ଭଲ ସହିତ ଖରାପ ଏବଂ ଖରାପ ସହିତ କାହିଁକି ହୋଇଥାଏ ଭଲ ? ଜାଣନ୍ତୁ ଏଠି ଏହି ପ୍ରଶ୍ନର ଉତ୍ତର

ଆପଣଙ୍କ ମୁଣ୍ଡରେ ପ୍ରାୟତଃ ଏହି ପ୍ରଶ୍ନର ଉତ୍ତର ନିଶ୍ଚିତ ଆସିଥାଏ କି ଶେଷରେ ସବୁବେଳେ ଭଲ ଲୋକଙ୍କ ସହିତ ଖରାପ ଏବଂ ଖରାପ ଲୋକଙ୍କ ସହିତ ଭଲ କାହିଁକି ହୋଇଥାଏ । ଯଦି କେହି ବେଇମାନ କରେ ଏବଂ ଲୋକଙ୍କର ଖରାପ କରିଥାଏ ସେମାନଙ୍କର ଉନ୍ନତି ହୋଇଥାଏ । କିନ୍ତୁ ଯିଏ ସମସ୍ତଙ୍କ ସହିତ ଭଲ କରେ ଏବଂ ଭଲ ଭାବେ ଲୋକମାନଙ୍କ ସହିତ ସବୁବେଳେ ଖରାପ ହୋଇଥାଏ ।

ଏହା ଏକ ଏମିତି ପ୍ରଶ୍ନ ଯାହା ସମସ୍ତଙ୍କ ମନରେ ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ କାହାଣୀ ମାଧ୍ୟମରେ ଏହି ସବୁ ପ୍ରଶ୍ନର ଉତ୍ତର ଦେବୁ ।

କହିଦେଉଛୁ ଯେ ଏହି ପ୍ରକାରର ସବୁ ପ୍ରଶ୍ନର ଉତ୍ତର ନିଜେ ଭଗବାନ ବିଷ୍ଣୁ ଦେଇଛନ୍ତି । ଥରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ କି ବାସୁଦେବ ସବୁବେଳେ ଭଲ ଲୋକମାନଙ୍କ ସହିତ କାହିଁକି ଖରାପ ହୋଇଥାଏ ? ଖରାପ ଲୋକଙ୍କ ସହିତ ଭଲ କାହିଁକି ହୋଇଥାଏ, ଏହା ଉପରେ ଭଗବାନ ବିଷ୍ଣୁ ଅର୍ଜୁନଙ୍କୁ ଏକ କାହାଣୀ ଶୁଣାଇଲେ ।

କଥା ପୁରୁଣା ସମୟର ଅଟେ । ଯେତେବେଳେ ଗୋଟିଏ ନଗରୀରେ ଦୁଇଟି ପୁରୁଷ ରହୁଥିଲେ । ପ୍ରଥମ ପୁରୁଷ ବେପାରୀ ଥିଲା ଯିଏ ଭଲ ଏବଂ ସଚ୍ଚୋଟ ମଣିଷ ଥିଲା, ସେ ଧର୍ମ ଏବଂ ନୀତିର ପାଳନ କରିଥାଏ, ଭଗବାନଙ୍କର ଭକ୍ତି କରୁଥିଲା ଏବଂ ମନ୍ଦିର ଯାଉଥିଲା । ଏହା ଛଡା ସେ ସମସ୍ତ ଖରାପ କାମ ଏବଂ ସଂଗତିରୁ ଦୂରରେ ରହୁଥିଲା । କିନ୍ତୁ ଦ୍ଵିତୀୟ ବ୍ୟକ୍ତି ଏହାର ବିପରୀତ ଏବଂ ଦୃଷ୍ଟ ପ୍ରବତ୍ତିର ଥିଲା ।

ସେ ସବବେଳେ ଖରାପ କାମ କରିଥାଏ । ମନ୍ଦିର ଯିବା ପରିବର୍ତ୍ତେ ସେ ଚପଲ ଚୋରି କରିଥାଏ । ମିଛ କହିଥାଏ ଏବଂ ନିଶା କରିଥାଏ । ଗୋଟିଏ ଦିନର କଥା ଯେତେବେଳେ ସେହି ଦିନ ବହୁତ ଜୋରରେ ବର୍ଷା ହେଉଥିଲା, ସେହି ସମୟରେ ସମସ୍ତେ ନିଜ ଘରେ ରହିଥିଲେ । ଏବଂ ମନ୍ଦିରରେ କେବଳ ପୂଜାରୀ ହିଁ ଥିଲେ । ସେହି ଲୋଭୀ ବ୍ୟକ୍ତି ଜଣକ ମନ୍ଦିରରେ ପୂଜାରୀ ଏକେଲା ଦେଖି ମନ୍ଦିରର ସବୁ ଧନ ଚୋରୀ କରି ସେଠାରୁ ପଲୟାନ କଲା ।

ଠିକ ସେହି ସମୟରେ ସେହି ବେପାରୀ ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଇଥିଲା ଏବଂ ଲୋକମାନେ ତାହା ଉପରେ ଚୋରୀ କରିଥିବାର ଦୋଷ ଦେଲେ । ଏହା ପରେ ସେହି ବ୍ୟକ୍ତି ଜଣକ ଅପମାନ ହୋଇ ମନ୍ଦିରର ବାହାରକୁ ବାହାରି ଯିବା ସମୟରେ ଗୋଟିଏ ଗାଡି ତାଙ୍କୁ ଧକା ମାରିଲା ଏବଂ ସେ ପୁରାପୁରୀ କ୍ଷତବିକ୍ଷତ ହୋଇଗଲା ।

ଏହା ପେର ଯେତେବେଳ ବେପାରୀ ନିଜ ଘରକୁ ଯାଉଥିଲା ସେହି ସମୟରେ ସେହି ଦୁଷ୍ଟ ବ୍ୟକ୍ତି ଦେଖାହେଲା । ଯିଏ କି ବହୁତ ଖୁସି ଥିଲା ଏବଂ କହୁଥିଲା କି ଆଜି ବହୁତ ଧନ ହାତରେ ଲାଗିଛି । ବେପାରୀ ଜଣକ ଏହି କଥାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲା । ଏହା ପରେ ବେପାରୀ ଜଣକ ଘରକୁ ଯାଇ ଭଗବାନଙ୍କର ସବୁ ଫଟୋ ଗୁଡିକୁ ବାହାରେ ଫୋପାଡି ଭଗବାନଙ୍କ ଉପରେ ରାଗି ନିଜର ଜୀବନ ଜାପାନ କରିବାକୁ ଲାଗିଲେ ।

କିଛି ସମୟ ପରେ ଦୁଇଜଣ ବ୍ୟକ୍ତିଙ୍କର ମୁର୍ତ୍ୟୁ ହୋଇଗଲା ଏବଂ ଦୁଇଜଣ ଯମରାଜଙ୍କ ପାଖକୁ ଗଲେ। ତେବେ ସେହି ବେପାରୀ ଜଣକ ରାଗି ଯାଇ ଉଚ୍ଚ ସ୍ଵରରେ ଯମରାଜଙ୍କୁ ପ୍ରଶ୍ନ କରିଲେ କି ମୁଁ ସର୍ବଦା ଭଲ କାମ କରେ, ଯାହା ବଦଳରେ ମୋତେ ଅପମାନ ଏବଂ ବ୍ୟଥା ମିଳେ କିନ୍ତୁ ଏହି ଅଧର୍ମ କରୁଥିବା ଦୁଷ୍ଟକୁ ଟଙ୍କା ଭର୍ତି ମୁଣି… ଏମିତି କାହିଁକି ?

ଏହାର ଉତ୍ତର ଯମରାଜ ଦେଲେ ଯେଉଁ ଦିନ ତୁମର ଦୁର୍ଘଟଣା ହୋଇଥିଲା, ତାହ ତୁମ ଜୀବନର ଶେଷଦିନ ଥିଲା । କିନ୍ତୁ ତୁମର ଭଲ କାମ ଯୋଗୁ ତୁମର ମୃତ୍ୟୁ ଗୋଟିଏ ଛୋଟ ଖଣ୍ଡିଆ ହୋଇଗଲା । ଏବଂ ଏହି ଦୁଷ୍ଟର ଜୀବନରେ ସେହି ସମୟ ରାଜଯୋଗ ମିଳିବାର ସମ୍ଭାବନା ଥିଲା, କିନ୍ତୁ ଏହାର ଖରାପ କାମ ଯୋଗୁ ତାହର ରାଜଯୋଗ ଗୋଟିଏ ଛୋଟ ଧନର ମୁଣିରେ ବଦଳି ଗଲା ।

ଏହି କାହାଣୀ ପରେ ଶ୍ରୀକୃଷ୍ଣ ଅର୍ଜୁନ କହିଲେ କି ଭଗବାନ ଆମକୁ କଣ କେଉଁ ରୂପରେ ଦେଇଥାଏ ତାହ ମଣିଷ ବୁଝି ପାରେ ନାହିଁ । କିନ୍ତୁ ଯଦି ଆପଣ ଭଲ କର୍ମ ଜରିବେ ତେବେ ଭଗବାନଙ୍କର କୃପା ସବୁବେଳେ ଆପଣଙ୍କ ଉପରେ ରହିଥିବ ।