ଖେଳ ମଝିରେ ଫିଲ୍ମ ଷ୍ଟାଇଲରେ ପ୍ରପୋଜ, ଷ୍ଟାଡିୟମରେ ପ୍ରେମିକାଙ୍କୁ ରିଙ୍ଗ ପିନ୍ଧାଇଲେ ଚେନ୍ନାଇ ବୋଲର Deepak Chahar

ଆଇପିଏଲ-୨୦୨୧ ରେ  ଗତକାଲି ଚେନ୍ନାଇ ଓ ପଞ୍ଜାବ ମ୍ଯାଚ ପରେ ପଡିଆରେ ଦେଖିବାକୁ ମିଳିଥିଲା ଏକ ରୋମାଞ୍ଚକର ଦୃଶ୍ୟ । ପଡିଆ ଭିତରେ ପ୍ରେମ ନିବେଦନର ଦୃଶ୍ୟ ଅତ୍ୟନ୍ତ ରୋଚକ ଥିଲା । ଷ୍ଟାଡିୟମ ଭିତରେ ପ୍ରେମିକାଙ୍କୁ ପ୍ରପୋଜ କରିଥିଲେ ଚେନ୍ନାଇର ପେସ୍ ବୋଲର ଦୀପକ ଚହର । ଏହାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଗତକାଲିର ମ୍ଯାଚ ଶେଷ ହେବା ପରେ ପାଭିଲିୟନରେ ବସିଥିବା ନିଜ ପ୍ରେମିକାଙ୍କ ପାଖକୁ ଯାଇଥିଲେ ଦୀପକ । ସେଠାରେ ସେ ଆଣ୍ଠେଇ ଫିଲ୍ମ ଷ୍ଟାଇଲରେ ପ୍ରେମିକାଙ୍କୁ ପ୍ରପୋଜ କରିଥିଲେ ଓ ତାଙ୍କୁ ରିଙ୍ଗ ମଧ୍ୟ ପିନ୍ଧାଇଥିଲେ । ଏହି ଘଟଣା ବେଳେ ପାଖରେ ଥିବା ଦର୍ଶକ ତାଳି ମାରି ଉଭୟଙ୍କୁ ଉତ୍ସାହିତ କରିଥିଲେ । ତେବେ ଚେନ୍ନାଇ ଦଳ ଗତକାଲିର ମ୍ଯାଚ ହାରି ଯାଇଥିଲେ ମଧ୍ୟ ଦର୍ଶକ ମାନେ ଏହି ମୂହୁର୍ତ୍ତର ଆନନ୍ଦ ନେଇଥିଲେ । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ସାମନାରେ ୬ ୱିକେଟରେ ୧୩୪ ରନ୍ ର ଲକ୍ଷ ରଖିଥିଲା ।

ସେହିପ୍ରକାରେ ପଞ୍ଜାବ ମଧ୍ୟ ମ୍ଯାଚକୁ ୬ ୱିକେଟରେ ଜିତି ନେଇଥିଲା । ପଞ୍ଜାବ ଦଳର କ୍ଯାପଟେନ କେ.ଏଲ.ରାହୁଲ ୯୮ ରନ୍ ରେ ଅପରାଜିତ ରହିଥିଲେ । ତେବେ ଏହି ବିଜୟ ପରେ ମଧ୍ୟ ପ୍ଲେ ଅଫ୍ ରେ ସ୍ଥାନ ପାଇବା ପଞ୍ଜାବ ପାଇଁ ମୁସ୍କିଲ ଅଟେ । ଦୀପକ ଚହରଙ୍କ ପାଇଁ ମଧ୍ୟ ମ୍ଯାଚ ସେତେ ଭଲ ନଥିଲା । ସେ ୪ ଓଭରରେ ୪୮ ରନ୍ ଦେଇ ମାତ୍ର ଗୋଟିଏ ୱିକେଟ ହାସଲ କରିଥିଲେ । ତେବେ ସଂପୂର୍ଣ୍ଣ ଆଇପିଏଲ ସିଜିନ କଥା ଦେଖିଲେ ତାଙ୍କ ପ୍ରଦର୍ଶନ ଖୁବ ଉତ୍ତମ ରହିଛି ।

ସେ ଏବେ ପର୍ଯ୍ୟନ୍ତ ୧୩ ଟି ମ୍ଯାଚରେ ୩୦ ଓଭର ବୋଲିଂ କରି ୧୩ ଟି ୱିକେଟ ହାସଲ କରିଛନ୍ତି । ତେବେ ମାତ୍ର ୧୩ ରନ୍ ଦେଇ ୪ ୱିକେଟ ହାସଲ କରିବା ତାଙ୍କର ସବୁଠୁ ଉତ୍କୃଷ୍ଟ ପ୍ରଦର୍ଶନ ଅଟେ । ତେବେ ସବୁଠୁ ଅଧିକ ୱିକେଟ ହାସଲ କରିବା ଲିଷ୍ଟରେ ସେ ତାଙ୍କ ଟିମ୍ ରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି । ସର୍ବାଧିକ ୧୮ ଟି ୱିକେଟ ହାସଲ କରି ସାରଦୁଲ ଠାକୁର ପ୍ରଥମ ସ୍ଥାନରେ ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।