ଖରାଦିନେ ଆସିବା ମାତ୍ରେ ଲସି, ସର୍ବତ, ଦହି ପାଣି, ଲେମ୍ବୁ ପାଣି, କୋଲ୍ଡ ଡ୍ରିଙ୍କସ୍ ଜାତୀୟ ପାନୀୟ ପ୍ରତି ଲୋକଙ୍କର ଆଗ୍ରହ ବଢିଥାଏ । ଭୀଷଣ ଖରାରେ ଯାଉଥିବା ବେଳେ ଲସି, ସର୍ବତ ଦୋକାନ ଦେଖିଲେ ପାଦ ଏବଂ ମନ ଆପେ ସେଠାରେ ଅଟକି ଯାଏ । ଉଦୁଉଧିଆ ଖରାରେ ଥଣ୍ଡା ପାନୀୟ ଟିକେ ପେଟରେ ପଡିଲେ ସତେ ଯେମିତି ଜୀବନ ଫେରି ଆସିବା ଭଳି ଅନୁଭବ ହୁଏ । କିନ୍ତୁ ଅନେକ ସମୟରେ ଖରାପ କ୍ଵାଲିଟିର ଥଣ୍ଡା ପାନୀୟ ପିଇ ଲୋକଲେ ବେମାର ମଧ୍ୟ ପଡିଥାନ୍ତି ।
ତେଣୁ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କିଛି ସର୍ବତ ଏବଂ ଲସି ଦୋକାନରେ କଟକ ମ୍ଯୁନିସିପାଲିଟି କର୍ପୋରେସନର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଚଢଉ କରା ଯାଇଥିଲା । ତେବେ ଏହା ପୂର୍ବରୁ ସେମାନେ ଏନେଇ ଦୋକାନୀ ମାନଙ୍କୁ ଘୋଷଣା କରି ସତର୍କ ମଧ୍ୟ କରାଇ ଦେଇଥିଲେ । ତେବେ ଗତକାଲି ରେଡ୍ ସମୟରେ ଅନେକ ଦୋକାନରେ ଲସିରେ ବ୍ୟବହୃତ ବରଫର ମାନ ଠିକ ନଥିବା ଦେଖିବାକୁ ମିଳିଥିଲା । ଏହାଛଡା ଦହି, ରାବିଡି ଓ ରାସାୟନିକ ଏସେନ୍ସର ମାନ ମଧ୍ୟ ଯାଞ୍ଚ କରା ଯାଇଥିଲା ।
ଅନେକ ଦୋକାନୀ ମାନେ ବହୁତ ଖଟା ଦହି ସର୍ବତ ପାଇଁ ବ୍ୟବହାର କରିବା ସହ ବରଫ ଗୁଡିକୁ ମଧ୍ୟ ଅତ୍ୟନ୍ତ ଅସ୍ଵାସ୍ଥ୍ୟକର ପରିବେଶରେ ରଖୁଛନ୍ତି ଓ ଏହାକୁ ଲସି ସର୍ବତ ପାଇଁ ବ୍ୟବହାର କରୁଛନ୍ତି । ଏହାସହ ଲସି ସର୍ବତ ମାନଙ୍କରେ କିଛି କେମିକାଲ ମଧ୍ୟ ବ୍ୟବହାର କରୁଛନ୍ତି ଯାହା କେବଳ କୌଣସି ଇଣ୍ଡଷ୍ଟ୍ରିରେ ବ୍ୟବହାର କରିବା ପର୍ପୋସରେ ତିଆରି ହୋଇଥାଏ ।
କିନ୍ତୁ ସେମାନେ ସେସବୁକୁ ସିଧାସଳଖ ରିଟେଲ କାଉଣ୍ଟରରେ ବ୍ୟବହାର କରି ଦେଉଛନ୍ତି । ଏହିସବୁ ନିହାତି ଭାବେ ସେବନ କରୁଥିବା ଲୋକଙ୍କ ପେଟ ଖରାପ କରିବ । ତେଣୁ ଖାଦ୍ୟ ପଦାର୍ଥ ପ୍ରତି ସଚେତନା ସୃଷ୍ଟି କରିବା ସହ କିଛି ଜୋରିମାନା ମଧ୍ୟ ଏହି ଦୋକାନୀଙ୍କ ଉପରେ ଲଗାଯାଇଛି । ଏହାସହ ଦୋକାନରେ ଥିବା ଅସ୍ଵାସ୍ଥ୍ୟକର ଓ ଅପମିଶ୍ରିତ ଖାଦ୍ୟ ପଦାର୍ଥକୁ ସିଏମସି ସ୍ୱାସ୍ଥ୍ୟ ବିଭାଗ ନଷ୍ଟ କରି ଦେଇଛି ମଧ୍ୟ ।
ଯାହାଫଳରେ ଆଗକୁ ଦୋକାନୀ ମାନେ ଭଲ କ୍ଵାଲିଟିର ଜିନିଷ ଗ୍ରହକଙ୍କୁ ଯୋଗାଇବା ସହ ସ୍ବଚ୍ଛତା ପ୍ରତି ଧ୍ୟାନ ଦେବେ । କାରଣ ଆହୁରି ତିନିରୁ ଚାରି ମାସ ଯାଏଁ ଖରାଦିନ ରହିବା ସହ ସେହି ସବୁର ଚାହିଦା ମଧ୍ୟ ଲୋକଙ୍କ ଭିତରେ ଖୁବ ବେଶୀ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।