ଦିନେଶଙ୍କ ବାପା ତଥା ଦୀପିକାଙ୍କ ଶ୍ଵଶୁର କଣ ଭାବି ବାହାରେ ଧାରଣାରେ ବସିଥିବ ବୋହୂକୁ ଏମିତି ବ୍ୟବହାର କଲେ ତାହା ଅତ୍ୟନ୍ତ ଲଜ୍ଜାର କଥା । ବାହାରେ ଢୁ ଢୁ ବର୍ଷା ହେଉଛି ଆଉ ଘରେ ବି କେହି ନାହାନ୍ତି । ନା ଦିନେଶଙ୍କ ମା ଅଛନ୍ତି ନା ଜେଜେମା ଅଛନ୍ତି । କେବଳ ଏକା ଘରେ ଅଛନ୍ତି ଦୀପିକାଙ୍କ ଶ୍ଵଶୁର । ଆଉ ଏତିକି ବେଳେ ଦୀପିକାଙ୍କୁ କୁଆଡେ ତାଙ୍କ ଶ୍ଵଶୁର କହିଥିଲେ, ଆ ଭିତରକୁ ପଳେଇ ଆ । ସେଦିନ ବର୍ଷା ହେଉଥିଲା ଆଉ ଦୀପିକାଙ୍କୁ ସାହାଯ୍ୟ କରୁଥିବା ପ୍ରମିଳା ତ୍ରିପାଠୀ ଭୁବନେଶ୍ବରରେ ଥିଲେ ।
ପ୍ରମିଳା ତ୍ରିପାଠୀ ତା’ ପରଦିନ ଭୁବନେଶ୍ବରରୁ ଫେରିବା ପରେ ଝିଅ ଦୀପିକାକୁ ଦେଖା କରିବାକୁ ଯାଇଥିଲେ । ଆଉ ସାଙ୍ଗରେ ପନିପରିବା ସାଙ୍ଗକୁ ମିଠା ବି ନେଇ ଯାଇଥିଲେ ଝିଅପାଖକୁ । ଆଉ ସେତିକି ବେଳେ ଦୀପିକା ତାଙ୍କ ମା’ ତଥା ପ୍ରମିଳା ତ୍ରିପାଠୀଙ୍କୁ ଏମିତି କିଛି କଥା ଜଣାଇଥିଲେ । ଆଉ ଏହାପରେ ପ୍ରମିଳା ତ୍ରିପାଠୀ କଡା ଉତ୍ତର ଦେଇ କହିଥିଲେ ଏହାର ପରିଣାମ କଣ ହେବେ ପରେ ବୁଝି ପାରିବ ।
ବୋହୂ ଯେତେବେଳେ ମୁହଁରେ ଜବାବ ଦେବ ସେତେବେଳେ ଠିକ ବୁଝିପାରିବ । ମୁଁ ୫ଦିନ ପାଇଁ ଭୁବନେଶ୍ବର ଯାଇଥିଲି ଯେ ତୁମେମାନେ ମୋ ଝିଅକୁ ହଇରାଣ କରିଛ । ଘରେ କେହି ନଥିବା ବେଳେ ତୁମେ ତାକୁ ଭିତରକୁ ଡାକିଛ ଆଉ ଏହାର ଜବାବ ତୁମେ ନିଶ୍ଚୟ ପାଇବ ।
ମୋ ଝିଅର ପନିପରିବାରେ ତୁମେ ସର୍ଫ ପାଣି ଢାଳି ପୁଚୁକା କରିଛ ଆଉ ଗୋଟିଏ ଦିନ ତାଙ୍କୁ ଉପାସରେ ରଖିଛ । ଏବେ ମୁଁ ଆସିଯାଇଛି ଆଉ ଭୁବନେଶ୍ବରରୁ ଖୁସି ଖବର ବି ନେଇ ଆସିଛି । ରାତି ପାହିଲେ ଜଣା ପଡିଯିବ ତେଣୁ ତୁମେମାନେ ହୁସିଆର ରୁହ । ଏମିତି କିଛି କଥା କହି ପ୍ରମିଳା ତ୍ରିପାଠୀ ଦିନେଶଙ୍କ ପରିବାରକୁ ତାଗିଦ କରିଛନ୍ତି ।
ଦୀପିକା ଏକଥା ନିଜେ କହିଛନ୍ତି ଯେ ଖୁବ ଜୋରରେ ବର୍ଷା ହେଉଥିବା ବେଳେ ଯେତେବେଳେ କେହି କୁଆଡେ ନଥିଲେ ସେତିକି ବେଳେ ତାଙ୍କ ଶ୍ଵଶୁର ଆ’ ମାଆ ଭିତରକୁ ପଳେଇ ଆ’ କହି ଦୀପିକାଙ୍କୁ ଡ଼ାକିଥିଲେ । ଏକଥା ଦୀପିକା ପ୍ରମିଳା ତ୍ରିପାଠୀଙ୍କୁ କହିବା ପରେ ତାଙ୍କ ରାଗ ଏବେ ଚରମ ସୀମାରେ ପହଞ୍ଚିଛି । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।