ଥଣ୍ଡା, କାଶ, କଫ ଓ ଜ୍ଵର ପାଇଁ ରାମବାଣ ଘରୋଇ ଉପଚାର, ଥରକରେ ଭଲ ହୋଇଯିବେ (Cough and Cold Home Remedy)

ଋତୁ ପରିବର୍ତ୍ତନ ହେବା ଯୋଗୁଁ କିମ୍ବା ଭୁଲ ଜୀବନଶୈଳୀ ଯୋଗୁଁ ଅନେକଙ୍କୁ ଥଣ୍ଡା, କାଶ ଓ କଫ ଲାଗି ରୁହେ । ଏହାକୁ ଭାଇରାଲ ଇନଫେକସନ ବୋଲି ମଧ୍ୟ ଆମେ କହିଥାଉ । କରୋନା ମହାମାରୀ ସମୟରେ ସାଧାରଣ ଥଣ୍ଡା କାଶ ସମସ୍ଯାକୁ ମଧ୍ୟ ଆମେ ଗମ୍ଭୀର ଭାବେ ନେଉଛୁ । କିନ୍ତୁ ମନେ ରଖନ୍ତୁ ସମସ୍ତ ଥଣ୍ଡା, କାଶ ସମସ୍ଯା କରୋନା ଯୋଗୁଁ ହୁଏ ନାହିଁ । ତେବେ ଆପଣଙ୍କ ଏହି ସମସ୍ଯା ଦୂର କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଜବରଦସ୍ତ ଘରୋଇ ଉପାୟ ନେଇ ଆସିଛୁ ।

ଏହି ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ପ୍ୟାନରେ ଦୁଇ ଗ୍ଳାସ ପାଣି ନିଅନ୍ତୁ ଓ ଏହାକୁ ଗ୍ଯାସ ଚୁଲାରେ ରଖି ଦିଅନ୍ତୁ । ଏବେ ଏହି ପାଣିରେ ଆପଣ ଏକ ଚାମୁଚ ଜୀରା ପକାନ୍ତୁ । ଜୀରା ଆପଣଙ୍କ ଖାଦ୍ଯ ହଜମ ହେବାରେ ସାହାଜ୍ଯ କରିବା ସହ ଆପଣଙ୍କ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ଯାକୁ ମଧ୍ୟ ଦୂର କରିଦେବ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଦୁଇ ଇଞ୍ଚର ଏକ ଅଦାଖଣ୍ଡ । ଅଦାକୁ ଥଣ୍ଡା କାଶ ଭଳି ସମସ୍ଯା ଦୂର କରିବା ପାଇଁ ପୁରାତନ କାଳରୁ ବ୍ୟବହାର କରାଯାଉଛି ।

ଆୟୁର୍ବେଦରେ ଅଦାର ଅନେକ ମହତ୍ଵ ରହିଛି । ଅଦା ମଧ୍ୟ ଆପଣଙ୍କ ଛାତିରେ ଜମି ରହିଥିବା କଫ ଭଲ କରିବା ସହ ଆପଣଙ୍କ ଥଣ୍ଡା ମଧ୍ୟ ଭଲ କରିବାରେ ସାହାଯ୍ୟ କରିଥାଏ । ଏହି ଅଦାଖଣ୍ଡକୁ ଆପଣ ଏକ ଗ୍ରେଟର ସାହାଯ୍ୟରେ ଘୋରି ସେହି ପ୍ୟାନରେ ପକାଇ ଦିଅନ୍ତୁ । ଏବେ ଆପଣଙ୍କୁ ଆବଶ୍ୟକ ହେବ କିଛି ତୁଳସୀ ପତ୍ର । ତୁଳସୀ ପତ୍ରର ଉପାଦେୟତା ବିଷୟରେ ତ ଆପଣ ଭଲ ଭାବେ ଜାଣିଥିବେ ।

ଆମ ଶରୀରରୁ ଅନେକ ରୋଗ ଦୂର କରିବାରେ ତୁଳସୀ ପତ୍ର ଲାଭଦାୟକ ହୋଇଥାଏ । ଏହି ଉପଚାର ପାଇଁ ଆପଣଙ୍କୁ ୧୫ଟି ତୁଳସୀ ପତ୍ର ଆବଶ୍ୟକ ହେବ । ଏହାକୁ ଭଲ ଭାବେ ଧୋଇ ସେହି ପ୍ୟାନରେ ପକାଇ ଦିଅନ୍ତୁ । ଏବେ ଏହି ମିଶ୍ରଣକୁ ଆପଣ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଫୁଟି ଫୁଟି ଏକ ଗ୍ଳାସ ନହୋଇ ଯାଇଛି । ଭଲ ଭାବେ ଫୁଟିବା ପରେ ଏହାକୁ ଆପଣ ଗ୍ଯାସରୁ ଓହ୍ଲାଇ ଦିଅନ୍ତୁ ଓ ଏକ ଗ୍ଳାସରେ ଛାଣି ନିଅନ୍ତୁ । ଏବେ ଏଥିରେ ଶେଷ ସାମଗ୍ରୀ ମିଶାଇବାକୁ ହେବ ଯାହା ହେଉଛି ମହୁ ।

ଏହି ମିଶ୍ରଣରେ ଏକ ଚାମୁଚ ମହୁ ମିଶାଇ ତାକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଥଣ୍ଡା, କାଶ କଫ ଓ କାଶ ଭଲ କରିବା ପାଇଁ ଘରୋଇ ଉପଚାର । ଏହି ମିଶ୍ରଣକୁ ଆପଣ ଉଷୁମ ଉଷୁମ ପିଇବେ । ଦିନକୁ ଦୁଇରୁ ତିନି ଥର ଏହାକୁ ପିଇ ଦେଖନ୍ତୁ । ଦେଖିବେ ମାତ୍ର ଦୁଇ ଦିନରେ ଆପଣଙ୍କ ଥଣ୍ଡା ଭଲ ହୋଇଯିବ ଓ ଛାତିରେ ଜମି ରହିଥିବା କଫ ମଧ୍ୟ ଭଲ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।