ଚୂନ ଓ ଡାଲଚିନି ଖାଇବାର ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ, ମୂଳରୁ ଭଲ କରିଦିଏ ଏହି 12 ବଡ ରୋଗ

ଆୟୁର୍ବେଦ ରେ ରୋଗ ଗୁଡ଼ିକୁ କେବଳ ୩ଟି ଦୋଷରେ ବଣ୍ଟା ଯାଇଛି । ତାହା ହେଉଛି ବାତ, ପିତ୍ତ ଓ କଫ । ଏହାର ଅର୍ଥ ଆପଣଙ୍କ ଶରୀରରେ କୌଣସି ବି ରୋଗ ବାତ, ପିତ ଓ କଫ କୁ ଚିକିତ୍ସା କରା ଯାଇ ଠିକ୍ କରା ଯାଇ ପାରିବ । ସୁଖାଦ୍ୟ ଭୋଜନ, ସପ୍ତାହରେ ଥରେ ଉପବାସ ଏବଂ ବାତ, ପିତ୍ତ ଓ କଫ ର ସନ୍ତୁଳନ ରକ୍ଷା କରି ଆପଣଙ୍କ ଶରୀରର ଅନେକ ରୋଗ ସୁସ୍ଥ ହୋଇ ପାରିବ । ଆଜି ଆମେ ଦୁଇଟି ସାମଗ୍ରୀ ବିଷୟରେ ଜାଣିବା ଯାହା ଦିନକୁ ମାତ୍ର ଥରେ ସେବନ କରିବା ଦ୍ୱାରା ଜୀବନରେ କେବେ କୌଣସି ରୋଗ ହେବ ନାହିଁ ।

ପ୍ରଥମଟି ହେଉଛି ଚୂନ । ଚୂନ ବଜାରରେ ବହୁତ ଶସ୍ତା ରେ ମିଳିଯାଏ । ଚୂନ ବାତ ନାଶକ ଅଟେ । ମାନେ ଏହା ଶରୀରରୁ ବାୟୁକୁ ନିଷ୍କାସିତ କରିଥାଏ । ଯେତେବେଳେ ଆମ ଶରୀରରେ ଗ୍ୟାସ ବା ବାୟୁ ଜାତ ହୁଏ ତାହା ଆମ ଶରୀରର ବିଭିନ୍ନ ସ୍ଥାନରେ ସଞ୍ଚାଳିତ ହୋଇ ବ୍ୟଥା କରାଇ ଥାଏ । ଆପଣଙ୍କ ଆଣ୍ଠୁ, ଅଣ୍ଟା, ପିଠି ଆଦି ସ୍ଥାନରେ ବ୍ୟଥା ହେଉଥିଲେ ଜାଣି ନିଅନ୍ତୁ କି ଆପଣଙ୍କ ଶରୀରରେ ବାତ ସୃଷ୍ଟି ହେଉଛି ।

ଚୂନ ରେ କାଲସିୟମ ଭରପୁର ମାତ୍ର ରେ ଥାଏ । ଏଥିପାଇଁ ଏହା କେତେ ମାତ୍ରାରେ ସେବନ କରିବା ଠିକ୍ ଜାଣି ରଖିବା ଉଚିତ୍ ଅଟେ । ନ ହେଲେ ଏହା ଯୋଗୁଁ ଆପଣଙ୍କ କିଡନୀ ରେ ପଥର ହୋଇପାରେ । ଚୂନ କୁ ମଧ୍ୟ ସିଧାସଳଖ ସେବନ କରିବା ଠିକ୍ ନୁହେଁ । ଏହାକୁ ଦହି, ଡାଲି କିମ୍ବା ପାଣିରେ ମିଶାଇ ସେବନ କରି ପାରିବେ । ଦିନର ଯେ କୌଣସି ସମୟରେ ଏକ ଗ୍ରାମ ବା ଏକ ଗହମ ଦାନା ସହ ସମାନ ପରିମାଣର ଚୂନ ଖାଆନ୍ତୁ ।

ଏହି ପ୍ରକାରେ ଯଦି ଆପଣ ପ୍ରତିଦିନ ଚୂନ ଖାଆନ୍ତି ତେବେ ଆପଣଙ୍କ ଅନେକ ରୋଗ ଭଲ ହୋଇଯିବ । ଆଉ ଏହି ଚୂନ ଛୋଟ ପିଲାଙ୍କ ଠୁ ନେଇ ବଡ ଲୋକ ଯାଏ ସମସ୍ତେ ଖାଇ ପାରିବେ । ଛୋଟ ପିଲା ଅଧା ଗ୍ରାମ ଓ ବଡ ଲୋକ ଏକ ଗ୍ରାମ ଲେଖାଏଁ ଖାଇ ପାରିବେ । ଏହା ଖାଇବା ଦ୍ୱାରା ବାତ ଜନିତ ସମସ୍ୟା ଠିକ୍ ହେବ ଓ କାଲସିୟମର ଅଭାବ ମଧ୍ୟ ଦୂର ହୋଇଯିବ । ହାଡ ଓ ଦାନ୍ତ ଜନିତ ସମସ୍ୟା ମଧ୍ୟ ଠିକ୍ ହୋଇଯିବ ।

ଖାସ କରି ୫୦ ବର୍ଷ ବୟସର ଲୋକଙ୍କୁ କାଲସିୟମ ବେଶୀ ଦରକାର ହୋଇଥାଏ । ଆଉ ଚୂନ ସ୍ମରଣ ଶକ୍ତି ବୃଦ୍ଧି କରାଇବାରେ ମଧ୍ୟ ସହାୟକ ହୋଇଥାଏ । ଏହା ବିଦ୍ୟାର୍ଥୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ପିଲାଙ୍କ ଉଚ୍ଚତା ରେ ବୃଦ୍ଧି ହେଉ ନ ଥିଲେ ମଧ୍ୟ ଚୂନ ଖାଇବା ଦ୍ୱାରା ଲାଭ ମିଳିଥାଏ । ଯେଉଁ ମହିଳା ମାନଙ୍କୁ ଗର୍ଭଧାରଣ କରିବାରେ ଅସୁବିଧା ହେଉଛି, ସେମାନେ ୩ ମାସ ପର୍ଯ୍ୟନ୍ତ ଏହି ପ୍ରକାରେ ଚୂନ ସେବନ କଲେ ଫଳପ୍ରଦ ହୋଇପାରିବେ ।

ଗର୍ଭବତୀ ମହିଳାଙ୍କୁ ମଧ୍ୟ ଡାଳିମ୍ବ ରସ ରେ ଚୂନ ମିଶାଇ ପିଇବାକୁ ଦେଲେ ତାଙ୍କ ଗର୍ଭ ରେ ଥିବା ଶିଶୁ ର ବିକାଶ ରେ ସହାୟକ ହୋଇଥାଏ ଓ ସାଧାରଣ ପ୍ରସବ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ପୁରୁଷ ମାନଙ୍କ କ୍ଷେତ୍ର ରେ ମଧ୍ୟ ଚୂନ ଶୁକ୍ରାଣୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ଦ୍ଵିତୀୟଟି ହେଉଛି ଡାଲଚିନି । ଡାଲଚିନି ଏପରି ଏକ ସାମଗ୍ରୀ ଅଟେ ଯାହା ଆପଣଙ୍କ ବାତ, ପିତ୍ତ ଓ କଫ ତିନୋଟିକୁ ନିୟନ୍ତ୍ରଣ କରିପାରିବ ।ଆପଣ ବାତ ଓ କଫ କୁ ଠିକ୍ କରିବାକୁ ଚାହୁଁଥିଲେ ଡାଲଚିନି କୁ ସକାଳ ସମୟରେ ଓ ପିତ୍ତ କୁ ଠିକ୍ କରିବା ପାଇଁ ଏହାକୁ ସନ୍ଧ୍ୟା ସମୟରେ ସେବନ କରିପାରିବେ । ଏଥିପାଇଁ ଏକ ଚାମୁଚ ର ଏକ-ଚତୁର୍ଥାଂଶ ଡାଲଚିନି ଗୁଣ୍ଡ ଓ ଏକ ଚାମୁଚ ମହୁ କୁ ଭଲ ଭାବରେ ମିଶାଇ ଏହାକୁ ଜିଭ ରେ ଚାଟି କରି ଖାଆନ୍ତୁ । ଏହା ଦ୍ୱାରା ଆପଣଙ୍କ ଲାଳ ଓ ଡାଲଚିନି ଦୁହେଁ ପେଟକୁ ଯାଇ ବହୁତ ଲାଭ ଦେବେ । ଏହାଦ୍ୱାରା ଆପଣଙ୍କ ମୋଟାପଣ ଦୂର ହୋଇଯିବ ।

ଆଣ୍ଠୁ ଗଣ୍ଠି ବ୍ୟଥା ହେଉଥିଲେ ଏହିପରି ଦୁଇ ରୁ ତିନି ମାସ ଖାଇଲେ ଏହା ସମ୍ପୂର୍ଣ ଭାବେ ଭଲ ହେଇଯିବ । ପେଟରେ ଅତ୍ୟଧିକ ଗ୍ୟାସ ହେଉଥିଲେ ମଧ୍ୟ ଏହା କେବଳ ୧୫ଦିନ ରେ ଏହି ସମସ୍ୟାକୁ ଠିକ କରିଦେବ । ସେହିପରି ସକାଳେ ଏହାର ସେବନ ଦ୍ୱାରା ଆପଣଙ୍କ ଆସ୍ଥମା ଓ କଫ ର ସମସ୍ୟା ମଧ୍ୟ ଠିକ ହୋଇଯିବ । ସେହିପରି ଆପଣଙ୍କ ଡାଇବେଟିସ କୁ ଠିକ କରିବାକୁ ମଧ୍ୟ ଡାଲଚିନି ଓ ମହୁ ଏହିପରି ଖାଇପାରିବେ ।

ଏହି କ୍ଷେତ୍ରରେ ସନ୍ଧ୍ୟା ସମୟରେ ଡାଲଚିନି ସହ ଅଧା ଚାମୁଚ ମହୁ ସେବନ କରନ୍ତୁ । ଥାଇରଏଡ ରୋଗ କୁ ମଧ୍ୟ ଏହି ଡାଲଚିନି କେବଳ ଗୋଟିଏ ମାସରେ ଭଲ କରିଦେବ । ଏହା ଛଡା ଆଥ୍ରାଇଟିସ ରୋଗକୁ ମଧ୍ୟ ଏହା ଭଲ କରି ଦେଇ ପାରିବ । ଏହି ରୋଗ ଗୁଡ଼ିକ ପାଇଁ ମଧ୍ୟ ସନ୍ଧ୍ୟା ବା ରାତ୍ର ଭୋଜନ ପୂର୍ବରୁ ଏହାକୁ ସେବନ କରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।