ଦାନ୍ତ ପୋକ ଖାଇଲେ କ’ ଣ କରିବେ ? ଏହା ସହିତ ଆହୁରି ମଧ୍ୟ ପଢନ୍ତୁ 15 ଅନୁଚିନ୍ତା

ଯଦି ଗୋଡ ଫାଟୁଥାଏ ତେବେ ତେନ୍ତୁଳୀ ମଞ୍ଜିକୁ ବାଟି ଗୋଡରେ ଲଗାଇବା ଦ୍ଵାରା ଏହା ଦୂର ହୋଇଥାଏ । ଯଦି ଦାନ୍ତ ରୋଗ ଭଲ ହେଉନଥାଏ ତେବେ ପଇଡ ପାଣିକୁ ଦିନକୁ ଦୁଇଥର କୁଳି କରିବା ଦ୍ଵାରା ଏହା ମଧ୍ୟ ଦୂର ହୋଇଥାଏ । ଯଦି ଆପଣଙ୍କ ଦାନ୍ତ ପୋକ ଖାଉଥାଏ ତେବେ ରସୁଣକୁ ଛେଚି ପୋକରା ଦାନ୍ତରେ ଚାପି ରଖିଲେ ଉପସମ ମିଳିଥାଏ ।

ଯଦି ଗୋଡରୁ ଅଧିକ ଝାଳ ବାହାରୁଥିଲେ ଦୁଦୁରା ପତ୍ରର ରସକୁ ପାଦରେ ଲବାଇବା ଦ୍ଵାରା ତାହା ଦୂର ହୋଇଥାଏ । ଯଦି କେହି ମୂର୍ଚ୍ଛା ହୋଇଛନ୍ତି ତେବେ ତାଙ୍କ କାନକୁ ଫୁଙ୍କିଲେ ଓ ମଥାରେ ପାଣି ମାରିବା ଦ୍ଵାରା ଚେତା ଫେରି ଆସିଥାଏ । ଦୃଷ୍ଟିଶକ୍ତି ବୃଦ୍ଧି କରିବା ପାଇଁ ପ୍ରତ୍ୟେକ ଦିନ କାଠଚମ୍ପା ଫୁଲକୁ ଶୁଙ୍ଘିଲେ ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ ।

ଯଦି ବାରମ୍ବାର ଯାଦୁ ହେଉଥାଏ ତେବେ କାଠଚମ୍ପା କ୍ଷୀରରେ ଲୁଣ ମିଶାଇ ଯାଦୁରେ ମାରିବା ଦ୍ଵାରା ତାହା ଦୂର ହୋଇଥାଏ ।

ଯଦି କମ୍ପଜ୍ଵର ଆସୁଥାଏ ତେବେ ପାଟିରେ ଆଙ୍ଗୁଠି ପୁରାଇ ବାନ୍ତି କରନ୍ତୁ ଏବଂ କ୍ଷୀରରେ ବେଲପତ୍ର ରସ ମିଶାଇ ପିଇଲେ ତାହା ଦୂର ହୋଇଥାଏ ।

ଯଦି ଦେହରେ ଅଧିକ ଲୋମ ଉଠୁଥାଏ ତେବେ ଗେଣ୍ଡୁଫୁଲ ମଞ୍ଜିକୁ ବାଟି ଲଗାଇଲେ ତାହା ଉଠିନଥାଏ ।

ଯଦି ଜିଭରେ ଘା ହୋଇଥାଏ ତେବେ ତେଜ ପତ୍ରକୁ ପାଣିରେ ଫୁଟାଇ କୁଳୁକୁଜା କରିବା ଦ୍ଵାରା ତାହା ଦୂର ହୋଇଯାଇଥାଏ ।

ଆପଣଙ୍କର କିଛି ଗୁରୁତ୍ବପୂର୍ଣ କାର୍ଯ୍ୟ ପାଇଁ ବାହାରକୁ ଯିବାର ଥାଏ ତେବେ ବୁଧବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଗଲେ କାର୍ଯ୍ୟ ସିଦ୍ଧି ହୋଇଥାଏ ।

ଛୁତିଖିଆ କିମ୍ବା ଅଣଶୁଦ୍ଧିଆ ରେ କେଉଁ ଜାଗାକୁ ଜାଗାକୁ ଯାତ୍ରା କରନ୍ତୁ ନାହିଁ ଏହା ଦ୍ଵାରା କାର୍ଯ୍ୟରେ ସଫଳତା ମିଳିନଥାଏ ।

ଯାତ୍ରା ସମୟରେ ଯଦି ଗାଈ ଲାଞ୍ଜ ଉପରେ କାଉ ବସିଥିବାର ଦେଖନ୍ତି ତେବେ ଏହା ବହୁତ ଅଶୁଭ ସଂକେତ ହୋଇଥାଏ ।

ସକାଳୁ ଦକ୍ଷିଣ ଦିଗରେ ଯଦି କାଉ ରାବ ଦିଏ ତେବେ ଏହା ରୋଗ ଓ ଶୋକ ର ବୃଦ୍ଧିର ସୂଚନା ଦେଇଥାଏ ।

ଯଦି କାଉ ସକାଳୁ ପଶ୍ଚିମ ଦିଗରେ ରାବ ଦିଏ ତେବେ ଏହା ବର୍ଷା ହେବାର ସୂଚନା ଦେଇଥାଏ ।

ଯଦି କାଉ ଉତ୍ତର ଦିଗରେ ରାବ ଦେବାର ସୁନିଠାନ୍ତି ତେବେ ଏହା ଧନକ୍ଷୟ ର ସୂଚନା ଦେଇଥାଏ । କାଉ ଯଦି ଦକ୍ଷିଣ ପୂର୍ବ ଦିଗରେ ରବିଲେ ତାହା ମାନ ସମ୍ମାନ ଓ ଯଶବୃଦ୍ଧିର ସୂଚନା ଦେଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।