କ୍ରିକେଟ ମ୍ଯାଚରେ ଡ୍ୟାନ୍ସ କରି କରି ଅମ୍ପାୟାରିଙ୍ଗ କରୁଛନ୍ତି । ହାତ ଏବଂ ଅଣ୍ଟାକୁ ହଲେଇ କେମିତି ମଜାଳିଆ ଢଙ୍ଗରେ ଅମ୍ପାୟାର ଡିସିସନ ଦେଉଛନ୍ତି ଡ୍ୟାନ୍ସିଙ୍ଗ ଅମ୍ପାୟାର । ଆପଣ ଅନେକ ମ୍ଯାଚ ଦେଖିଥିବେ ଓ ଅନେକ ଅମ୍ପାୟାରଙ୍କୁ ମଧ୍ୟ ଦେଖିଥିବେ । ହେଲେ ଏହି ଡ୍ୟାନ୍ସିଙ୍ଗ ଅମ୍ପାୟାରଙ୍କୁ ଦେଖିଲେ ଆପଣଙ୍କ କୌତୁକ ମଧ୍ୟ ବଢିଯିବ । ଯାହାଙ୍କ ଭିଡିଓ ଏବେ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି । ଇଏ ହେଉଛନ୍ତି ମନୀଷ ପାଣ୍ଡେ, ଯିଏ ଆଖପାଖ ଗାଁରେ ଡ୍ୟାନ୍ସିଙ୍ଗ ଅମ୍ପାୟାର ନାଁରେ ବେଶ ପରିଚିତ ।
କ୍ରିକେଟ ପଡିଆରେ ସେ ଏମିତି ଢଙ୍ଗରେ ଡିସିସନ ଦିଅନ୍ତି ଯେ ଲୋକେ କାହିଁ କେତେ ଦୂରରୁ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଧାଇଁ ଆସନ୍ତି । ପୁରୀ ଜିଲ୍ଲାର ଅଧିକାଂଶ ଟୁର୍ଣ୍ଣାମେଣ୍ଟରେ ଆପଣ ମନୀଷଙ୍କୁ ନିଶ୍ଚୟ ଦେଖିବାକୁ ପାଇବେ । ମନୀଷ ନାଚି ନାଚି ଅମ୍ପୟାରିଙ୍ଗ କରିବା ସହ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାନ୍ତି । ମନୀଷ ଆଜିକୁ ପ୍ରାୟ 10 ବର୍ଷ ଧରି କ୍ରିକେଟ ମ୍ଯାଚରେ ଅମ୍ପାୟାରିଙ୍ଗ କରି ଆସୁଛନ୍ତି । ତେବେ ଗତ ଦୁଇ ବର୍ଷ ଧରି ସେ ଏଭଳି ଡ୍ୟାନ୍ସିଙ୍ଗ ଅମ୍ପାୟାରିଙ୍ଗ କରୁଛନ୍ତି ।
ତାଙ୍କର ଏଭଳି ଫନି ଡିସିସନ ଦେବାକୁ ଦର୍ଶକ ବେଶ ଉପଭୋଗ କରୁଛନ୍ତି । ଦର୍ଶକଙ୍କ ସମେତ କ୍ରିକେଟ ମ୍ଯାଚ ଦେଖିବାକୁ ଆସୁଥିବା ଗେଷ୍ଟ ମାନେ ମଧ୍ୟ ମନୀଷଙ୍କ ଡ୍ୟାନ୍ସିଙ୍ଗ ଅମ୍ପାୟାରିଙ୍ଗକୁ ବେଶ ପ୍ରଶଂସା କରୁଛନ୍ତି । 2021 ରେ ଏକ ପ୍ରିମିୟର ଲିଗ୍ ଅମ୍ପାୟାରିଙ୍ଗ କରୁଥିବା ବେଳେ କିଛି ଲୋକ ତାଙ୍କୁ କହିଥିଲେ ବହୁତ ସାଧାସିଧା ଅମ୍ପାୟରିଂ ହେଇଗଲା ଏଥର ଏମିତି ଅମ୍ପାୟରିଂ ଯେମିତି କ୍ରିକେଟ ପ୍ଲେୟାର ଏବଂ ଦର୍ଶକ ସମସ୍ତେ ଖୁସି ହେବେ ।
ସେବେ ଠାରୁ ପ୍ରଥମେ ମଜାଳିଆ ଉପାୟରେ ଡିସିସନ ଦେବାକୁ ଚେଷ୍ଟା କରିଥିଲେ ମନୀଷ । ତାଙ୍କ ଅମ୍ପୟରିଂ ଦର୍ଶକଙ୍କୁ ବେଶ ଭଲ ଲାଗିଥିଲା । ନାଚି ନାଚି ଅମ୍ପାୟରିଂ କରି ସେ ଦର୍ଶକଙ୍କୁ ଖୁବ୍ ହସାଇଥିଲେ । ସେବେ ଠାରୁ ମନୀଷ ଏଭଳି ନାଚି ନାଚି ଅମ୍ପାୟରିଂ କରିବା ଆରମ୍ଭ କରିଥିଲେ ଓ ଏବେ ପର୍ଯ୍ୟନ୍ତ କରି ଆସୁଛନ୍ତି । ପୁରୀ ଜିଲ୍ଲାରେ ସମସ୍ତ ଛୋଟ ବଡ ମ୍ଯାଚରେ ମନୀଷଙ୍କୁ ଏମିତି ନାଚି ନାଚି ଅମ୍ପାୟାରିଂ କରୁଥିବାର ଦେଖିବାକୁ ମିଳେ ।
ତାଙ୍କ ଅମ୍ପାୟାରିଂ ଦେଖି ତାଙ୍କୁ ତାମିଲନାଡୁ ଏବଂ ପାଟନାରୁ ମଧ୍ୟ ଅମ୍ପାୟାରିଂ ପାଇଁ ଅଫର୍ ଆସିଛି । ହେଲେ ସେ ବାହାରକୁ ଯିବାକୁ ମନା କରି ଦେଇଛନ୍ତି । ପୁରୀ ଜିଲ୍ଲାରେ ତାଙ୍କୁ ଯେତିକି ଭଲପାଇବା ମିଳୁଛି ସେଥିରେ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।