହି ତାଙ୍କ ସହ ଏଭଳି କାଣ୍ଡ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି । ଏହି ଘଟଣା ଘଟିଛି ନରଗଡ ଜିଲ୍ଲା ଭଟଲି ଥାନ୍ତା ଅନ୍ତର୍ଗତ କାଲାଜୁରି ଗାଁରେ । ଏହି ବାବା ଜଣକ ସ୍ଥାନୀୟ ଏକ ସରକାରୀ ହାଇସ୍କୁଲର ସଙ୍ଗୀତ ଶିକ୍ଷକ ବିଜୟ କୁମାର ନାୟକ ।

ଏହି ବ୍ୟକ୍ତିଜଣକ ଶିକ୍ଷକତା କରିବା ସହ କମାଙ୍ଗା କମଙ୍ଗେଇ ମନ୍ଦିରରେ ବାବା ଭାବରେ ବେଶ ପରିଚିତ । ବାବା ବିଜୟ ଭାବରେ ସ୍ଥାନୀୟ ଅଞ୍ଚଳରେ ସେ ବେଶ ଜଣାଶୁଣା । ଏବେ କିନ୍ତୁ ସାରା ଓଡିଶାରେ ଏହି ବାବା ବିଜୟ ପରିଚିତ ହେଲେଣି । କାରଣ ଜଣେ ମହିଳାଙ୍କୁ ସୁସ୍ଥ କରିଦେବା ନାଁରେ ବାବା ବିଜୟ ଦୁଉଷ୍କଅର୍ମ କରିଥିବା ଅଭିଯୋଗ ହୋଇଛି । ଏଠାରେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ପ୍ରସିଦ୍ଧ ବିଜୟ ବାବାଙ୍କ ଦେହରେ କୁଆଡେ ମା କମଙ୍ଗେଇ ଦେବୀ ପ୍ରକଟ ହୁଅନ୍ତି ।

ଯାହାଫଳରେ ସେ ଅନେକ ଲୋକଙ୍କ ଦୁଃଖ ହରଣ କରିପାରନ୍ତି । ତେଣୁ ତାଙ୍କ ନିକଟରେ ଗୁହାରି କରିବା ପାଇଁ ଶହ ଶହ ଭକ୍ତ ଆସି ଭିଡ ଜମାନ୍ତି । କିନ୍ତୁ ରାମମୁଖା ପିନ୍ଧିଥିବା ଏହି ବାବା ଜଣକ ରାବଣ ହୋଇ ଭକ୍ତଙ୍କୁ ସାହାଯ୍ୟ କରନ୍ତି । ଏଇ ଯେମିତି ଗତ ଶନିବାର ଜଣେ ମହିଳା ତାଙ୍କ ସ୍ଵାମୀଙ୍କ ସହ ବାବା ବରୁଆ ତଥା ବିଜୟଙ୍କ ପାଖକୁ ଆସିଥିଲେ ।

ପ୍ରେମ ବିବାହ ପରେ ଦୀର୍ଘଦିନ ଧରି ତାଙ୍କ ଦେହ ବାରମ୍ବାର ଅସୁସ୍ଥ ହେଉଥିବାରୁ କିପରି ସୁସ୍ଥ ହେବେ ବୋଲି ବାବାଙ୍କ ନିକଟରେ ଗୁହାରି କରିଥିଲେ । ତାଙ୍କୁ ଦେଖିବା କ୍ଷଣି ଭଲ କରିଦେବେ ବୋଲି କହିଥିଲେ ବାବା । ମହିଳାଙ୍କ ଦେହରେ କାଳୀ ଦେବୀ ଅଛନ୍ତି ସେଥିପାଇଁ ତାଙ୍କୁ ବାହାର କରିବା ପାଇଁ ଅନ୍ଧାର ସ୍ଥାନକୁ ଯିବାକୁ ପଡିବ କହି ନେଇ ଯାଇଥିଲେ । ଯାହାପରେ ତାଙ୍କୁ ଅନ୍ଧାରରେ ୧୦ ମିନିଟ ଧର୍ଷଣ କରିଛନ୍ତି ଏହି ଭଣ୍ଡ ବାବା । ଏକଥା କାହାକୁ ଜଣାଇଲେ ଶୁଭଫଳ ମିଳିବନି ବୋଲି ମଧ୍ୟ କହିଥିଲେ ବାବା ।

ହେଲେ ମହିଳା ତାଙ୍କ ସ୍ଵାମୀଙ୍କୁ ଆସି ଜଣାଇବା ପରେ ସେମାନେ ଥାନାରେ ବାବଙ୍କ ନାଁରେ ଲିଖିତ ଅଭିଯୋଗ ଦେଇଛନ୍ତି । ପୋଲିସ ବାବା ବିଜୟଙ୍କ ଡାକ୍ତରୀ ମାଇନା କରି ଅଟକ ରଖିଥିବା ବେଳେ ତଦନ୍ତ ଜାରି ରଖିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।