ବାତ୍ୟା ‘Gulab’ ନେବ ପୁନର୍ଜନ୍ମ, ଦେଖନ୍ତୁ କଣ କହୁଛି ପାଣିପାଗ ବିଭାଗ

ବାତ୍ୟା ଗୁଲାବ ନେବ ପୁନର୍ଜନ୍ମ । ଏନେଇ ଆରବ ସାଗରର ରହିଛି ବାତ୍ୟା ସମ୍ଭାବନା । ବାତ୍ୟା ଗୁଲାବର ଅବଶିଷ୍ଟ ଅଂଶ ଆରବ ସାଗରରେ ପ୍ରବେଶ କରିବା । ଏହା ସେଠାରେ ଘନୀଭୂତ ହୋଇ ଆଉ ଏକ ବାତ୍ୟା ସୃଷ୍ଟି ହୋଇପାରେ । ତେବେ ଏହି ସମ୍ଭାବ୍ୟ ବାତ୍ୟା ସୃଷ୍ଟି ହେଲେ ଏହାର ନାମ ରଖାଯିବ ‘ସାହିନ୍’ । ଏହି ବାତ୍ୟାର ସମ୍ଭାବନା ଦୁଇ ରୁ ତିନି ମଧ୍ୟରେ ରହୁଛି । ଏହାର ପ୍ରଭାବରେ ଗୁଜୁରାଟ, ମଧ୍ୟ ମହାରାଷ୍ଟ୍ର, ମରାଠାୱାଡା, ସ୍ବରାଷ୍ଟ୍ର ଏବଂ କଚ୍ଛରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଆଶଙ୍କା କରାଯାଉଛି ।

ଆସନ୍ତା ୩୦ ତାରିଖ ସନ୍ଧ୍ୟାରେ ଉତ୍ତର- ପୂର୍ବ ଆରବ ସାଗର ଏବଂ ଗୁଜୁରାଟ ଉପକୂଳରେ ଏହି ବାତ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର- ପୂର୍ବ ଆରବ ସାଗରରେ ଏହି ଘୂର୍ଣ୍ଣି ବାତ୍ୟା ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ କହିଛି ଗୁଲାବ ଅବଶିଷ୍ଟା॰ଶ ରୁ ଆରବ ସାଗରରେ ଅନ୍ୟ ଏକ ଘୂର୍ଣ୍ଣିବଳୟ ସାହିନ୍ ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ପାରିବ ନାହିଁ । ଏନେଇ ଆସନ୍ତା ୯୬ ରୁ ୧୨୦ ଘଣ୍ଟା ମଧ୍ୟରେ ବାତ୍ୟା ସମ୍ଭାବନା ରହିଛି ।

ଗତ ୨୬ ତାରିଖରେ ଆନ୍ଧ୍ର ଏବଂ ଓଡିଶା ମଧ୍ୟରେ ଗୁଲାବ ମାଡ ହୋଇଥିଲା । ତେବେ ଏହା ସ୍ଥଳଭାଗ ଛୁଇଁବା ବେଳକୁ କ୍ରମଶଃ ଦୁର୍ବଳ ହୋଇ ମହାରାଷ୍ଟ୍ର ଆଡେ ଗତି କରିଥିଲା । ତେବେ ଆରବ ସାଗରରେ ମିଶିବା ପରେ ବାତ୍ୟା ଗୁଲାବର ଅବଶିଷ୍ଟ ଅଂଶ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି କରିବା ଏବଂ ଏହା ସମ୍ଭାବ୍ୟ ବାତ୍ୟାର ରୂପ ନେଇପାରେ ବୋଲି କହୁଛନ୍ତି ଭାରତୀୟ ପାଣିପାଗ ବିଶେଷଜ୍ଞ ।

କାରଣ ବର୍ତମାନ ଭୁପୃଷ୍ଠ ଯଥେଷ୍ଟ ଅନୁକୂଳ ରହିଛି, ଯାହା ବାତ୍ୟା ଗୁଲାବର ଅବଶିଷ୍ଟା॰ଶକୁ ଆଉ ଘନୀଭୂତ ହୋଇ ଆଉ ଏକବାତ୍ୟା ସ୍ତୃଷ୍ଟି କରିବା ପାଇଁ ଖୁବ ସାହାଯ୍ୟ କରିବା । ଯାହାଫଳରେ ୩୦ ତାରିଖ ସନ୍ଧ୍ୟାରେ ଆରବ ସାଗରରେ ଏହା ସୃଷ୍ଟି ହେବ । ତେବେ ଏହାର ପ୍ରଭାବରେ ଗୋଆରେ ମଧ୍ୟ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଉଛି ।

ବାତ୍ୟା ସୃଷ୍ଟି ହେଲେ ଏହାର ନାମ ହେବ ସାହିନ୍ ଓ ଏହା ଅକ୍ଟୋବର ୫ ତାରିଖ ବେଳକୁ କ୍ରମଶଃ ଗତି କରି ଓମାନ, ପାକିସ୍ତାନ, ଇରାନ ଆଦି ଦେଇ ଆବୁଧାବୀରେ ଲ୍ୟାଣ୍ଡଫଲ କରିପାରେ ବୋଲି କହୁଛନ୍ତି ପାଣିପାଗ ବିଜ୍ଞାନୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।