ଦାଣ୍ଡରେ ପଡିଛି କାନ୍ଦ ବୋବାଳି, Holi ରେ ଗୋଟିଏ ପରିବାରର 6 ଭାଇଙ୍କ ସହ ଘଟିଲା ଏମିତି ଅଘଟଣ, ସମସ୍ତଙ୍କ ଆଖିରେ ଲୁହ, ଦେଖନ୍ତୁ Video

ଗାଁ ଦାଣ୍ଡରେ କାନ୍ଦ ବୋବାଳି ପଡିଛି, ଯିଏ ଯାଉଛି କାନ୍ଦିକି ଫେରୁଛି । ମା କହୁଛି ଧନ ମୁଁ ବଞ୍ଚିବାକୁ ଚାହୁଁନି ମୋତେ ନେଇଯା । ସମସ୍ତେ କଣ ଗୋଟିଏ ଦିନରେ ଯିବେ ବୋଲି ଆସିଥିଲେ । ରୋଷେଇରେ ବ୍ୟସ୍ତ ଥିଲି କାହାରିକୁ ଦେଖିନି । ମୋ ମନ ଆତ୍ମା ସମ୍ଭାଳି ହେଉନି । ମୋତେ କିଏ ଡାକିବ ମାଇଁ ସାନ ମା । ହେ ପ୍ରଭୁ କଣ କଲ, ଛଅ ଛଅଟା ଛୁଆଙ୍କୁ ନେଇଗଲା । ଏଭଳି ହୃଦୟ ବିଦାରକ ଆଉ ଦୃଶ୍ୟ ଆଉ ଦେଖି ହେଉନି ।

ଜଣଙ୍କ ପରେ ଜଣେ ଡକାଡକି ହୋଇ ଦୁନିଆକୁ ଆସିଥିଲେ । ଆଉ ଠିକ ସମାନ ଢଙ୍ଗରେ ଡକା ଡକି ହୋଇ ଚାଲିଗଲେ । କିଏ ଜାଣିଥିଲା ଏମିତି ହେବ ବୋଲି । ଯମ ଯେମିତି ଛକି ବସିଥିଲା । ଯାଜପୁର ଜିଲ୍ଲା ବଡସାହି ପଞ୍ଚାୟତର ବନ୍ଧମୁଣ୍ଡାର ଜେନା ପରିବାର ପିଲାମାନେ । ସମସ୍ତେ ୧୬ ରୁ ୨୧ ବର୍ଷର । କିଏ କଲେଜରେ ପଢୁଥିଲା ତ କିଏ ସ୍କୁଲରେ ପଢୁଥିଲା । ସମସ୍ତେ ଘରର ବଡ ପୁଅ । ଗୋଟିଏ ସାହି ଗୋଟିଏ କୁଟୁମ୍ବର ସମସ୍ତେ ।

ମାମୁଁ ଘରକୁ କୀର୍ତ୍ତନ ଦେଖିବାକୁ ଆସି ନଦୀରେ ବୁଡିଗଲେ । ଆଉ ଏହା ହେଉଛି ତା’ ପରର ଦୃଶ୍ୟ । ଘଟଣା ପରେ ଗାଁ ଦାଣ୍ଡରେ ପଡିଛି କାନ୍ଦ ବୋବାଳି । ହରେ କୃଷ୍ଣ ହରେ ରାମ ଶବ୍ଦରେ ଫାଟି ପଡୁଥିବା ଗାଁ ହଠାତ ନୀରବ ହୋଇଯାଇଛି । ସମସ୍ତଙ୍କ ଆଖିରେ ଲୁହ । ଗାଁର ବଢିଲା ପୁଅକୁ ସମସ୍ତେ ଝୁରି ହେଉଛନ୍ତି । କାଲିଠୁ ଘରେ ଚୁଲି ଜଳିନି ।

ଚୁଲି ମୁଣ୍ଡରେ ବୁଢୀମା ନାତି କଥା ଭାବି ଗୁମୁରି କାନ୍ଦୁଛି । ଆଉ ବିଚାରୀ ମାଆ କଥା ନ କହିବା ଭଲ । କେହିବି ବୁଝାଇ ପାରୁ ନାହାନ୍ତି । କାହାକୁ କେଉଁ ଭାଷାରେ ବୁଝାଇବେ କଣ ସାନ୍ତ୍ଵନା ଦେବେ କାହା ପାଖରେ ଭାଷା ନାହିଁ । କିଏ ଡାକୁଥିଲା ମାଇଁ ତ କିଏ ସାନ ମାଆ ଡାକୁଥିଲା । ସବୁ ଶବ୍ଦ ଯେମିତି କାନରେ ମାଡିହେବା ଭଳି ଲାଗୁଛି । ହେଲେ ଡାକିବା ପିଲା କିନ୍ତୁ ଆଉ ଏ ଦୁନିଆରେ ନାହିଁ ।

ମାଆର ବୁକୁଫଟା କାନ୍ଦକୁ ବର୍ଣ୍ଣନା କରିବାକୁ ଶବ୍ଦ ନାହିଁ । ଏ ମାଆର ମନକୁ କିଏ ବା କେମିତି ବୁଝାଇବ । ଏଭଳି ଦୁଃଖ ଭଗବାନ କେଉଁ ପରିବାରକୁ ବି ନ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।