ନମସ୍କାର ବନ୍ଧୁଗଣ । 11 ବର୍ଷ ଧରି ସନ୍ତାନ ସନ୍ତତି ହେଉ ନ ଥିବା ବେଳେ ଶେଷରେ ଭଗବାନ ଡାକି ଶୁଣି ଏ ମା କୋଳରେ ଦୁଇଟି ଯାଆଁଳା ଶିଶୁ ଦେଇଥିଲେ । ଦୁଇ ଛୁଆଙ୍କର ନାଁ ରଖିଥିଲା ସାଇ ଓ ଶ୍ରଦ୍ଧା । ଏତେ ସୁନ୍ଦର ହୋଇଥିଲେ ଯେ ଛୁଆ ଦୁଇଟି କେହି ବି ନଜର ଲଗାଇ ଦେଉଥିଲେ । କିନ୍ତୁ ଜନ୍ମ କରିଥିବା ମା ସେହି ଦୁଇଟି ଛୁଆଙ୍କୁ ଏମିତି ଘୃଣା କରୁଥିଲା । ମା ହୋଇ କ୍ଷୀର ଦେବା ତ ଦୂରର ଥିଲା ସେମାନଙ୍କ ମୁହଁ କୁ ବି ଚାହୁଁ ନ ଥିଲା ।
ଛୁଆ ମାନେ କାନ୍ଦିଲେ ମା କୁ ଭଲ ଲାଗୁ ନ ଥିଲା । ରାତିରେ ଶୋଇବା ବେଳେ ବାରମ୍ବାର ନିଦ ଭାଙ୍ଗି ଯାଉଥିଲା ମା ର ଯାହାକୁ ନେଇ ସେ ଚିଡି ଯାଇଥିଲା । ଆଉ ସେଥିପାଇଁ ମା ହୋଇ ନିଜ ଜନ୍ମ କରିଲା ଛୁଆଙ୍କୁ ମାରିବାକୁ ଷଡଯନ୍ତ୍ର କରିଲା । ବଡମାଙ୍କୁ ବାହାରକୁ ପଠାଇ ଦେଇ ପିଲା କାନ୍ଦୁଥିବା ବେଳେ ସେମାନଙ୍କୁ କ୍ଷୀର ଦେଇ ଚୁପ କରିଲା ମା । ପିଲା ଦୁଇଟି ଶୋଇବା ପରେ ଘରେ କେହି ନ ଥିବାର ସୁଯୋଗ ନେଇ ମା ଛୁଆ ଦୁଇଟି କୁ ନେଇ ଗଭୀର କୂଅରେ ଫୋପାଡି ଦେଇ ଚାଲି ଆସିଲା ।
କେହି ସନ୍ଦେହ ନ କରିବା ପାଇଁ ମା କ୍ଷୀର ବାହାନାରେ ବାହାରି ଗଲା । ଏପଟେ ଘର ଲୋକେ ଆସି ଦେଖିଥିଲେ ପାଣିରେ ଭାସୁଛନ୍ତି ସାଇ ଓ ଶ୍ରଦ୍ଧା । ଏ ଦ୍ରୁଶ୍ଯ ଦେଖିବା ପରେ କାନ୍ଦ ବୋବାଳି ରେ ଫାଟି ପଡିଛି ପରିବଶେ । ବଡମା ଦେବକୀ ନ ହୋଇ ମଧ୍ୟ ଯଶୋଦା ଭଳି ପିଲାଙ୍କୁ ଯେଉଁ ଆଦର ସ୍ନେହ ମମତା ଦେଇଥିଲା ଆଜି ତା ଆଖି ଆଗରେ ସାଇ ଶ୍ରଦ୍ଧା ମାରି ପଡିଛନ୍ତି । ଆଉ ଏଭଳି ଦ୍ରୁଶ୍ଯ ଦେଖି ବଡମା ନିଜକୁ ସମ୍ଭାଳି ପାରୁ ନାହାନ୍ତି ।
କାନ୍ଦି କାନ୍ଦି ଚେତାଶୁନ୍ୟ ହୋଇ ଯାଉଛି ବଡମା । ତେବେ ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବାସଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାଡିପି ସାହିରେ । ଜନ୍ମ କରିଥିବା ମା ହିଁ ନିଜ ଛୁଆଙ୍କୁ ହତ୍ୟା କରିଥିବା ଜଣାପଡିଛି । ଖାଲି ସେତିକି ନୁହେଁ ଛୁଆଙ୍କୁ ହତ୍ୟା କରିବାର 24 ଘଣ୍ଟା ପରେ ମା ନିଜ ଦୋଷ କୁ ମଦ୍ୟ ସ୍ଵୀକାର କରିଛି ।
ଦୀର୍ଘ 11 ବର୍ଷ ଧରି ମା ତପସ୍ଵିନୀ ଓ ସ୍ଵାମୀ ସୁନୀଲଙ୍କର ପିଲା ଛୁଆ ନ ହେଉଥିବା ବେଳେ ଅନେକ ଡାକ୍ତର ଦେଖାଇବା ପରେ ଗତ 3 ମାସ ହେବ ଯାଆଁଳା ଛୁଆର ମା ହୋଇଥିଲେ ତପସ୍ଵିନୀ । କିନ୍ତୁ ମା ହୋଇ ଛୁଆଙ୍କୁ ସ୍ନେହ ମମତା ଦେଇ ନ ଥିଲା । କିନ୍ତୁ ଛୁଆଙ୍କର ବଡମା ଯାହାଙ୍କର କୌଣସି ପିଲା ଛୁଆ ନ ଥିଲେ ସେ ସାଇ ଓ ଶ୍ରଦ୍ଧାଙ୍କୁ କୋଳେଇ ନେଇଥିଲେ । ତପସ୍ଵିନୀ ନିଜର ଦୋଷ ସ୍ଵୀକାର କରିବା ପରେ ପୋଲିସ ତାଙ୍କୁ ଆରେଷ୍ଟ କରିଛି କିନ୍ତୁ ଛୁଆଙ୍କୁ ମାରିବାର ପ୍ରକୃତ କାରଣ ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।