ସାମ୍ନାକୁ ଆସିଲେ ଆଉ ଜଣେ ସୋନୁ ସୁଦ, ଦାମୀ ଗାଡି ବିକି ମାଗଣାରେ ଯୋଗାଉଛନ୍ତି ଅକ୍ସିଜେନ

ଆମ ଦେଶରେ ବଢୁଥିବା କରୋନା ମହାମାରୀକୁ ରୋକିବା ପାଇଁ ଅନେକ ପ୍ରୟାସ ଜାରି ରହିଥିଲେ ମଧ୍ୟ ଏହାର କୌଣସି ସଠିକ ପ୍ରତିକାର ହେଇପାରୁ ନାହି । ପୁରା ବିଶ୍ବରେ କରୋନା ଏକ ମାରାତ୍ମକ ରୋଗ ଭାବେ ମାତିବାରେ ଲାଗିଛି । ଯାହା ଫଳରେ ପୁରା ଦେଶବାସୀଙ୍କ ମନରେ ଭୟର ଆତଙ୍କ ଦେଖା ଯାଇଛି । ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଓ ଯୁବକ ପିଢୀର ଲୋକ ମାନଙ୍କୁ କରୋନା ସଂକ୍ରମଣ ହେବାରେ ଲାଗିଛି ।

ଚୀନରୁ ଆସିଥିବା ଏହି ଖତରନାକ କରୋନା ଭାଇରସ ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ ଏହାକୁ ରୋକିବା ସାଧାରଣ ମଣିଷ ପକ୍ଷେ ସମ୍ଭବ ନୁହେ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏହି ବିପଦ ସମୟରେ ଜଣେ ଦେବଦୂତ ଭାବେ କରୋନାକୁ ରୋକିବା ପାଇଁ ଅନ୍ୟକୁ ସାହାଜ୍ଯ କରୁଛନ୍ତି । ମୁମ୍ବାଇରେ ଯେପରି ଭାବେ କରୋନା ଭାଇରସ ବଢିବାରେ ଲାଗିଛି ତାକୁ ନିୟନ୍ତ୍ରଣ କରିବା ସାଧାରଣ ମଣିଷ ବା ଡାକ୍ତର ମାନଙ୍କ ପକ୍ଷେ ମଧ୍ୟ ସମ୍ଭବ ନୁହେ ।

ଯେଉଁ ସମୟରେ ମୁମ୍ବାଇରେ ଅମ୍ଳଜାନ ପାଇଁ ଲୋକ ମାନେ ନିଜର ପ୍ରାଣ ହରାଉଥିଲେ ସେହି ସମୟରେ ମୁମ୍ବାଇର ଜଣେ ବାସିନ୍ଦା ନିଜର ଦାମୀ ଗାଡି ବିକ୍ରି କରି ଲୋକ ମାନଙ୍କ ଜୀବନ ବଞ୍ଚେଇବା ପାଇଁ ଅକ୍ସିଜେନର ବନ୍ଦୋବସ୍ତ କରିଥିଲେ । ସେହି ମହାନ ବ୍ୟକ୍ତିଙ୍କର ନାମ ଶାହାନବାଜ ଶେଠ ଅଟେ । ସାହା ନୱାଜ ଓ ତାଙ୍କ ସାଥିମାନେ ସଂପୂର୍ଣ୍ଣ ମାଗଣାରେ ପୁରା ମୁମ୍ବାଇ ବାସୀଙ୍କୁ ଅକ୍ସିଜେନ ଯୋଗାଉଛନ୍ତି ।

ସେ ନିଜର ୨୨ ଲକ୍ଷ ଟଙ୍କାର କାର ବିକ୍ରି କରି ସେହି ପଇସାରେ ମୁମ୍ବାଇରେ କରୋନାରେ ଆଙ୍କ୍ରାନ୍ତ ହେଇଥିବା ଲୋକ ମାନକୁ ଅକ୍ସିଜେନ ଯୋଗାଉଛନ୍ତି । ଗତ ବର୍ଷ ତାଙ୍କ ସାଙ୍ଗଙ୍କର ସ୍ତ୍ରୀ କରୋନାରେ ସଂକ୍ରମିତ ହୋଇ ଅକ୍ସିଜେନ ଅଭାବରୁ ପ୍ରାଣ ହରାଇଥିବା ସେ ତାଙ୍କ ନିଜ ଆଖି ଆଗରେ ଦେଖିଥିଲେ । ଏହା ପରେ ଆଉ ଯେମିତି ଅନ୍ୟ କେହି ଅକ୍ସିଜେନ ବିନା ପ୍ରାଣ ନ ହରାନ୍ତି ସେଥି ପାଇଁ ସେ ତାଙ୍କର ଚେଷ୍ଟା ଜାରି ରଖିଛନ୍ତି ।

ବର୍ତ୍ତମାନ ତାଙ୍କ ପାଖରେ ୩୦୦ରୁ ଅଧିକ ଅକ୍ସିଜେନ ସିଲିଣ୍ଡର ରହିଛି ଯାହା ସେ ଦରକାରୀ ଲୋକ ମାନଙ୍କୁ ଦେଉଛନ୍ତି । ଏହି ଭଳି ଭାବେ ସେ ଓ ତାଙ୍କ ଟିମ ପୀଡିତ ଲୋକ ମାନଙ୍କୁ ଅକ୍ସିଜେନ ଯୋଗାଇ ଦେବାରେ ସଫଳ ହେଇଛନ୍ତି । ସେଥି ପାଇଁ ତାଙ୍କୁ ମୁମ୍ବାଇର ଅକ୍ସିଜେନ ମ୍ୟାନ ଭାବେ ଗଣନା କରା ଯାଉଛି । ସେ କରୋନା ରୋଗୀଙ୍କ ପାଇଁ ବର୍ତ୍ତମାନ ଭଗବାନଙ୍କ ଭଳି ସାହାଜ୍ଯ କରୁଛନ୍ତି । ପୁରା ମୁମ୍ବାଇ ଦେଶ ବାସୀଙ୍କ ପାଇଁ ସେ ଦେବ ଦୁତ ଭାବେ କାମ କରୁଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।