ଚନ୍ଦାପଣ ପାଇଁ ଚିନ୍ତିତ ଅଛନ୍ତି ତ ଆପଣାନ୍ତୁ ଏହିସବୁ ଉପାୟ, ଖୁବ କମ ଦିନରେ ହିଁ ଉଠିବାକୁ ଲାଗିବ ଚୁଟି

ଆଜିକାଲି ଉଭୟ ମହିଳା ଓ ପୁରୁଷମାନେ କେତେକ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କାରଣ ବର୍ତ୍ତମାନର ଯୁଗରେ ସମସ୍ତେ ପଇସା କମେଇବା ପାଇଁ ରାତି ଦିନ ଏକ କରିଦେଉଛନ୍ତି । ଖାଦ୍ୟ ପେୟରେ ଅବହେଳା ହେତୁ ଭବିଷ୍ୟତରେ ଲୋକମାନଙ୍କୁ ବିଭିନ୍ନ ରୋଗର ସାମ୍ନା କରିବାକୁ ପଡୁଛି । ଆଜି ଆମେ ଆପଣଙ୍କୁ ପୁରୁଷଙ୍କର ଏକ ଏମିତି ସମସ୍ୟା ବିଷୟରେ କହିବୁ ଯାହା ପାଇଁ ସମସ୍ତେ ବହୁତ ଚିନ୍ତାରେ ଅଛନ୍ତି । ଏହି ସମସ୍ୟାଟି ବହୁତ ସାଧାରଣ କାରଣ ଅଧିକାଂଶ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏହି ସମସ୍ୟାଟି ହେଉଛି ଚୁଟି ଝଡିବା । ଅଧିକାଂଶ ଲୋକଙ୍କର ଚୁଟି ଝଡିଥାଏ । ଚୁଟି ଅଧିକ ଝଡିଲେ ଲୋକମନେ ଚନ୍ଦା ହୋଇଯାନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ଏହି ଚନ୍ଦାପଣରୁ ମୁକ୍ତ ହୋଇପାରିବେ ।

ସର୍ବ ପ୍ରଥମେ ଆମେ ଜାଣିବା ଚୁଟି କାହିଁକି ଝଡିଥାଏ । ସାଧାରଣତଃ ଗୋଟେ ମଣିଷ ସେ ପୁଅ ହେଉ ବା ଝିଅ ସମସ୍ତଙ୍କର ଚୁଟି ଝଡିଥାଏ ।

ଚୁଟି ଝଡିବାର ବିଭିନ୍ନ କାରଣ ରହିଛି । କେତେ ଜଣଙ୍କର ଜିନ୍ ପାଇଁ ମଧ୍ୟ ଚୁଟି ଝଡିଥାଏ । ସେହି ଲୋକମାନଙ୍କର ପୂର୍ବ ପୁରୁଷ ବା ବାପା ଦାଦା ଆଦି ନିଶ୍ଚିନ୍ତ ଚନ୍ଦା ଥିବେ ଯାହା ଫଳରେ ବୟସ ସୀମାରେ ଏମାନଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।


ସାଧାରଣତଃ ଅଧିକ ଚିନ୍ତାଗ୍ରସ୍ତ ହେବା, ଗର୍ଭବସ୍ଥା, ଖାଦ୍ୟ ପେୟର ଅଭାବରୁ ଚୁଟି ଝଡିଥାଏ । ସବୁ ଲୋକ ଚାହାନ୍ତି ସୁନ୍ଦର ଦେଖାଯିବା ପାଇଁ । ସେଥିପାଇଁ ଚୁଟି ହେଉଛି ସବୁଠୁ ଅଧିକ ଗୁରୁତ୍ଵପୂର୍ଣ୍ଣ । ବହୁତ ଲୋକ ଝଡୁଥିବା ଚୁଟିକୁ ରୋକିବା ପାଇଁ ବଜାରରେ ମିଳୁଥିବା ଭିନ୍ନ ହେୟର ମାସ୍କ ଓ ସାମ୍ପୋ ଆଦି ବ୍ୟବହାର କରିଥାନ୍ତି । କିନ୍ତୁ ଏହି ସବୁ ଜିନିଷରେ କେମିକାଲ ଥାଏ, ଯାହାଫଳରେ ଚୁଟି ଅଧିକ ଝଡିଥାଏ ।


ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ଉପାୟ ଆଣିଛୁ ଯାହାକୁ ଆପଣ ବ୍ୟବହାର କରି ଝଡୁଥିବା ଚୁଟିକୁ ରୋକିବା ସହ ଚନ୍ଦାପଣରୁ ମୁକ୍ତି ପାଇ ପାରିବେ ।ଏଥିପାଇଁ ସାମଗ୍ରୀ ଦରକାର ଅଲିଭ ଅଏଲ, ୧ ଚାମଚ ମହୁ ଓ ୧ ଛୋଟ ଚାମଚ ଡାଲଚିନି ।


ସର୍ବ ପ୍ରଥମେ ଅଲିଭ ଅଏଲକୁ ଅଳ୍ପ ମାତ୍ରାରେ ଗରମ କରିଦିଅନ୍ତୁ ଓ ଏଥିରେ ୧ ଚାମଚ ମହୁ ଓ ୧ ଚାମଚ ଡାଲଚିନୀ ପକାଇ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏହି ମିକ୍ସକୁ ନିଜ ଚୁଟିର ମୂଳରେ ଭଲ ଭାବରେ ମାଲିସ କରନ୍ତୁ ଓ ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହା ପରେ ମୁଣ୍ଡକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହି ଉପାୟକୁ ତିନି ଦିନ ପ୍ରୟୋଗ କରନ୍ତୁ ଦେଖିବେ ଆପଣଙ୍କ ମୁଣ୍ଡରେ ଚୁଟି ଉଠିବାକୁ ଲାଗିବା ।