ଦମ୍ପତ୍ତି କେଉଁ ଦିନ ସମ୍ବଦ୍ଧ ରଖିଲେ, ସୁସ୍ଥ, ଗୁଣବାନ ଓ ଦୀର୍ଘାୟୁ ସନ୍ତାନ ଜନ୍ମ ହୋଇଥାଏ ?

ବିବାହ ଏକ ପବିତ୍ର ବିଧି ଅଟେ ଯାହା ସଂସାରର ନିୟମ ଅଟେ । ବିବାହ ପରେ ସମସ୍ତେ ସନ୍ତାନର କାମନା କରିଥାନ୍ତି । ସନ୍ତାନ ହେଉଛି ଈଶ୍ଵରଙ୍କର ବରଦାନ । ଅନେକ ଏଥି ପାଇଁ ପୂଜା ଉପାସନା କରନ୍ତି । ଯେ ତାଙ୍କର ସୁସ୍ଥ, ସୁନ୍ଦର ଓ ଗୁଣବାନ ସନ୍ତାନ ଜନ୍ମ ଗ୍ରହଣ ହେଉ ବୋଲି । ଏଥି ମଧ୍ୟରୁ ଅନେକ ପୁତ୍ର ସନ୍ତାନର କାମନା କରିଥାନ୍ତି । ତେବେ ସନ୍ତାନ ପ୍ରାପ୍ତି ପାଇଁ ଶାସ୍ତ୍ରରେ ବହୁତ ନିୟମ ରହିଛି କେଉଁ ତିଥି ଓ କେଉଁ ନକ୍ଷତ୍ର , ଶୁଭ ବାରରେ ଆମେ ସହବାସ କରିବା ଦ୍ଵାରା ଔରସରୁ ଜାତ ହୋଇଥିବା ସନ୍ତାନ ବହୁତ ଜ୍ଞାନବାନ , ଗୁଣବାନ ଓ ବୁଦ୍ଧିମାନ  ଦୀର୍ଘାୟୁ ହୋଇଥାଏ ।

ତେବେ ଆପଣ ଯଦି ଉତ୍ତମ ସନ୍ତାନ ପାଇଁ ଇଛା ରଖିଥାନ୍ତି ।  ତେବେ କେବେ ବି ଦିନରେ ସ୍ତ୍ରୀ ସହ ସହବାସ କରନ୍ତୁ ନାହିଁ । କାରଣ ସୂର୍ଯ୍ୟଙ୍କ ଥିବା ସମୟରେ ବା ଅବସ୍ଥାରେ ଯଦି ଆମେ ସନ୍ତାନ କାମନା କରି ସହବାସ କରିଥାଉ । ତେବେ ସେ ସମୟରେ ଆମ ଔରସରୁ ଜାତ ହୋଇଥିବା ସନ୍ତାନ ବିକଳାଙ୍ଗ ହୋଇ ଜନ୍ମ  ଗ୍ରହଣ କରିଥାଏ । ତେଣୁ ଦିନ ସମୟରେ ପୁତ୍ର ସନ୍ତାନ ଆଶା କରି ସହବାସ କରନ୍ତୁ ନାହିଁ ।

ଶାସ୍ତ୍ର ନିୟମ ଅନୁସାରେ ସ୍ତ୍ରୀ ସହ ସହବାସ ରାତି ଏଗାର ଠାରୁ ଚାରିଟା ଯାଏ କରିବା ଉଚିତ୍ । ଏହି ସମୟ ବହୁତ ଶୁଭ ସମୟ ହୋଇଥାଏ , ଏହି ସମୟ ମଧ୍ୟରେ ସ୍ଵାମୀ ଓ ସ୍ତ୍ରୀ ଅର୍ଥାତ ଦମ୍ପତ୍ତି ଶାରୀରିକ ସମ୍ପର୍କ ରଖିପାରିବେ।

ଅମାବ୍ୟାସ , ଷଷ୍ଟି  , ନବମୀ ଓ ଚର୍ତୁଦଶୀ ତିଥିରେ ଆଦୌ ସହବାସ କରନ୍ତୁ ନାହିଁ । କାରଣ ଏହା ଶାସ୍ତ୍ର ବିରୋଧୀ ଅଟେ ଓ ଏହି ସମୟରେ ଜନ୍ମ ହୋଇଥିବା ସନ୍ତାନ କୁସନ୍ତାନ ହୋଇଥାଏ ।

ରବିବାର , ମଙ୍ଗଳବାର ଓ ଶନିବାର ଏହି ଦିନ ମାନଙ୍କରେ ସନ୍ତାନ କାମନା କରି  ସ୍ତ୍ରୀ ସହବାସ କରିବା  ନିବାରଣ ଅଟେ । ଯେଉଁ ଦିନ ଘରେ ମା ବାପାଙ୍କର ଶ୍ରାଦ୍ଧ ଦିନ ଅଟେ । ସେହି ଦିନ ମଧ୍ୟ ସହବାସ କରନ୍ତୁ ନାହିଁ ।

ଏହା ଛଡା ଗ୍ରହଣ ଲାଗିଥିବା ଦିନ ମଧ୍ୟ ସନ୍ତାନ କାମନା କରି ସହବାସ କରନ୍ତୁ ନାହିଁ । ଯାହା ଦ୍ଵାରା ଏହା ଯୌଗୁ ଆପଣଙ୍କ ଔରସରୁ ଜନ୍ମ ହୋଇଥିବା ସନ୍ତାନ ଅଳ୍ପ ଆୟୁ ଓ ଗୁଣହୀନ  ହେଇ କି  ଜନ୍ମ ହୋଇଥାଏ ।

ନିଜର ଜନ୍ମ ନକ୍ଷତ୍ର ଠାରୁ ସପ୍ତମ ନକ୍ଷତ୍ର ଚାଲୁଥିବା ସମୟରେ ସ୍ତ୍ରୀ ସହବାସ ନିଷିଦ୍ଧ ଅଟେ  । ଉତ୍ତମ , ଗୁଣବାନ ଓ ଜ୍ଞାନବାନ ସନ୍ତାନ ପାଇଁ ଉତ୍ତମ ନକ୍ଷତ୍ର ହେଉଛି  ଶ୍ରବଣା , ହସ୍ତା , ଅନୁରାଧା , ସ୍ଵାତି , ଉତ୍ତର ଫାଲ୍ଗୁନୀ , ଧନିଷ୍ଟା , ମୂଳା , ରୋହିଣୀ ଏହି  ସବୁ ନକ୍ଷତ୍ର ଚାଲୁଥିବା ସମୟରେ ଯେଉଁ ମାନେ ସନ୍ତାନ କାମନା କରି ସ୍ତ୍ରୀ ସହ ସହବାସ ଅର୍ଥାତ ଶାରୀରିକ ସମ୍ବଦ୍ଧ ବନାଇଥାନ୍ତି । ତାଙ୍କ ଔରସରୁ ଜାତ ହୋଇଥିବା ସନ୍ତାନ ବହୁତ ଭାଗ୍ୟଶାଳୀ , ଜ୍ଞାନବାନ , ପରଉପକାରୀ ଓ  ଜଗତ କଲ୍ୟାଣ କାରୀ ହୋଇଥାଏ ।

ତେଣୁ ସନ୍ତାନ ପାଇଁ ଏହି ତିଥି ଓ ନକ୍ଷତ୍ର ସହବାସ କରନ୍ତୁ । ବନ୍ଧୁଗଣ ଆଶା କରୁଛୁ । ଏହି ପୋଷ୍ଟଟି ଆପଣ ମାନଙ୍କୁ ପସନ୍ଦ ଆସିଥିବ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।