କେବେ ଦରିଦ୍ରତାରେ ମଜବୁର ଥିଲେ ଓ ଏବେ ଏହି ଝିଅ ଜଣକ ହୋଇଯାଇଛନ୍ତି ପୁଲିସ ଅଫିସର, ପିତା କରିଥାନ୍ତି ରେଲୱେ ଷ୍ଟେସନରେ ଝାଡୁ, କହିଲେ କି ଆଗକୁ ମୁଁ…

ଭାଗ୍ୟ ବହୁତ ବଡ ଜିନିଷ ଅଟେ । ଯାହାକି କେବେ ବି ବଦଳି ଯାଇପାରେ । ବ୍ୟକ୍ତି କଷ୍ଟ ନିଶ୍ଚିତ କରିଥାଏ କିନ୍ତୁ ତାହାର ସଫଳତା ତାହାର ଭାଗ୍ୟ ଠିକ କରିଥାଏ । ଦୁନିଆରେ ବହୁତ ଏମିତି ଲୋକ ଅଛନ୍ତି ଯେଉଁମାନେ ନିଜର ଖରାପ ଅବସ୍ଥାକୁ ଭଲ କରି ଦେଇଛନ୍ତି ଏବଂ ଏଥିପାଇଁ ସେମାନେ ଦିନ ରାତି ପ୍ରୟାସ ବି କରିଛନ୍ତି । କିନ୍ତୁ ବିହାରର ଏକ ଏମିତି ଝିଅ ଯିଏକି ନିଜର ଦାରିଦ୍ରଦା ଭିତରେ ବି ଦିନ ରାତି ଏକାଠି କରି ନିଜକୁ ଏତେ କାବିଲ କରିଦେଲେ କି ବର୍ତ୍ତମାନ ତାଙ୍କର ପିତାଙ୍କୁ କେହି ଝାଡୁବାଲା କହିବେ ନାହିଁ ।

କହିବେ କି ପୁଲିସ ଅଫିସରର ପିତା । ଏହି ଝିଅ ଜଣଙ୍କର ସଫଳତା ପଛରେ ବହୁତ ବର୍ଷର କଷ୍ଟ ଅଛି କିନ୍ତୁ ଆଜି ତାକୁ ସମସ୍ତେ ସଲାମ କରୁଛନ୍ତି ।

କେବେ ଦାରିଦ୍ରତାରେ ମଜବୁର ଥିଲେ ଏବଂ ବର୍ତ୍ତମାନ ଏହି ଝିଅ ଜଣକ ହୋଇ ଯାଇଛନ୍ତି ପୁଲିସ ଅଫିସର

ବିହାର ପୂର୍ଣିୟା ଜିଲ୍ଲାର ରେଲୱେ ଷ୍ଟେସନର ସଫାଈକର୍ମୀ ସୁବୋଧ ମେହତାଙ୍କର ପରିବାର ଆଜିକାଲି ବହୁତ ଚର୍ଚାରେ ଅଛନ୍ତି । ବର୍ତ୍ତମାନ ତାଙ୍କ ଘରେ ଖୁସିର ଲହରୀ ଖେଳି ଯାଇଛି । ଖୁଶ୍କୀବାଗ ରେଲୱେ କଲୋନୀରେ ରହୁଥିବା ସୁବୋଧ ମେହତାଙ୍କର ଝିଅ ପୁଷ୍ମା କୁମାରୀ ବର୍ତ୍ତମାନ ପୁଲିସ ଅଫିସରର ପୋଷାକ ପିନ୍ଧିବେ । ପୁଷ୍ପା ପୁଲିସ ଅଫିସରରେ ଭର୍ତ୍ତି ହେଉଥିବା ପରୀକ୍ଷାରେ ସଫଳତାପୂର୍ବକ ପାସ ହୋଇଯାଇଛନ୍ତି ।

ପୁଷ୍ପା ସଫଳତା ପାଇବା ପରେ ମିଡିୟା ସହ କିଛି କଥାବାର୍ତ୍ତା କରିଲେ, ସେ କହିଲେ କି, ମୋ ପିତା ରେଲୱେର ସଫାଇକର୍ମୀ ଅଟନ୍ତି ଏବଂ କମ ସ୍ୟାଲେରୀ ପାଇବା ସତ୍ବେ ବି ସେ ସବୁବେଳେ ମୋ ସହିତ ସାଥ ଦେଇଛନ୍ତି । ବର୍ତ୍ତମାନ ମୋର ଆଗକୁ ଟାର୍ଗେଟ ଅଛି କି ମୁଁ  ବୀପୀଏସସୀ ପରୀକ୍ଷାରେ ବି ସଫଳତା ହାସଲ କରିବି ।

ପୁଷ୍ପାଙ୍କର ମାତା ଗୀତା ଦେବୀ କହିଲେ କି ତାଙ୍କ ଘରେ ସେ ପୁଅ ଏବଂ ଝିଅଙ୍କୁ ଏକାଭଳି ହିଁ ଦେଖନ୍ତି ଏବଂ ତାଙ୍କୁ ଖୁସି ଅଛି କି ତାଙ୍କର ଝିଅ ତାଙ୍କ ନାମକୁ ଏହିଭଳି ଭାବରେ ପରିଚିତ କରାଉଛି । ପୁଷ୍ପା ୨୦୦୯ ରେ ୧୦ମ ପରୀକ୍ଷାରେ ଭଲ ନମ୍ବର ରଖି ପାସ କରିଥିଲା ଏବଂ ୨୦୧୫ରେ ନ୍ୟାସନାଲ ଡିଗ୍ରୀ କଲେଜରୁ ଗ୍ରେଜୁଏଶନ କରିଥିଲେ । ଏହା ପର ଠାରୁ ସେ ପ୍ରସ୍ତୁତ ଆରମ୍ଭ କରିଦେଥିଲେ ଏବଂ ସଫଳତା ବି ହାସଲ କରିଲେ । ସୁବୋଧ ମେହତା ପୂର୍ଣିୟା ଜଙ୍କସନରେ ସମସ୍ତଙ୍କୁ ମିଠା ବାଣ୍ଟି ନିଜର ଖୁସିକୁ ଜାହିର କରିଥିଲେ ।