Cricket Update: ODI-T20 ରୁ କଣ ଇସ୍ତଫା ଦେବେ Virat Kohli ? ତାଙ୍କ ବଦଳରେ Rohit Sharma ସମ୍ଭାଳିବେ ଟିମ ?

ଆଗକୁ ଭାରତୀୟ କ୍ରିକେଟ ଦଳରେ ବଡ ଧରଣର ପରିବର୍ତ୍ତନ ହୋଇପାରେ । ଆଗକୁ ଅଲଗା ଅଲଗା ଫର୍ମାଟରେ ସ୍ଵତନ୍ତ୍ର କ୍ଯାପଟେନ ରଖିବାକୁ ନେଇ କାର୍ଯ୍ୟ ଚଳାଇଛି BCCI । ମୁଖ୍ୟ ଭାବେ ଶୁଣିବାକୁ ମିଳୁଛି କି ରୋହିତ ଶର୍ମାଙ୍କୁ ଲିମିଟେଡ ଓଭର ମ୍ଯାଚ ତଥା ଦିନିକିଆ ଏବଂ ଟି-୨୦ ରେ କ୍ଯାପଟେନ ବନାଯିବ । ଆଉ ବିରାଟ କୋହଲି କେବଳ ଟେଷ୍ଟ ମ୍ଯାଚର କ୍ଯାପଟେନ ପଦ ସମ୍ଭାଳିବେ । ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁଯାୟୀ, ୩୨ ବର୍ଷୀୟ କ୍ଯାପଟେନ ବିରାଟ କୋହଲୀ ୩୪ ବର୍ଷୀୟ ରୋହିତ ଶର୍ମାଙ୍କ ସହ ଅଧିନାୟକତା ବାଣ୍ଟିବାକୁ ଯାଉଛନ୍ତି ।

ଅକ୍ଟୋବର-ନଭେମ୍ବର ରେ ଟି-୨୦ ୱାର୍ଲ୍ଡ କପ୍ ପରେ ରୋହିତ ଶର୍ମାଙ୍କୁ ଟି-୨୦ ମ୍ଯାଚର କ୍ଯାପଟେନ ବନାଯାଇ ପାରେ । ରୋହିତ ଶର୍ମା ୫ ଥର ଆଇପିଏଲ ଜିତି ସାରିଛନ୍ତି ଓ ଟି-୨୦ରେ ତାଙ୍କ କ୍ଯାପଟେନ ରେକର୍ଡ ମଧ୍ୟ ଖୁବ ଭଲ ଅଟେ । ରୋହିତ ଓ ବିରାଟଙ୍କ ମଧ୍ୟରେ ଭଲ ବୁଝାମଣା ଥିବା ହେତୁ ଏହା ଭାରତୀୟ ଦଳ ପାଇଁ ମଧ୍ୟ ଖୁବ ଫାଇଦା ଦେବ । ଆହୁରି ମଧ୍ୟ ଶୁଣିବାକୁ ମିଳୁଛି, ଯେତେବେଳେ କପ୍ତାନୀ ପଦ ବଣ୍ଟାଯିବ ସେତେବେଳ ବିରାଟ କୋହଲି ନିଜେ ଏହି ସୂଚନା ଘୋଷଣା କରିବେ ।

ଟି-୨୦ ୱାର୍ଲ୍ଡ କପ୍ ପରେ ଏହି ବଡ ପରିବର୍ତ୍ତନ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ତେବେ ଅଷ୍ଟ୍ରେଲିଆରେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେ କ୍ଯାପଟେନ ପଦ ସମ୍ଭାଳି ଐତିହାସିକ ବିଜଯ ହାସଲ କରିବା ପରେ ସୋସିଆଲ ମିଡିଆରେ କ୍ରିକେଟ ପ୍ରଶଂସକ ମାନେ ଅଲଗା ଅଲଗା ଫର୍ମାଟରେ ଅଲଗା କ୍ଯାପଟେନ ବନାଇବା ନେଇ ଖୁବ ଚର୍ଚ୍ଚା କରୁଥିଲେ । ଏହାପରେ ବିସିସିଆଇ ମଧ୍ୟ ଲୋକଙ୍କ ଏହି କଥାରେ ଧ୍ୟାନ ନେଇ କାମ କରିବା ଆରମ୍ଭ କରି ଦେଇଛି ।

ଏହାସହ ବିରାଟ କୋହଲିଙ୍କ ଉପରେ ଅତ୍ୟଧିକ ଭାର ଥିବାରୁ ଏହା ତାଙ୍କ ବ୍ୟାଟିଂ ଉପରେ ମଧ୍ୟ ପ୍ରଭାବ ପକାଉଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଦାୟିତ୍ଵ ବାଣ୍ଟି ହେବା ପରେ ସେ ତାଙ୍କ ଖେଳ ପ୍ରତି ଅଧିକ ଧ୍ୟାନ ଦେଇପାରିବେ ବୋଲି କୁହାଯାଉଛି । ତେବେ ବିରାଟ କୋହଲିଙ୍କୁ ହିଁ ଟେଷ୍ଟ ମ୍ଯାଚର କ୍ଯାପଟେନ ଭାବେ ରଖାଯିବ । ବିରାଟଙ୍କ ଫିଟନେସ ଦେଖି ଅନୁମାନ କରାଯାଉଛି ସେ ଆହୁରି ୫ ବର୍ଷ ଟପ୍ କ୍ରିକେଟ ଭାବେ ପ୍ରଦର୍ଶନ ଦେଇପାରିବେ ।

ସେଥିପାଇଁ ଦିନିକିଆ ଏବଂ ଟି-୨୦ରେ ରୋହିତଙ୍କୁ କ୍ଯାପଟେନ ଏବଂ ବିରାଟଙ୍କୁ ସକ୍ରିୟ ବ୍ୟାଟ୍ସମ୍ୟାନ ଭାବେ ଦେଖାଯିବ । ଧୋନି ଟେଷ୍ଟ ମ୍ଯାଚରୁ ଅବସର ନେବା ପରେ ୨୦୧୪ରେ କୋହଲି କ୍ଯାପଟେନ ପଦ ସମ୍ଭାଳି ଥିଲେ । ଏହାପରେ ୨୦୧୭ରେ ସମସ୍ତ ଫର୍ମାଟର କ୍ଯାପଟେନ ସମ୍ଭାଳିଥିଲେ କୋହଲି ।

ନିଜ ଅଧିନାୟକତା ସମୟରେ କୋହଲି ୬୫ଟି ଟେଷ୍ଟ ମ୍ଯାଚ ଖେଳି ୩୮ଟି ଜିତିଛନ୍ତି ଓ ସେହିପରି ୯୫ଟି ଦିନିକିଆ ମ୍ଯାଚ ଖେଳି ୬୫ଟି ଜିତିଛନ୍ତି । ସେହିପରି ୪୫ଟି ଟି-୨୦ ମ୍ଯାଚରେ ଭାରତ ପକ୍ଷରୁ ଅଧିନାଯକ ପଦ ସମ୍ଭାଳି ୨୯ଟି ମ୍ଯାଚରେ ବିଜୟ ହାସଲ କରିଛନ୍ତି । ବିରାଟ କୋହଲି ଏପର୍ଯ୍ୟନ୍ତ ନିଜକୁ ଜଣେ ସଫଳ କ୍ଯାପଟେନ ଭାବେ ପରିବେଷଣ କରି ପାରିଛନ୍ତି ।

ସେହିପରି ରୋହିତ ଶର୍ମାଙ୍କ ଖେଳ ମଧ୍ୟ ଖୁବ ଉଚ୍ଚକୋଟିର ଅଟେ । ତାଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ଖୁବ ଶାନଦାର ରହିଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।