ମଝି ରାସ୍ତାରେ ଟ୍ରେନକୁ ଅଟକାଇଲେ ମାଓବାଦୀ, ଟ୍ରେନ୍‌ରେ ଫସି ରହିଛନ୍ତି ଶହ ଶହ ଯାତ୍ରୀ I

ଗୋଟେ ପରେ ଗୋଟେ ବୋମା ଫିଙ୍ଗି ଚାଲିଲେ ମାଓବାଦୀ । ଆଉ ତା ପରେ ଅଟକି ଗଲା ଧାଡି ଧାଡି ଟ୍ରେନ । ସହ ସହ ଯାତ୍ରୀ ଟ୍ରେନରେ ଫସି ରହିଗଲେ । ହଁ ଦର୍ଶକ ବନ୍ଧୁ ଦିନକୁ ଦିନ ମାଓବାଦୀ ମାନଙ୍କର ଉତ୍ପାତ ବଢିବା ରେ ଲାଗିଛି । କେବେ ନିଆଁ ଲଗାଇ ଦେଉଛନ୍ତି ତ ଆଉ କେବେ ବୋମା ବିସ୍ଫୋରଣ କରି ଟ୍ରେନ ଲାଇନ କୁ ଉଡାଇ ଦେଉଛନ୍ତି । ରାଉରକେଲା ରେ ପୁଣି ଥରେ ଉପସ୍ଥିତିକୁ ଜାହିର କରିଛନ୍ତି ମାଓବାଦୀ ।

ସୀମାନ୍ତ ଝାଡଖଣ୍ଡରେ ହିଂସା କାଣ୍ଡର ଚିତ୍ର ଦର୍ଶାଇଛନ୍ତି ମାଓବାଦୀ । ଏମିତି କିଛି କାଣ୍ଡ ଘଟାଇଛନ୍ତି ଯାହା ପାଇଁ ସହ ସହ ଯାତ୍ରୀ ଟ୍ରେନ ଭିତରେ ଫସି ରହିଛନ୍ତି । ଏମିତି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଛି ଝାଡଖଣ୍ଡ ମନୋହରପୁର ଷ୍ଟେସନ ନିକଟ ବିରୁଆ ରେଳ ଧାରଣାରେ । ଏ ଦ୍ରୁଶ୍ଯ ଏମିତି ହୋଇଛି କି ସବୁ ଆଏ ଛିନ ଛତର ହୋଇ ଯାଇଛି । ଡିସେମ୍ବର 22 ତାରିଖକୁ ଭାରତ ବନ୍ଦ ର ଆହ୍ଵାନ ଦେଇଥିଲେ ମାଓବାଦୀ ।

କିନ୍ତୁ ତାଙ୍କର ଏହି ଆହ୍ଵାନ କୁ ଖାତିର କରାଯାଇ ନ ଥିଲା । ଯାହାକୁ ନେଇ ଏମିତି ପଦକ୍ଷେପ ନେଇଛନ୍ତି ମାଓବାଦୀ ମାନେ । ଗତ କାଲି ରେଳ ଧାରଣାକୁ ପୁରା ଉଡାଇ ଦେଇଛନ୍ତି ମାଓବାଦୀ ମାନେ । ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି ରେଳ ଧାରଣା । ଯାହା ପାଇଁ 20 ରୁ ଅଧିକ ଟ୍ରେନ ଅଟକି ରହିଛି । ଏହି ଘଟଣା ପରେ ମୁମ୍ବାଇ ହାୱଡା ମୁଖ୍ୟ ରାସ୍ତାରେ ଟ୍ରେନ ଚଳାଚଳ ବାଧା ପ୍ରାପ୍ତ ହୋଇଛି ।

ହାୱଡାପୁରୀ ଏକ୍ସପ୍ରେସ ଚକ୍ରଧରପୁର ରେ ଛିଡା ହୋଇ ରହିଛି । ଯୋଗ ନଗରି ଋଷିକେଶ ଟ୍ରେନ ଓ ଉତ୍କଳ ଏକ୍ସପ୍ରେସ ମନୋହରପୁର ରେ ଅଟକି ଯାଇଛି । ପୋର ବନ୍ଦର, ଶାଲିମାର ଏକ୍ସପ୍ରେସ ମଧ୍ୟ ଅଟକି ରହିଛି । ଅନ୍ୟ ପଟେ ହାୱଡା ଟ୍ରେନ ମଧ୍ୟ ରାଉରକେଲା ରେ ଅଟକି ରହିଛି । ହାୱଡା ସିଏସଟି ଏକ୍ସପ୍ରେସ ଚକ୍ରଧରପୂର ରେ ଅଟକି ରହିଛି ।

ସେହିପରି ପେରୁଆ ଷ୍ଟେସନ ସହ ଅନ୍ୟ ଷ୍ଟେସନ ରେ ମଧ୍ୟ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ CRPF, RPF ର ଟିମ ସହ ରେଳ ବିଭାଗର ଟିମ ମଧ୍ୟ ପହଞ୍ଚି ସାରିଛନ୍ତି । ତେବେ ରେଳ ଧାରଣା ମରାମତି କାର୍ଯ୍ୟ ଏବେ ଆରମ୍ଭ ହୋଇ ସାରିଛି । ରେଳ ଟ୍ରାକ ମରାମତି ସରିବା ଯାଏଁ ଟ୍ରେନ ଗୁଡିକ ଅଟକି ରହିବ ବୋଲି ସୂଚନା ମିଲିହି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।