Cold Drink ପିଇଲେ ଆପଣଙ୍କ ଶରୀରରେ କଣ ହୁଏ ପଢନ୍ତୁ

ଆମେ ସମସ୍ତେ ଜାଣିଛୁ କି ସମସ୍ତ ପ୍ରକାର କୋଲ୍ଡ ଡ୍ରିଙ୍କ ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ହୋଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଏହାର ବ୍ୟବହାର ବହୁତ ଅଧିକ ବଢି ଯାଇଛି । କିନ୍ତୁ କୋଲ୍ଡ ଡ୍ରିଙ୍କ ଭିତରେ କାର୍ବୋନଟେଡ ୱାଟର, ଆର୍ଟିଫିସିଆଲ କଲର, ଚିନି, ହାନିକାରକ ଏସିଡ ବହୁତ ପରିମାଣରେ ଥାଏ । ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ଅଟେ । ଆଜିର ଏହି ଆର୍ଟିକିଲରେ ଆମେ ଆପଣଙ୍କୁ କୋଲ୍ଡ ଡ୍ରିଙ୍କ ପିଇବାର ମାତ୍ର ୧ ଘଣ୍ଟା ମଧ୍ୟରେ କଣ ହୋଇଥାଏ ସେହି ବିଷୟରେ କହିବୁ ।

ଆପଣମାନଙ୍କର ଜାଣିବା ନିମନ୍ତେ କହି ଦେଉଛୁ କି ଗୋଟିଏ ୩୫୦ ml କୋଲ୍ଡ ଡ୍ରିଂକରେ ୩୫ ରୁ ୪୫ ଗ୍ରାମ ଚିନି ରହିଥାଏ । କୋଲ୍ଡ ଡ୍ରିଙ୍କ ପିଇବାର ୧୦ ମିନିଟ ଭିତରେ ହିଁ ଆମ ଶରୀରରେ ଗ୍ଳୁକୋଜ ପରିମାଣ ଏତେ ମାତ୍ରାରେ ବଢିଯାଇଥାଏ କି ଯେତିକି ଗ୍ଳୁକୋଜ ଗୋଟିଏ ଦିନରେ ଦରକାର ହୋଇଥାଏ । କୋଲ୍ଡ ଡ୍ରିଙ୍କ ପିଇବାର ୨୦ ମିନିଟ ପରେ ଆମ ଶରୀରରେ ସୁଗାରର ମାତ୍ରା ଅତି ଜଲ୍ଦି ବଢି ଯାଇଥାଏ ।

ଯାହାକୁ ହଜମ କରିବା ପାଇଁ ଆମ ଶରୀରରେ ଇନସୁଲିନ ମଧ୍ୟ କ୍ଷିପ୍ର ଗତିରେ ବହିଥାଏ । ଗୋଟିଏ ସମୟରେ ହିଁ ଏହା ହେଉଥିବାରୁ ଆମ ଲିଭର ଉପରେ ଏହାର ପ୍ରଭାବ ପଡିଥାଏ ଏବଂ ସୁଗାରର ମାତ୍ରା ଅଧିକ ହେବା ଦ୍ଵାରା ଆମ ଶରୀର ସୁଗାରକୁ ହଜମ କରିବା ପରିବର୍ତ୍ତେ ଚର୍ବିରେ ତାହାକୁ ପରିଣତ କରିଦିଏ ।

କୋଲ୍ଡ ଡ୍ରିଙ୍କରେ ଚା, କଫି, ସିଗାରେଟ ଭଳି caffeine ମଧ୍ୟ ରହିଥାଏ । ଯାହାକୁ କୋଲ୍ଡ ଡ୍ରିଙ୍କ ପିଇବାର ୪୦ ମିନିଟ ଭିତରେ ହିଁ ଆମ ଶରୀରରେ ଖେଳି ଯାଇଥାଏ । ଏହା ପିଇବା ଦ୍ଵାରା ନିଦ ଠିକ ସେ ଆସେ ନାହିଁ । ଆମର ବ୍ଲଡ ପ୍ରେସର ମଧ୍ୟ ବଢିବାକୁ ଲାଗିଥାଏ । ଏହାକୁ କଣ୍ଟ୍ରୋଲ କରିବା ପାଇଁ ଆମ ଲିଭର ଅଧିକ ମାତ୍ରରେ ସୁଗାର ଛାଡିଥାଏ ।

କୋଲ୍ଡ ଡ୍ରିଙ୍କ ପିଇବାର ୫୦ ମିନିଟ ଭିତରେ ହିଁ ମସ୍ତିସ୍କକୁ ଖୁସି କରୁଥିବା କେମିକାଲ ଡୋପାମାଇନର ପରିମାଣ ବହୁ ମାତ୍ରାରେ ବଢିଯାଇଥାଏ । ସେଥିପାଇଁ ଆମେ କୋଲ୍ଡ ଡ୍ରିଙ୍କ ପିଇବା ଦ୍ଵାରା ଆମକୁ ଖୁସି ଅନୁଭବ ହୋଇଥାଏ । କୋଲ୍ଡ ଡ୍ରିଙ୍କ ପିଇବାର ୬୦ ମିନିଟ ପରେ କୋଲ୍ଡ ଡ୍ରିଙ୍କ ସହିତ ପ୍ରାୟତଃ ଜଳୀୟ ଅଂଶ ଆମ ଶରୀରରୁ ପରିସ୍ରା ଆକାରରେ ବାହାରି ଯାଇଥାଏ । ଏହା ଦ୍ଵାରା ଆମର ହାଡ ଏବଂ ମାଂସପେଶୀ ଗୁଡିକ କମଜୋର ହେବାକୁ ଲାଗିଥାଏ ।