୮ ବର୍ଷରୁ ହେଉ ନ ଥିଲା ପିଲା, ପୁଣି ଦେବୀ ମା’ଙ୍କର ଏହି ମନ୍ଦିରର ପ୍ରସାଦ ଗ୍ରହଣ କରିବା ମାତ୍ରେ ହିଁ ମିଳିଲା ସନ୍ତାନ ସୁଖ

ଦୁନିଆରେ ସବୁ ମହିଳାଙ୍କର ଏହି ଇଚ୍ଛା ଥାଏ କି ସେମାନେ ଜୀବନରେ ଥରେ ମା’ ହେବାର ସୁଖ ପାଇବା ପାଇଁ । କିନ୍ତୁ ଦୁଃର୍ଭାଗ୍ୟବଶତଃ କିଛି ମହିଳା ଇଚ୍ଛା ଥିବା ସତ୍ତ୍ୱେ ବି ମା’ ହୋଇ ପାରନ୍ତି ନାହିଁ । ଏହି ମହିଳାମାନଙ୍କୁ ସନ୍ତାନ ସୁଖ ମିଳି ନ ଥାଏ ଓ ଏମିତିରେ ସେମାନେ ବିଭିନ୍ନ ସ୍ଥାନ ଘୁରି ବୁଲନ୍ତି ଓ କିଛି ଏମିତି ଉପାୟ ଖୋଜନ୍ତି ଯାହା ଦ୍ଵାରା ତାଙ୍କୁ ସନ୍ତାନ ସୁଖ ମିଳିବ । ଏମିତିରେ ସେମାନେ ଅନେକ ଡାକ୍ତରଙ୍କର ଚକ୍କର ବି ଲଗାନ୍ତି ।

ଏମିତିରେ ଆଜି ଆମେ ଆପଣଙ୍କୁ ସନ୍ତାନ ପ୍ରାପ୍ତିର ଏକ ଏମିତି ଉପାୟ କହିବାକୁ ଯାଉଛୁ ଯାହା କେବେ ବି ଫେଲ ହୋଇ ନଥାଏ । ଏହି ଉପାୟର ବହୁତ ଉଦାହରଣ ଦେଖିବାକୁ ମିଳିସାରିଛି ।

ଏହି ଉପାୟ ଅନୁସାରେ ଆପଣଙ୍କୁ ଏକ ଚମତ୍କାରୀ ମନ୍ଦିରକୁ ଯାଇ ସେଠିକାର ପ୍ରସାଦ ଗ୍ରହଣ କରିବାକୁ ପଡିବ । ଦକ୍ଷିଣ ଭାରତର ତାମିଲନାଡୁର ବିଲ୍ଲୁପୁରମରେ ସ୍ଥିତ ଇଂଦୁମ୍ବନ ମନ୍ଦିର (Idumban temple) ନିସନ୍ତାନ ମହିଳାମାନଙ୍କୁ ସନ୍ତାନ ଦେବା ରୂପରେ ଜଣାଯାଏ ।

ଏହି ମନ୍ଦିରରେ ମାତା ଦୂର୍ଗାଙ୍କର ପ୍ରତିମା ଅଛି ଯାହାର ସବୁଦିନ ପୂଜା ବି କରାଯାଇଥାଏ । ଏଠାକୁ ଯେ କୌଣସି ବି ମହିଳା ଆସି ମାତା ରାଣୀଙ୍କର ଆଶୀର୍ବାଦ ପାଇଥାନ୍ତି ଓ ଏକ ବିଶେଷ ପ୍ରସାଦ ଗ୍ରହଣ କରିଥାନ୍ତି । ଏହା ପରେ ତାଙ୍କୁ କିଛି ମାସରେ ହିଁ ସନ୍ତାନ ପ୍ରାପ୍ତି ହୋଇଥାଏ । ଏମିତି କୁହାଯାଏ କି ଏହି ମନ୍ଦିରକୁ ଯିଏ ବି ଆସିଥାଏ ତାକୁ ସନ୍ତାନ ପ୍ରାପ୍ତିର ଗ୍ୟାରେଣ୍ଟି ଦିଆଯାଇଥାଏ ।

ଏହି ବିଶେଷ ପ୍ରସାଦ ଦ୍ଵାରା ମିଳିଥାଏ ସନ୍ତାନ ସୁଖ

ସନ୍ତାନ ପ୍ରାପ୍ତି ପାଇଁ ପ୍ରଥମେ ମହିଳାଙ୍କୁ ନିଜ ତରଫରୁ ଏକ ଖାସ ଫଳ ନେଇ ସେହି ମନ୍ଦିରରେ ଚଢାଇବାକୁ ପଡିଥାଏ, ପୁଣି ଏହି ଫଳ ବଦଳରେ ପଣ୍ଡିତ ସେମାନଙ୍କୁ ଅନ୍ୟ ଏକ ଫଳ ପ୍ରସାଦ ରୂପରେ ଦିଅନ୍ତି । କୁହାଯାଏ କି ଏହି ଫଳକୁ ଖାଇବା ପରେ ମହିଳାଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ ।

କହିବାକୁ ଗଲେ ଏହି ଫଳଟି ଲେମ୍ବୁ ଅଟେ । ଏହା ଏଥିପାଇଁ କାରଣ ଲେମ୍ବୁ ବହୁତ ଦିନ ପର୍ଯ୍ୟନ୍ତ ରହିଥାଏ  ଏଥିରେ ମା’ ଦୂର୍ଗାଙ୍କର ଆଶୀର୍ବାଦ ରହିଥାଏ । ଏତିକି ନୁହେଁ ଏମିତି ବି କୁହଯାଏ କି ଏହି ମନ୍ଦିରରେ ମନୋକାମନା କହିବା ପରେ କେତେକ ହଜିଯାଇଥିବା ଲୋକମାନେ ବି ମିଳି ଯାଆନ୍ତି ।

ଏହି ଚମତ୍କାରୀ ମନ୍ଦିରର ତାଜା ଉଦାହରଣ ନାଗପୁରରେ ରହୁଥିବା କୈଶାଲ୍ୟା ଅଟନ୍ତି । କୈଶାଲ୍ୟାଙ୍କ ବିବାହକୁ ୮ ବର୍ଷ ହୋଇଯାଇଥିଲା । କିନ୍ତୁ ତାଙ୍କୁ ସନ୍ତାନ ସୁଖ ମିଳି ନ ଥିଲା । ଏଥିପାଇଁ ସେ ବିଭିନ୍ନ ପ୍ରକାରର ଉପାୟ ବି କରିସାରିଥିଲେ ଓ ଡାକ୍ତରଙ୍କର ପରାମର୍ଶ ବି ନେଇ ସାରିଥିଲେ । କିନ୍ତୁ କୌଣସି ରେଜଲ୍ଟ ମିଳିଲା ନାହିଁ । ପୁଣି ତାଙ୍କୁ କେହି ଜଣେ ଏହି ଚମତ୍କାରୀ ମନ୍ଦିର ବିଷୟରେ କହିଲେ ।

ଏହା ପରେ କୈଶାଲ୍ୟା ଏହି ମନ୍ଦିରର ପ୍ରସାଦ ସେବନ କରିବାର ୧୦ ମାସ ପରେ ତାଙ୍କ ଘରେ ଏକ ଶିଶୁ ଜନ୍ମ ନେଲା । ଯଦି ଆପଣ ବି ସନ୍ତାନ ସୁଖ ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଏହି ମନ୍ଦିରକୁ ଯାଇ ପାରିବେ ।