ଗୋଦରା ଲୋ ଗୋଡକୁ ଅନା…ଦମ୍ ଥିଲା ଯଦି Pintu ବଞ୍ଚିଥିଲା ବେଳେ କହିଲନି ? କଡା ଜବାବ ଦେଲେ ଏହି ଓଲିଉଡ ଅଭିନେତ୍ରୀ, ଦେଖନ୍ତୁ video

ପିଣ୍ଟୁ ନନ୍ଦଙ୍କର ମୃ-ତ୍ୟୁ-କୁ ନେଇ ଏବେବି ଚର୍ଚ୍ଚା ଥମିବାର ନାଁ ଧରୁନାହିଁ । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଓଲିଉଡ ଜଗତର ଅନେକ କଳାକାର ମାନେ ପିଣ୍ଟୁଙ୍କ ଦେହାନ୍ତକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆଲୋଚନା କରୁଛନ୍ତି । ଗଣମାଧ୍ୟମ ସାକ୍ଷାତକାରରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ପିଣ୍ଟୁଙ୍କ ବିଷୟରେ ଭଲ ମନ୍ଦ କହୁଥିବାର ଦେଖିବାକୁ ମିଳୁଛି । ଏହାରି ଭିତରେ ପିଣ୍ଟୁଙ୍କର ଜଣେ ବାନ୍ଧବୀ ତଥା ସହ ଅଭିନେତ୍ରୀ ମଧ୍ୟ ପିଣ୍ଟୁଙ୍କ ଦେହାନ୍ତଙ୍କୁ ନେଇ ନିଜ ମତ ରଖିଛନ୍ତି ।

ସେ କହିଛନ୍ତି କି, ପିଣ୍ଟୁଙ୍କ ସହ ଅନେକ ଫିଲ୍ମରେ କାମ କରିଛନ୍ତି । ପିଣ୍ଟୁ ନନ୍ଦ ଆଉ ଟିକେ ଯୁବା ଥିବାବେଳେ ଯେତେବେଳେ ଆଚାର୍ଯ୍ୟବିହାରରେ ରହୁଥିଲେ ସେତେବେଳେ ସେମାନେ ସବୁବେଳେ ଏକାଠି ବସି ଖଟି କରନ୍ତି ଓ ଅନେକ ସୁଖ ଦୁଃଖ ବାଣ୍ଟନ୍ତି । ପିଣ୍ଟୁ ସବୁବେଳେ ହସନ୍ତି ଓ ଅନ୍ୟକୁ ହସାଇବାକୁ ଭଲ ପାଆନ୍ତି । ସେ ସବୁବେଳେ କୁହନ୍ତି ଯେ, ଗୋଟିଏ ତ ଜୀବନ, ମୁଁ ହସିଲେ ଯଦି ଆଉ କାହା ମୁହଁରେ ହସ ଫୁଟୁଛି ତେବେ ଭଲ କଥା । ପିଣ୍ଟୁଙ୍କ ପରିବାର ସହ ମଧ୍ୟ ଏହି ଅଭିନେତ୍ରୀଙ୍କର ବେଶ ଭଲ ସମ୍ପର୍କ ଥିବା ସେ କହିଛନ୍ତି ।

ପିଣ୍ଟୁ ନନ୍ଦଙ୍କ ବଡ ପୁଅ ବର୍ତ୍ତମାନ ଦଶମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି ଓ ଏତିକି ବେଳେ ତାଙ୍କ ବାପା ଚାଲିଗଲେ । ଏହି କଥାକୁ ନେଇ ଅଭିନେତ୍ରୀ ଜଣକ ବେଶ ଦୁଃଖ ପ୍ରକାଶ କରିଛନ୍ତି । ଏତେ ସାନ ପିଲାଟା ଉପରେ କଣ ଯେ ବିତୁଥିବ ତାହା କେହି କହି ପାରିବେନି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ପିଣ୍ଟୁଙ୍କର ଏତେ ଶୀଘ୍ର ଦେହାନ୍ତ ହୋଇଯିବ ବୋଲି କେହି ବିଶ୍ବାସ କରିପାରୁନୁ ।

କିଛି ମାସ ଧରି ଏକ ଛତିଶଗଡି ଫିଲ୍ମ ଶୁଟିଙ୍ଗ ପାଇଁ ବାହାରେ ଥିବାରୁ ସେ ପିଣ୍ଟୁଙ୍କ ସ୍ଵାସ୍ଥ୍ୟ ଖରାପ କଥା ଡେରିରେ ଶୁଣିବାକୁ ପାଇଲେ । ପିଣ୍ଟୁ ଦିଲ୍ଲୀ ଯାଇଛନ୍ତି ବୋଲି ଶୁଣିଲା ପରେ ସମସ୍ତେ ଆଶା ବାନ୍ଧିଥିଲେ କି ପିଣ୍ଟୁ ଶୀଘ୍ର ସୁସ୍ଥ ହୋଇଯିବେ । ହେଲେ ସେ ଓଡିଶା ପହଞ୍ଚିବା ପରେ ଯେତେବେଳେ ପିଣ୍ଟୁଙ୍କ ଦେହାନ୍ତ ଖବର ପାଇଲେ ତାଙ୍କ ନିଜ ଦେହ ଅସୁସ୍ଥ ହୋଇପଡିଲା । ଏହାସହ ଅନେକ ଲୋକ ପିଣ୍ଟୁ ଚାଲିଯିବା ପରେ ଗଣମାଧ୍ୟମରେ ଅନେକ କଥା କହି ତାଙ୍କୁ ବଦନାମ କରୁଛନ୍ତି ।

କିନ୍ତୁ ସେ ଲୋକମାନେ କେତେ ଭଲ ତାହା ସମସ୍ତଙ୍କୁ ଜଣା ବୋଲି କହିଛନ୍ତି ଅଭିନେତ୍ରୀ ଜଣକ । ସେ ଆହୁରି ମଧ୍ୟ କହିଛନ୍ତି କି, ଜଣେ ଯେତେବେଳେ ଦୁନିଆରେ ନାହିଁ ଟା’ ବିଷୟରେ ଏଭଳି କହିବା ଉଚିତ ନୁହେଁ । ଯଦି ଏତେ ଦମ୍ ଥିଲା ତେବେ ପିଣ୍ଟୁ ବଞ୍ଚିଥିଲା ବେଳେ ଏସବୁ କହିଥାନ୍ତେ । ତେବେ ଏହି ଅଭିନେତ୍ରୀଙ୍କ ଏଭଳି ମନ୍ତବ୍ୟ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।