ଛୋଟ ପିଲାଙ୍କ ପାଇଁ ବିପଦ, ସ୍ମାର୍ଟଫୋନ୍ ନି-ଶା, ଦେଖନ୍ତୁ କିପରି କରିବେ ପ୍ରତିକାର- Dr Nirmal Kumar Mohakud

ଆଜିକାଲି ଦୁନିଆରେ ମୋବାଇଲ ଫୋନ ଗୋଟିଏ ଅଙ୍ଗ ଭାବେ କାମ କରୁଛି । ପ୍ରାୟତ ଛୋଟ ପିଲାମାନେ ଏହାର ଅଧିକ ବ୍ୟବହାର କରୁଛନ୍ତି । ଏଥିପାଇଁ ତାଙ୍କର ମାତା ଓ ପିତା ମାନେ ଅଧିକ ଦାୟୀ ଅଟନ୍ତି ।

ମୋବାଇଲ ଦେଖିବା ଦ୍ଵାରା କେତେ ଯେ କୁ-ପ୍ରଭାବ ଛୋଟ ପିଲାଙ୍କ ଉପରେ ପଡୁଛି ତାହାର ପରିଣାମ ଆଗକୁ କଣ ହେବ ଏ ବିଷୟରେ ପିଲାଙ୍କର ମାତା ପିତା ମାନେ ଜାଣି ମଧ୍ୟ ଏହାର ବ୍ୟବହାର କରିବାକୁ ଅନୁମତି ଦେଇଥାନ୍ତି । ଉଦାହରଣ ସ୍ୱରୂପ ଯଦି ପିଲାଟି ଖାଉ ନାହି ତେବେ ସେହି କ୍ଷେତ୍ରରେ ତାକୁ ମୋବାଇଲ ଦିଆଯାଉଛି । ଏହା ଛଡା ଯଦି ପିଲାଟି ଘରେ ବସି ମାତା ପିତାଙ୍କୁ ହଇରାଣ କରୁଛି ତ୍ଵେବେ ସେହି କ୍ଷେତ୍ରରେ ମଧ୍ୟ ତାକୁ ମୋବାଇଲ ଦିଆ ଯାଉଛି ।

ଏହା ଫଳରେ ଏହାର ସିଧାସଳଖ ପ୍ରଭାବ ପିଲାର ଆଖି ଉପରେ ପଡୁଛି । ମୋବାଇଲ ଦେଖିବା ଦ୍ଵାରା ପିଲାଙ୍କର ଶାରୀରିକ ବିକାଶ ହେଉଛି କିନ୍ତୁ ବୌଧିକ ବିକାଶ ହେଉ ନାହି । ପିଲାଟି ଯେତେବେଳେ ମୋବାଇଲ ଦେଖିଥାଏ ତେବେ ତାର ସଂପୂର୍ଣ୍ଣ ମସ୍ତିସ୍କ ମୋବାଇଲରେ କେନ୍ଦ୍ରିତ ହୋଇଥାଏ ।

ପିଲା ମାନେ ଅଧିକାଂଶ ମୋବାଇଲରେ ଗେମ ଦେଖି ଅଧିକ ଆଗ୍ରେସିଭ ହେଉଛନ୍ତି । ସେମାନେ କାହାର କଥା ଶୁଣିବାକୁ ମଧ୍ୟ ପ୍ରସ୍ତୁତ ହୋଇ ନ ଥାନ୍ତି । ତେଣୁ ଛୋଟ ପିଲା ମାନଙ୍କର ବୌଦ୍ଧିକ ବା ବ୍ରେନର ଉନ୍ନତି ପାଇଁ ମୋବାଇଲ ଠାରୁ ଦୂରରେ ରହିବା ଉଚିତ । ଏପରି କରିବା ଦ୍ଵାରା ପିଲାଙ୍କର କିଛି ଆକ୍ଟିଭୀଟିରେ ପରିବର୍ତ୍ତନ ହେବା ସହ ସେମାନେ କିଛି ପ୍ରାକୃତିକ ଜିନିଷ ବା ବିଷୟ ବସ୍ତୁ ଉପରେ ଜାଣି ପାରିବେ ।

ପିଲା ମାନେ ମୋବାଇଲ ଦେଖିବା ସମୟରେ ଖାଉଥିଲେ ଏହା ବହୁତ ଖରାପ ଲକ୍ଷଣ ହୋଇଥାଏ । ଏପରି କରିବା ଦ୍ଵାରା ସେମାନଙ୍କର ଶରୀରରେ ମେଦ ବହୁଳତା ହୋଇଥାଏ ଯାହାର ପରିଣାମ ସ୍ବରୁପ ସେମାନେ ଅତି କମ ବୟସରେ ମୋଟା ହୋଇଥାନ୍ତି । ଏପରି ହେବା ଦ୍ଵାରା ସେମାନେ ନିଜ ପାଠ ପଢାରେ ମନ ଲଗାନ୍ତି ନାହି । ଅଧିକ ସମୟ ଶୋଇବାକୁ ପସନ୍ଦ କରନ୍ତି ।

ଯଦି ଗୋଟେ ୯ ବର୍ଷର ପିଲାର ଓଜନ ୫୦ କିଲୋ ହୋଇଥିବ ତେବେ ଏହା ତାର ଶରୀର ପାଇଁ ବହୁତ ଖରାପ ହୋଇଥାଏ । ଏଥି ପାଇଁ ପିଲା ମାନଙ୍କର ବାପା ଓ ମାଙ୍କୁ ଅଧିକ ସତର୍କ ରହିବା ପଡିବ । ଯେତେ ସମ୍ଭବ ନିଜ ପିଲା ମନାଙ୍କୁ ଟାଇମ ଦେବାକୁ ଚେଷ୍ଟା କରନ୍ତୁ । ଏହା ସହ ଫ୍ରୀ ସମୟରେ ପିଲା ମାନଙ୍କୁ ବାହାରକୁ ବୁଲାଇବାକୁ ନେବା ସହ ତାଙ୍କ ସହ ଅଧିକ ଟାଇମ ସ୍ପେନ୍ଡ କରିବା ଉଚିତ । ମା ମାନେ ମଧ୍ୟ ଘରେ ରହି ନିଜ ପିଲାଙ୍କ ସହ ଅଧିକ କିଛି ନୂଆ ଜିନିଷ ଶିଖିବାକୁ ଚେଷ୍ଟା କରିବା ଉଚିତ । ଯାହା ଫଳରେ ପିଲା ମାନଙ୍କର ବୌଦ୍ଧିକ ବିକାଶ ହେବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ