ଛୋଟ ପିଲାଙ୍କ ଗଳାରେ ଯଦି କିଛି ଅଟକି ଯାଏ ଜାଣନ୍ତୁ କିପରି କରିବେ ବାହାର ?

ଛୋଟ ପିଲାମାନଙ୍କ ସ୍ଵଭାବ ବହୁତ ଚଞ୍ଚଲ ହୋଇଥାଏ । ଏହା ମଧ୍ୟରେ ପ୍ରାୟତଃ ପିଲାମାନେ ସବୁ ଜିନିଷରେ ହାତ ମାରିଥାନ୍ତି ଓ କିଛି ପିଲାମାନେ ତ ପ୍ରାୟତଃ ଜିନିଷକୁ ମୁହଁରେ ବି ଦେଇ ଦିଅନ୍ତି । ପୁଣି ସେ ଖାଇବା ଜିନିଷ ହୋଇଥାଉ କିମ୍ବା ଅନ୍ୟ କିଛି ଜିନିଷ । ତାଙ୍କୁ ଏହି କଥା ଦ୍ଵାରା କିଛି ବି ଫରକ ପଡେ ନାହିଁ । ଏମିତିରେ ମାତା ପିତାଙ୍କୁ ଏହି ସବୁ କଥାର ଧ୍ୟାନ ରଖିବାକୁ ପଡିଥାଏ କି ପିଲାମାନଙ୍କ ବେକରେ ନ କିଛି ଅଟକିଯାଉ । ଯେତେବେଳେ କୌଣସି ଜିନିଷ ପିଲାମାନଙ୍କ ବେକରେ ଅଟକିଯାଏ ତେବେ ତାଙ୍କୁ ନିଶ୍ଵାସ ନେବାରେ ଅସୁବିଧା ହୋଇଥାଏ ।

ଏହି ସମୟରେ କିଛି ପିଲାମାନେ ଛିଙ୍କିଥାନ୍ତି ଓ କାସି ଥାନ୍ତି । ଏହି ପରିସ୍ଥିତିରେ ଆପଣ କିଛି ଘରେଲୁ ଉପାୟ କରି ପାରିବେ । ଏହିଭଳି ଭାବରେ ଆପଣ ଅଳ୍ପ ସମୟ ମଧ୍ୟରେ ପିଲାମାନଙ୍କ ବେକରେ ଅଟକିଥିବା ଜିନିଷକୁ ବାହାର କରି ପାରିବେ । କିନ୍ତୁ ତଥାପି ସମସ୍ୟାର ସମାଧନ ହେଉ ନାହିଁ ତେବେ ତୁରନ୍ତ ଡାକ୍ତରକୁ ଦେଖାନ୍ତୁ ।

ପିଲାମାନଙ୍କ ବେକରେ ଯଦି କିଛି ଅଟକି ଯାଇଛି ତେବେ ଏହି କାମ କରନ୍ତୁ

ଯଦି ଆପଣଙ୍କ ପିଲାମାନଙ୍କର ବେକରେ କିଛି ଅଟକି ଯାଇଛି ତେବେ ଭୟଭୀତ ହୁଅନ୍ତୁ ନାହିଁ ଓ ଚିତ୍କାର କରନ୍ତୁ ନାହିଁ । ନଚେତ ସ୍ଥିତି ଆହୁରି ଖରାପ ହୋଇ ପାରେ । ଆପଣ ବୁଦ୍ଧିମତାର ସହ କାମ କରିବାକୁ ଚେଷ୍ଟା କରନ୍ତୁ । ନିଜର ମସ୍ତିଷ୍କକୁ ଶାନ୍ତ ରଖନ୍ତୁ ଓ ସ୍ଥିତି ଅନୁରୂପ କାର୍ଯ୍ୟ କରନ୍ତୁ ।

ପିଲାମାନଙ୍କ ବେକରେ ଯଦି କିଛି ଅଟକି ଯାଇଛି ତେବେ ତୁରନ୍ତ ତାଙ୍କୁ ନିଜ ଜଙ୍ଘରେ ଶୁଆଇ ଦିଅନ୍ତୁ । ବର୍ତ୍ତମାନ ତାଙ୍କର ମୁଣ୍ଡ ଓ ବେକକୁ ତଳ ଆଡକୁ ରଖନ୍ତୁ ଓ ତାଙ୍କୁ ଅଳ୍ପ ସାହାରା ଦେଇ ଧରି ରଖନ୍ତୁ । ଏହା ସହିତ ଧ୍ୟାନ ରଖନ୍ତୁ କି ପିଲାମାନଙ୍କର ମୁଣ୍ଡ ତାଙ୍କର ବେକର ଲେବୁଲ ଠାରୁ ତଳେ ହିଁ ଥିବ ।

ବର୍ତ୍ତମାନ ପିଲାମାନଙ୍କ ପିଠି ଉପରେ କାନ୍ଧ ମଧ୍ୟରେ ଅଳ୍ପ ଅଳ୍ପ ହାତ ଦ୍ଵାରା ଥପ ଥପାନ୍ତୁ । ଏହିଭଳି କରିବା ଦ୍ଵାରା ପିଲାମାନଙ୍କର ବେକରେ ଅଟକିଥିବା ଜିନିଷ ଧୀରେ ଧୀରେ ବାହାରିଯିବ ।

ଯଦି ପ୍ରଥମ ଉପାୟ କାମ ନ ଆସିବ ତେବେ ପିଲାକୁ ସିଧା କରି ଦିଅନ୍ତୁ । ବର୍ତ୍ତମାନ ନିଜର ଦୁଇ ଆଙ୍ଗୁଠି ଦ୍ଵାରା ଶିଶୁର ଛାତି ଉପରେ ରଖନ୍ତୁ ଓ ତାକୁ ଧୀରେ ଧୀରେ ପ୍ରେସ କରନ୍ତୁ । ଧ୍ୟାନ ରଖନ୍ତୁ କି ଅଧିକ ଜୋରରେ ଛାତିକୁ ପ୍ରେସ କରନ୍ତୁ ନାହିଁ । ଏହିଭଳି ୫ ଥର କରନ୍ତୁ । ଏହିଭଳି କରିବା ଦ୍ଵାରା ବେକରେ ଅଟିକି ଥିବା ଜିନିଷ ବାହାରିଯିବ ।

ଛୋଟ ବୟସରେ ପିଲାମାନଙ୍କୁ ଗାଜର, ସେଓ, ଅନ୍ୟ କଠିନ ଫଳ, ନଟ୍ସ, ଚକୋଲେଟ, ଚୁଇଙ୍ଗମ ଓ ପପକନ ଭଲି ଜିନିଷ ଖାଇବାକୁ ଦିଅନ୍ତୁ ନାହିଁ । ପ୍ରାୟତଃ ଏହା ଦେଖା ଯାଇଛି କି ଏହିଭଳି ଜିନିଷ ପ୍ରାୟତଃ ପିଲାମାନଙ୍କର ବେକରେ ଅଟକି ଯାଇଥାଏ । ପିଲାମାନେ ଯେତେବେଳେ ବି କୌଣସି ଜିନିଷ ସେବନ କରୁଛନ୍ତି ତେବେ ଆପଣ ସେହି ସମୟରେ ତାଙ୍କ ଉପରେ ଧ୍ୟାନ ରଖନ୍ତୁ । ତାକୁ ଖାଇବା ସମୟରେ ଏକୁଟିଆ ଛାଡନ୍ତୁ ନାହିଁ । ଉପୋରକ୍ତ ଉପାୟ ଯଦି କାମରେ ନ ଆସିବ ତେବେ ଡାକ୍ତର ପାଖକୁ ଯାଆନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।