କେବଳ ଗୋଟିଏ ଥର ବ୍ୟବହାରରେ, ଦାନ୍ତର ପୋକ ବାହାର କରିଥାଏ – ଜାଣନ୍ତୁ କେମିତି କରିବେ

ଦାନ୍ତ ଆମ ଶରୀରର ଓ ଜୀବନର ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥାଏ କାରଣ ଆମ ଶରୀରକୁ କାମ କରିବା ପାଇଁ ଖାଦ୍ୟର ଆବଶ୍ୟକତା ପଡିଥାଏ ଓ ଆମକୁ ସୁନ୍ଦର ଦେଖାଯିବା ପାଇଁ ସୁନ୍ଦର ଦାନ୍ତର ମଧ୍ୟ ଆବଶ୍ୟକତା ଅଛି । ଦାନ୍ତ ଖାଦ୍ୟ ଖାଇବାରେ କାମରେ ଆସିଥାଏ । ଏହା ଖାଦ୍ୟକୁ ଚୋବାଇବାରେ ସାହାର୍ଯ୍ୟ କରେ । ଖାଦ୍ୟକୁ ଚୋବାଇବା ବିନା ଆମେ ଖାଦ୍ୟ ଖାଇ ପାରିବା ନାହିଁ । ଏଥିପାଇଁ ଦାନ୍ତ ଆମ ଜୀବନରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥାଏ । ଯଦି ଆମର ଦାନ୍ତ ବିନ୍ଧା ହୁଏ ବା ଦାନ୍ତ ପୋକ କାଟେ ନା ଆମେ ଭଲରେ ଖାଇ ପାରିବା ନା ମନ ଖୋଲି ହସି ପାରିବା ।

ତେବେ ସୁସ୍ଥ ରହିବା ପାଇଁ ଆମ ଶରୀରରେ ସୁସ୍ଥ ଦାନ୍ତର ଆବଶ୍ୟକତା ଅଛି । ଏଥିପାଇଁ ଦାନ୍ତକୁ ମଜବୁତ ଓ ସୁସ୍ଥ ରଖିବା ପାଇଁ ସମୟ ସମୟରେ ତାର ଯତ୍ନ ନେବା ବହୁତ ଜରୁରୀ ହୋଇଥାଏ ।

କିନ୍ତୁ ଆଜିକାଲି ଲୋକ ଅଧିକ ମିଠା ଖାଇବାକୁ ପସନ୍ଦ କରିଥାନ୍ତି ଓ ଦାନ୍ତ ସଫା କରିବା ଉପରେ ଧ୍ୟାନ ଦିଅନ୍ତି ନାହିଁ । ରାତିରେ ଖାଦ୍ୟ ଖାଇବା ପରେ ବା ଚକୋଲେଟ ଖାଇବା ପରେ ବ୍ରସ କରନ୍ତି ନାହିଁ । ଯାହା କାରଣରୁ ଆମ ଦାନ୍ତ ପୋକ କାଟିବା ଆରମ୍ଭ କରିଦିଏ ଓ ତା ସହିତ ଦାନ୍ତ ବିନ୍ଧା ମଧ୍ୟ ଆରମ୍ଭ ହୋଇଯାଏ । ଆରମ୍ଭରେ ତ ପୋକ ଛୋଟ ହୋଇଥାଏ ଓ ଦେଖାଯାଏ ନାହିଁ ନା କୌଣସି କଷ୍ଟ ହୋଇଥାଏ କିନ୍ତୁ କିଛି ଦିନ ପରେ ଦାନ୍ତରେ ପୋକ ବି ବଡ ହେବାକୁ ଲାଗେ ଓ ଦାନ୍ତ ବିନ୍ଧା ମଧ୍ୟ ବଢିଯାଏ ।

ଯଦି ଆପଣଙ୍କ ସହିତ ବି ଏମିତି ହେଉଛି ଓ ଆପଣ ବହୁତ ପ୍ରକାରର ଉପାୟ କରି ଦେଖି ସାରିଛନ୍ତି ତଥାପି ଆପଣଙ୍କୁ କୌଣସି ଆରାମ ମିଳୁ ନାହିଁ ତେବେ ଡରିବାର କିଛି ନାହିଁ, କାରଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପାୟ ଜଣାଇବୁ ଯାହାକୁ ମାତ୍ର ଥରେ କିମ୍ବା ଦୁଇ ଥର ପ୍ରୟୋଗ କରି ଆପଣଙ୍କ ଦାନ୍ତର ପୋକକୁ ବାହାର କରିପାରିବେ ଓ ଦାନ୍ତବିନ୍ଧାକୁ ମଧ୍ୟ ଭଲ କରି ପାରିବେ । ତେବେ ଚାଲନ୍ତୁ ଜାଣିବା କି ସେହି ଉପାୟ କଣ ଓ ଏହାକୁ କିପରି ତିଆରି କରିବା ।

ଆବଶ୍ୟକ ସାମଗ୍ରୀ

୧। ଏକ ଚୁଟକି ଚୂନ

୨। ଫିଟିକିରି

ପ୍ରଥମେ ଫିଟିକିରିକୁ ଗୁଣ୍ଡ କରିନେବା । ଏକ ବାସନରେ ଏକ ଚୁଟକି ଚୂନ ଓ ଏକ ଚୁଟକି ଫିଟିକିରି ପାଉଡର ନେଇ ସେଥିରେ ପାଣି ମିଶାଇ ଏକ ପେଷ୍ଟ ତିଆରି କରିନେବା । କୌଣସି ଛୁଞ୍ଚି ବା ଡିଆସିଲି କାଠିରେ ତୁଳା ଲଗାଇ ସେହି ପେଷ୍ଟକୁ ତା ଉପରେ ଲଗାଇ ନେବା । ଏହା ପରେ ଆପଣଙ୍କ ଦାନ୍ତରେ ଯେଉଁଠି ପୋକ କାଟିଛି ସେଠାରେ ଭଲ ଭାବେ ଲଗାଇଦେବା ଯେମିତିକି ପୋକ କାଟିଥିବା ଜାଗା ବା ପୋକ ଉପରେ ଭଲ ଭାବେ ସେହି ପେଷ୍ଟ ଲାଗିଯିବ। ଏହା ପରେ କିଛି ସମୟ ପାଇଁ ଆପଣ ପାଟିକୁ ଖୋଲି ରଖିବାର ଅଛି ।

ଯଦି ଆପଣ ସଙ୍ଗେ ସଙ୍ଗେ ପାଟି ବନ୍ଦ କରି ଦିଅନ୍ତି ତେବେ ଜିଭ ଲାଗିବା କାରଣରୁ ସେହି ପେଷ୍ଟ କାଢି ହୋଇଯିବ । ଏଥିପାଇଁ ଆପଣ କିଛି ସମୟ ପାଇଁ ପାଟି ଖୋଲି ରଖିବାର ଅଛି । ଯଦି ଆପଣ ଏମିତି କରନ୍ତି ୨ ବା ୩ ମିନିଟରେ ଆପଣଙ୍କ ପାଟିରୁ ଲାଳ ବୋହିଥାଏ ଓ ତା ସହିତ ପୋକ ମଧ୍ୟ ବାହାରିଯାଏ । ଯଦି ପ୍ରଥମ ଥରରେ ପୋକ ବାହାରେ ନାହିଁ ତେବେ ଦ୍ଵିତୀୟ ଥର ଏହାକୁ ବ୍ୟବହାର କରନ୍ତୁ । ପୋକ ନିଶ୍ଚୟ ବାହାରି ଯିବ । ଯଦି ଆପଣ ଏହି ସମସ୍ୟାରେ ପୀଡିତ ଏହି ଉପାୟ କୁ ଆପଣାଇ ଦେଖନ୍ତୁ ନିଶ୍ଚୟ ଆପଣଙ୍କ କାମରେ ଆସିବ ।

ଯଦି ଆପଣ କି ଆପଣଙ୍କ ସମ୍ବନ୍ଧୀୟ ଏହି ସମସ୍ୟାରେ ପୀଡିତ ଏହି ପୋଷ୍ଟ ଟି ସେୟାର କରି ତାଙ୍କୁ ସାହାଯ୍ୟ କରନ୍ତୁ ଓ ଆହୁରି ଏହି ଭଳି ଆହୁରି ଅନେକ ସ୍ୱାସ୍ଥ୍ୟ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।