କୋଚ ହେଲେ Virat Kohli, BCCI ନିଜେ ପୋଷ୍ଟ କରି ଦେଲା ବଡ ସୂଚନା, ଭାଇରାଲ ହେଉଛି ଫଟୋ ଏବଂ video

କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ବରେ ବିରାଟ କୋହଲିଙ୍କ ପ୍ରଶଂସକ ଅଛନ୍ତି । ବିପକ୍ଷ ଦଳର ଖେଳାଳି ମଧ୍ୟ ବିରାଟଙ୍କ ବ୍ୟାଟିଂକୁ ପ୍ରଶଂସା କରିବାକୁ ପଛାନ୍ତି ନାହିଁ । ତେବେ ବର୍ତ୍ତମାନ ବିରାଟଙ୍କୁ କୋଚ ରୂପରେ ଦେଖିବାକୁ ମିଳିଛି । ବାଂଲାଦେଶ ଖେଳାଳିଙ୍କୁ ପାଇଁ ପ୍ରାୟ ଅଧଘଣ୍ଟା ଧରି କୋଚିଂ ଦେଇଛନ୍ତି ବିରାଟ । ଯାହାର ଭିଡିଓ ଓ ଫଟୋ ଏବେ ସାମ୍ନାକୁ ଆସିଛି । ବାଂଲାଦେଶୀ ଖେଳାଳିଙ୍କୁ ବ୍ୟାଟିଂ ଟିପ୍ସ ଦେଇଛନ୍ତି ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ।

ତେବେ ଭାରତୀୟ ଖେଳାଳିଙ୍କୁ ଛାଡି କାହିଁକି ବାଂଲାଦେଶୀ ଖେଳାଳିଙ୍କୁ ଟିପ୍ସ ଦେଇଥିଲେ ବିରାଟ ? ବିରାଟ କୋହଲି ବାଂଲାଦେଶୀ ଗସ୍ତରେ ଯାଇଥିବା ବେଳେ ବାଂଲାଦେଶର ଅଣ୍ଡର-19 ଦଳ ଏହାର ଫାଇଦା ଉଠାଇଛି । ବିରାଟଙ୍କ ଭଳି ଦିଗଜ ବ୍ୟାଟ୍ସମ୍ୟାନଙ୍କ ଠାରୁ ଏଭଳି ଟିପ୍ସ ପାଇ ବାଂଲାଦେଶୀ ଅଣ୍ଡର-19 ଦଳର ଖେଳାଳି ବେଶ ଖୁସି ଅଛନ୍ତି । ତେବେ ସବୁଠୁ ବଡ କଥା ହେଉଛି, ବିରାଟ କୋହଲିଙ୍କ ଏହି ବଡପଣର ସୂଚନା ବିସିସିଆଇ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ଜଣାଇଛି ।

ବୁଧବାର ଦିନ ଢାକା ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳି ନେଟ୍ ସେଶନରେ ବ୍ୟସ୍ତ ଥିବାବେଳେ ବାଂଲାଦେଶର ଅଣ୍ଡର-19 ଦଳର କ୍ରିକେଟର ମାନେ ସେମାନଙ୍କ ସହ ଭେଟିଥିଲେ । ସେମାନେ ପ୍ରାୟ ଏକ ଘଣ୍ଟା ଧରି ବିରାଟ କୋହଲି ଓ ଟିମ୍ ଇଣ୍ଡିଆର ଅଭ୍ଯାସ ସେଶନ ଦେଖିଥିଲେ । ଖାସ କରି ବିରାଟଙ୍କ ସହ ସବୁଠୁ ଅଧିକ ସମୟ ବିତାଇଥିଲେ ବାଂଲାଦେଶୀ କ୍ରିକେଟର ମାନେ ।

ବିରାଟଙ୍କ ଠାରୁ ସେମାନେ କ୍ରିକେଟ ସମ୍ବନ୍ଧିତ ଅନେକ ଟିପ୍ସ ନେବା ସହ କୋଚ ରାହୁଲ ଦ୍ରାବିଡଙ୍କ ଠାରୁ ମଧ୍ୟ ଟିପ୍ସ ନେଇଥିଲେ । କ୍ରିକେଟର ଅନେକ ଟିପ୍ସ ବିରାଟଙ୍କ ଠାରୁ ଶିଖିବା ପରେ ବାଂଲାଦେଶୀ ଖେଳାଳିମାନେ ଟିମ୍ ଇଣ୍ଡିଆର ଅନ୍ୟ କ୍ରିକେଟରଙ୍କ ସହ ମଧ୍ୟ ଫଟୋ ଉଠାଇଥିଲେ । ଏହି ସାକ୍ଷାତ ବେଳେ ଭାରତୀୟ କ୍ରିକେଟର ମାନେ ମଧ୍ୟ ସେମାନଙ୍କ ସହ ଏକଦମ ମିଶି ଯାଇଥିଲେ ।

ସମସ୍ତେ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳୀଙ୍କ ସହ ଫଟୋ ଉଠାଇଥିଲେ ଓ ବେଶ ସମୟ ବିତାଇଥିଲେ । ବିରାଟଙ୍କୁ କୋଚ ରୂପେ ଦେଖି ଭାରତୀୟ କ୍ରିକେଟପ୍ରେମୀ ଏହାକୁ ଖୁବ ପ୍ରଶଂସା କରିଛନ୍ତି । ଏଭଳି ନେକ ଖବର ସମସ୍ତଙ୍କୁ ବେଶ ପସନ୍ଦ ଆସିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।