କଫରୁ କେମିତି ପାଇବେ ମୁକ୍ତି ? Dr Ashish Jaiswal

ସାଧାରଣତଃ ଲୋକମାନେ ଭାବନ୍ତି କି କଫ ଓ କାଶ ଦୁଇଟି ଅଲଗା ଜିନିଷ । କିନ୍ତୁ ମେଡିକାଲ ଭାଷାରେ କଫ (cough) ର ଅର୍ଥ ହେଉଛି କାଶିବା । କାଶ ସହ ଗଳାରେ ମ୍ୟୁକସ ବି ତିଆରି ହୋଇଥାଏ । ଆମ ଶ୍ଵାସ ଯନ୍ତ୍ର (Respiratory System) ରେ କୌଣସି ପ୍ରକାର ସମସ୍ଯା ହେଲେ ତାହା କାଶ ରୂପେ ବାହାରକୁ ଆସିଥାଏ । କଫ କାହିଁକି ଜମିଥାଏ ଓ ସେଥିରୁ କିପରି ମୁକ୍ତି ପାଇବେ ଦେଖନ୍ତୁ କଣ କହୁଛନ୍ତି ଛାତିରୋଗ ବିଶେଷଜ୍ଞ ଡାକ୍ତର ଆଶିଷ ଜେସୱାଲ ।

ଫୁସଫୁସ ବା ଆମ ଶ୍ଵାସନଳୀରେ କୌଣସି ବ୍ୟାକ୍ଟେରିଆ, ଭାଇରସ, ଟିବି ବା କବକ (fungus) ଆଦି ସଂକ୍ରମଣ ହେଲେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ସେଠାରେ ସକ୍ରିୟ ହୋଇଯାଏ । ଆମ ଶରୀରରେ ଅନେକ କୋଷିକା ଯଥା:- ମନୋସାଇଟ। ଲିମ୍ପୋସାଇଟ ଆଦି ଇମ୍ୟୁନିଟି ପାଇଁ କାର୍ଯ୍ୟ କରିଥାଏ । ଏମାନେ ଯାଇ ସଂକ୍ରମଣ କରୁଥିବା କାରକ ସହ ଲଢନ୍ତି ଯାହାଫଳରେ ସେହି ସ୍ଥାନରେ ମ୍ୟୁକୋସ ଅଧିକ ମାତ୍ରାରେ ତିଆରି ହୋଇଥାଏ । ଏହି ମ୍ୟୁକୋସ କଫ ଆକାରରେ ଆମ ମୁହଁରୁ ବାହାରିଥାଏ ।

ଆମ ଶ୍ଵାସନଳୀ ଆର୍ଦ୍ର ରହିବା ପାଇଁ ସେଠାରେ ମ୍ୟୁକୋସ ପ୍ରସ୍ତୁତ ହୋଇଥାଏ । କିନ୍ତୁ ରୋଗ ପ୍ରତିରୋଧକ କାର୍ଯ୍ୟ ବଢିଗଲେ ଏହା ଅଧିକ ମାତ୍ରାରେ ତିଆରି ହୋଇଥାଏ । ଯାହାଫଳରେ କଫ ଆକାରରେ ଜମା ହୋଇଯାଏ । କଫ ଏହ ରୋଗ ପ୍ରତିରୋଧକ କାର୍ଯ୍ୟ । କିନ୍ତୁ ଆପଣଙ୍କୁ ଯଦି ଅଧିକ କଫ ହେଉଛି କିମ୍ବା ଦୁଇ ସପ୍ତାହରୁ ଅଧିକ ସମୟ ଧରି କାଶ ଲାଗି ରହୁଛି ତେବେ ଡାକ୍ତରଙ୍କ ପରାମର୍ଶ କରିବା ଅତ୍ୟନ୍ତ ଜରୁରୀ । କାରଣ ଆମ ଦେଶରେ ଟ୍ଯୁବର କ୍ୟୁଲୋସିସ ରୋଗର ମାତ୍ରା ମଧ୍ୟ ଖୁବ ଅଧିକ ।

ଏହା ବ୍ଯତୀତ ଅନ୍ୟ ରୋଗରେ ମଧ୍ୟ କାଶ ପରି ସମସ୍ଯା ଦେଖା ଦେଇପାରେ ଯେପରିକି ଆଜମା, କ୍ରୋନିକ ବମ୍ପକ୍ରାଇଟିସ । ଛୋଟପିଲା ମାନଙ୍କ ଶ୍ଵାସନଳୀରେ କିଛି ଅଟକି ରହିବା ଦ୍ଵାରା ଅଧିକ କାଶ ଏବଂ କଫ ହୋଇଥାଏ । ଶ୍ଵାସନଳୀରେ ଅନ୍ୟ କୌଣସି ସମସ୍ଯା କିମ୍ବା କ୍ୟାନ୍ସର ଯୋଗୁଁ ମଧ୍ୟ କାଶ ହୋଇପାରେ । ଦିନ ମଧ୍ୟରେ ଅଳ୍ପ ବହୁତ କଫ ତିଆରି ହେବା ସାଧାରଣ ପ୍ରକ୍ରିୟା ଅଟେ । କିନ୍ତୁ ଏହା ଯଦି ଅଧିକ ମାତ୍ରାରେ ହେଉଛି ତେବେ ଏହା କେଉଁ କାରଣରୁ ହେଉଛି ତାହା ଜାଣିବା ନିହାତି ଆବଶ୍ୟକ ।

କାରଣ ଗ୍ଯାସ ସମସ୍ଯା ବା ପେଟରୋଗ ଯୋଗୁଁ ମଧ୍ୟ ଅନେକ ସମୟରେ ଗଳାରେ କଫ ଜମିଥାଏ । ଏଥିପାଇଁ ଆପଣ ଘରେ ଗରମ ବାମ୍ଫ ନେଇପାରିବେ, ଗରମ ପାଣି ସେବନ କରିପାରିବେ କିମ୍ବା ହଳଦୀ ଏବଂ ଅଦା ଆଦି ଖାଇପାରିବେ । ତଥାପି ଯଦି ଏହା ଭଲ ହେଉନାହିଁ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

କଫ ପରୀକ୍ଷା ମାଧ୍ୟମରେ ଡାକ୍ତର ଏହାର କାରଣ ଆପଣଙ୍କୁ କହିପାରିବେ ଓ ସେହି ଅନୁସାରେ ରୋଗର ଚିକିତ୍ସା ପାଇଁ ମେଡ଼ିସିନ ଦେବେ । ତେବେ ଏଥିପାଇଁ ଆପଣଙ୍କୁ ସାବଧାନ ରହିବାକୁ ହେବ । ଏକ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରନ୍ତୁ, ସମୟରେ ନିଦ୍ରା ଯାଆନ୍ତୁ ଓ ସମୟରେ ଉଠନ୍ତୁ, ଉଷୁମ ସୁଷମ ଖାଦ୍ୟ ଖାଆନ୍ତୁ । ଦେଖିବେ କଫ ସମସ୍ଯାରୁ ମୁକ୍ତି ପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।