ଦକ୍ଷିଣ ଆଫ୍ରିକା ରେ ମ୍ଯାଚ ଚାଲିଥିବା ସମୟରେ ଦକ୍ଷିଣ ଆଫ୍ରିକାର ଖେଳାଳୀ କେଶବ ମହାରାଜ ଓ ଭାରତୀୟ କ୍ରିକେଟର କେ ଏଲ ରାହୁଲ ଙ୍କ “ରାମ ସୀୟା ରାମ” କହିବାର ଭିଡିଓ ଭାଇରାଲ

ନମସ୍କାର ବନ୍ଧୁଗଣ । ତୃତୀୟ ଦିନିକିଆରେ ବିଜୟ ସହ ଦିନିକିଆ ସିରିଜ ହାତେଇଛି ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ 2-1 ରେ ମାତ ଦେଇ ଭାରତ ଏହି ସିରିଜରେ ବିଜୟୀ ହୋଇଛି । ତେବେ ଶେଷ ମ୍ଯାଚରେ ଦକ୍ଷିଣ ଆଫ୍ରିକା ଦଳ ବ୍ୟାଟିଂ କରୁଥିବା ବେଳେ ଏକ ରୋଚକ ଦ୍ରୁଶ୍ଯ ଦେଖିବାକୁ ମିଳିଥିଲା । ଦକ୍ଷିଣ ଆଫ୍ରିକା ଖେଳାଳି କେଶବ ମହାରାଜ ପଡିଆ କୁ ବ୍ୟାଟିଂ କରିବାକୁ ଆସିବା ପରେ ପ୍ରଭୁ ଶ୍ରୀରାମ ଙ୍କ ଭଜନ ଶୁଣିବାକୁ ମିଳିଥିଲା ।

ଯାହାକୁ ନେଇ କିପିଙ୍ଗ କରୁଥିବା ଭାରତୀୟ କ୍ରିକେଟର କେ ଏଲ ରାହୁଲ କରୁଥିଲେ କି କେଶବ ଭାଇ ଆପଣ ଯେବେ ବ୍ୟାଟିଂ ବା ବୋଲିଙ୍ଗ କରିବାକୁ ଆସୁଛନ୍ତି ସେତେବେଳେ ରାମ ସୀୟା ରାମ ଭଜନ ବାଜୁଛି । ଅନ୍ୟ ପଟେ କେଶବ ମଧ୍ୟ ରାହୁଲଙ୍କ କଥାରେ ସହମତି ପ୍ରକାଶ କରିଥିଲେ । ଯାହାକୁ ନେଇ ଉଭୟ କ୍ରିକେଟର ହସିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଦକ୍ଷିଣ ଆଫ୍ରିକାର କେଶବ ମହାରାଜ ହେଉଛନ୍ତି ମୂଳତଃ ଭାରତୀୟ ବଂଶାଦଭବ । କେଶବ ହିନ୍ଦୁ ଧର୍ମ କୁ ବେଶ ବିଶ୍ଵାସ କରନ୍ତି । ଯାହାର ଝଲକ ବିଶ୍ଵକପ ସମୟରେ ଦେଖିବାକୁ ମିଇଥିଲା । ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ପରେ ସୋସିଆଲ ମିଡିଆରେ କେଶବ ଲେଖିଥିଲେ କି “ଭଗବାନ ଙ୍କ ଉପରେ ମୋର ଅତୁଟ ବିଶ୍ଵାସ ରହିଛି । ଆମ ଟିମ ଶ୍ରେଷ୍ଠ ପ୍ରଦର୍ଶନ କରି ବିଜୟୀ ହେଲା ।

ଜୟ ଶ୍ରୀ ହନୁମାନ” । ତେବେ କେଶବ ପ୍ରଭୁ ହନୁମାନଙ୍କର ବଡ ଭକ୍ତ । ହନୁମାନ ଜୀ ଙ୍କ ଉପରେ କେଶବଙ୍କର ଅଗାଢ ବିଶ୍ଵାସ ରହିଛି । ଭାରତକୁ ମ୍ୟାଚ ଖେଳିବାକୁ ଆସିଲେ କେଶବ ବିଭିନ୍ନ ମନ୍ଦିର ବୁଲିବାକୁ ପସନ୍ଦ କରନ୍ତି । ମନ୍ଦିରରେ ଠାକୁରଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା ମଧ୍ୟ କରନ୍ତି କେଶବ ମହାରାଜ । ଏପରିକି ସେ ନିଜ ବ୍ୟାଟରେ ଓମ ମଧ୍ୟ ଲେଖିଛନ୍ତି ଯାହାର ଫୋଟୋ ବିଶ୍ଵକପ ସମୟରେ ଭାଇରାଲ ହୋଇଥିଲା ।

ଭାରତୀୟ ବଂଶୋଦଭବ କେଶବ ଙ୍କର ଉତ୍ତର ପ୍ରଦେଶର ସୁଲତାନପୁର ସହ ଘନିଷ୍ଠ ସମ୍ପର୍କ ରହିଛି । 150 ବର୍ଷ ପୂର୍ବେ ତାଙ୍କର ପୂର୍ବଜ ରୋଜଗାର ପାଇଁ ଭାରତ ଛାଡି ଦକ୍ଷିଣ ଆଫ୍ରିକା ଚାଲି ଯାଇଥିଲେ । ଅନେକ ସାକ୍ଷାତକାରରେ କେଶବଙ୍କ ବାପା ଏ ବାବଦରେ କହିଥାନ୍ତି । ଦକ୍ଷିଣ ଆଫ୍ରିକାରେ ଜନ୍ମ ହେଲେ ବି ସେ ହିନ୍ଦୁ ରୀତିନୀତି କୁ ବେଶ ମାନିଥାନ୍ତି । ସେ ନିଜକୁ ହିନ୍ଦୁ ଭାବେ ଗର୍ବ ଅନୁଭବ କରନ୍ତି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଖେଳୁଥିବା କେଶବ ସ୍ପିନର ଭାବେ ଦମଦାର ପ୍ରଦର୍ଶନ କରୁଥିବା ବେଳେ ବ୍ୟାଟିଂରେ ଭରସାଯୋଗ୍ୟ ଖେଳାଳି ଭାବେ ଉଭା ହୋଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇଥିବା କେଶବଙ୍କୁ 2023 ଆଇପିଏଲ ନିଲାମିରେ କୌଣସି ଫ୍ରାଞ୍ଚାଇଚ କିନ୍ତୁ ନିଜ ଦଳରେ ସାମିଲ କରି ନାହାନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।