ଦୀପାବଳୀରେ ଏହି 5 ଟି ଜାଗାରେ ଦୀପ ନିଶ୍ଚୟ ଜଳାନ୍ତୁ, ଭାଗ୍ୟ ଚମକି ଉଠିବ, ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ – Ajira Anuchinta

ଆଲୋକର ପର୍ବ ଦୀପାବଳି ଭାରତର ଏକ ବଡ ପର୍ବ । ୧୪ ବର୍ଷ ବନବାସ ସାରି ଏବଂ ରାବଣ ଉପରେ ବିଜୟ ପ୍ରାପ୍ତ ହୋଇ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତା ଅଯୋଧ୍ୟା ଫେରିଆସିବା ଖୁସିରେ ଏହି ଉତ୍ସବ ପାଳନ କରାଯାଏ । ଏହିଦିନ ଘରେ ଦୀପ ଜାଳିବାର ଖୁବ ମହତ୍ଵ ରହିଥାଏ । ଏହିଦିନ ମାତା ଲକ୍ଷ୍ମୀ ମଧ୍ୟ ପୃଥିବୀ ଭ୍ରମଣରେ ଆସନ୍ତି ଓ ସେଥିପାଇଁ ମଧ୍ୟ ଦୀପରେ ପୁରା ଘର ପ୍ରକାଶିତ କରାଯାଏ ବୋଲି କୁହାଯାଏ । ତେବେ ଘର ସହ ଆଉ କିଛି ମହତ୍ବପୂର୍ଣ୍ଣ ଜାଗାରେ ଦୀପ ଜଳାଇବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଆଜି ଆମେ ଆପଣଙ୍କୁ ତାହା ଜଣାଇବୁ ।

ଦୀପାବଳି ଦିନ ଘରେ ଦୀପ ଜଳାଇବା ଦ୍ଵାରା ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ସହ ଧନ ଦୌଲତ ଆସିଥାଏ ବିଶ୍ବାସ କରାଯାଏ । ତେବେ ଘରେ ଦୀପ ଜଳାଇବା ସହ ଏହିଦିନ ଅଶ୍ଵତଥ ବୃକ୍ଷ ମୂଳରେ ମଧ୍ୟ ଏକ ଦୀପ ଜଳାଇ ଦିଅନ୍ତୁ । ଏହି ଗଛରେ ୩୩ କୋଟି ଦେବାଦେବତୀ ବାସ କରନ୍ତି ବୋଲି ବିଶ୍ବାସ କରାଯାଏ । ତେଣୁ ଏହି ସ୍ଥାନରେ ଦୀପ ଜଳାଇବା ଦ୍ଵାରା ମାତା ଲକ୍ଷ୍ମୀ ଖୁସି ହୋଇ ଯାଇଥାନ୍ତି ।

ଦ୍ବିତୀୟରେ ହେଉଛି ଆପଣଙ୍କ ଘରର ମୁଖ୍ୟ ଫାଟକର ଦୁଇ ପାର୍ଶ୍ଵରେ ଦୁଇଟି ଦୀପ ନିଶ୍ଚୟ ଜଳାନ୍ତୁ । ମାତା ଲକ୍ଷ୍ମୀଙ୍କ ସ୍ଵାଗତ ପାଇଁ ଏହାଠୁ ବଡ ଉପାୟ ଔ କିଛି ନାହିଁ । ଘରର ମୁଖ୍ୟଦ୍ଵାର ଅନ୍ଧାର ନଥିବା ଘରେ ହିଁ ମାତା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି । ଏହାସହ ଘର ଅଗଣାରେ ମଧ୍ୟ ଦୀପ ଜଳାଇବାକୁ ଭୁଲନ୍ତୁ ନାହିଁ । ଦୀପାବଳି ଦିନ ସନ୍ଧ୍ୟା ହେବା ପୂର୍ବରୁ ହିଁ ଦୀପ ଜଳାଇବା ଆରମ୍ଭ କରି ଦିଅନ୍ତୁ ।

ତୃତୀୟରେ ହେଉଛି ଯଦି ଆପଣଙ୍କ ଘର ଏବଂ ଘର ବାହାରେ କୌଣସି ମନ୍ଦିର ଅଛି ତେବେ ଦୀପାବଳି ଏହି ମନ୍ଦିରକୁ ମଧ୍ୟ ଦୀପରେ ସଜାଇ ଦିଅନ୍ତୁ । ଏହାଦ୍ବାରା ଆପଣ ପ୍ରଭୁଙ୍କ ଘରକୁ ପ୍ରକାଶିତ କରିବା ସହ ତାଙ୍କର ସେବା ମଧ୍ୟ କଲେ । ଯେପରି ସମସ୍ତ ପୂଜାର ବିଧିବିଧାନ ରହିଛି ସେପରି ଦୀପାବଳି ଦିନ ଏହି ପୂଜାର ମଧ୍ୟ ଖୁବ ମହତ୍ଵ ରହିଛି । ଏପରି କରିବା ଦ୍ଵାରା ମଧ୍ୟ ସଦାସର୍ବଦା ପାଇଁ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଲାଗି ରହିବ ।

ଚତୁର୍ଥରେ ହେଉଛି ଦୀପାବଳି ଦିନ ଘରର ଆଖପାଖରେ ଥିବାକୌଣସି ଚଉରାରେ ମଧ୍ୟ ଦୀପ ଜଳାଇବାକୁ ଆଦୌ ଭୁଲନ୍ତୁ ନାହିଁ । ଏହାଦ୍ବାରା ମାତା ଲକ୍ଷ୍ମୀ ଓ ସେଠାରେ ରହିଥିବା ମାତା ବୃନ୍ଦାବତୀ ସର୍ବଦା ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ ।

ପଞ୍ଚମରେ କୁହାଯାଇଛି କି ଦୀପାବଳି ଦିନ କୌଣସି ଶୂନଶାନ ସ୍ଥାନରେ ରହିଥିବା ଶିବଲିଙ୍ଗ ପାଖେ ମଧ୍ୟ ଦୀପ ଜଳାନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହେବ ଓ ଏହାସହ ଯେଉଁ ସ୍ଥାନରେ ସର୍ବଦା ଅନ୍ଧକାର ରହିଥାଏ ଭଗବାନଙ୍କ ସେହି ସ୍ଥାନକୁ ଆପଣ ପ୍ରକାଶିତ କରିବାର ସୁଯୋଗ ପାଇଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।