ଆଜି ଭଗବାନ ଗଣେଶଙ୍କ ନାମର ମହିମା ବିଷୟରେ କିଛି କଥା କହିବୁ । ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ଓ ତାଙ୍କ ପସନ୍ଦ ନାପସନ୍ଦରୁ ବ୍ୟକ୍ତିଙ୍କ ସ୍ଵଭାବ, ବ୍ୟକ୍ତିତ୍ବ ଓ ଭବିଷ୍ୟତ ବିଷୟରେ ଅନେକ କିଛି ଜାଣି ହୁଏ । ସେହିପରି କିଛି ଶାସ୍ତ୍ର ଅନୁସାରେ ଭଗବାନଙ୍କ ନାମରୁ ମଧ୍ୟ ଚୟନ କରି ଆପଣ ନିଜ ଭବିଷ୍ୟତ ବିଷୟରେ ଅନେକ କିଛି ଜାଣି ପାରିବେ । ଶ୍ରୀଗଣେଶଙ୍କ ତିନୋଟି ଅନ୍ୟ ନାମ ହେଉଛି ଏକଦନ୍ତ, ଗଜାନନ ଓ ଗଣପତି । ଆପଣ ଏଥିରୁ ଗୋଟିଏ ନାମ ବାଛନ୍ତୁ ଓ ଫଳାଫଳ ଦେଖି ନିଜ ବିଷୟରେ ଜାଣନ୍ତୁ ।
ଯଦି ଆପଣ ଭଗବାନ ଏକଦନ୍ତଙ୍କ ନାମ ବାଛିଛନ୍ତି, ତେବେ ଗତ ଅଢେଇ ବର୍ଷ ଧରି ଗ୍ରହର ପ୍ରତିକୂଳ ପ୍ରଭାବ ହେତୁ ଆପଣଙ୍କ ଜୀବନରେ ଅନେକ କ୍ଷତି ଘଟି ସାରିଛି । ମନ୍ଦଦଶା ନିମନ୍ତେ ଆପଣ ମାଣିକ ରତ୍ନ ଧାରଣ କରିବା ପ୍ରୟୋଜନ ରହିଛି । ଆପଣ ଗୋଟିଏ କାର୍ଯ୍ୟ ଚିନ୍ତା କରିବା ପରେ ଆପଣଙ୍କୁ ଅନ୍ୟ ଏକ କାର୍ଯ୍ୟରେ ଫସି ଯିବାକୁ ହେଉଛି । ଯାହାଫଳରେ ମନ୍ଦ ଫଳର ଅଧିକ ସମ୍ଭାବନା ରହିଛି । ଆପଣ ବହୁତ ବିଦ୍ଵାନ, ଧାର୍ମିକ ଓ ନୀତିବାନ ପ୍ରବୃତ୍ତିର ଅଟନ୍ତି ।
ଏହି ସ୍ଵଭାବ ଯୋଗୁଁ ଆପଣଙ୍କ ସରଳତାର ଫାଇଦା ଉଠାଉଛନ୍ତି । କିନ୍ତୁ ଆପଣଙ୍କ ସତ୍ୟନିଷ୍ଠ ସ୍ଵଭାବ ଯୋଗୁଁ ଆପଣ ଏପରି କଷ୍ଟରୁ ନିବୃତ୍ତ ପାଇଛନ୍ତି । ଆଗକୁ ଆପଣଙ୍କ ଜୀବନରେ ଭଗବାନ ଗଣେଶଙ୍କ କୃପାରୁ ସମସ୍ତ କଷ୍ଟ ଦୂର ହେବ ଓ ଆପଣଙ୍କ ଜେବାନ ସୁଖମୟ ହେବ ।
ଯଦି ଆପଣ ଭଗବାନ ଗଜାନନଙ୍କ ନାମ ବାଛିଛନ୍ତି ତେବେ ଆପଣ ବହୁତ ମଧୁର ସ୍ଵଭାବର ଅଟନ୍ତି । ଏହି ନାମଟି ଭକ୍ତ ମାନଙ୍କର ବହୁତ ପ୍ରିୟ ହୋଇଥାଏ । ଆପଣ କେବେ ମଧ୍ୟ ଅନ୍ୟ ମନରେ କଷ୍ଟ ଦେବାକୁ ପସନ୍ଦ କରନ୍ତି ନାହିଁ । ଆପଣଙ୍କ ମନରେ ଭବିଷ୍ୟତକୁ ନେଇ ଏକ ବଡ ଯୋଜନା ଚାଲୁଅଛି ଏବଂ ତାହା ସଫଳମଧ୍ୟ ହେବ । କିନ୍ତୁ ଏ ବିଷୟରେ ଆପଣ କାହାକୁ କୁହନ୍ତୁ ନାହିଁ ଓ ବିତି ଯାଇଥିବା ଘଟଣା ସମ୍ପର୍କରେ ଚିନ୍ତା ମଧ୍ୟ କରନ୍ତୁ ନାହିଁ ।
ସମୟ ଆସିଲେ ଆପଣଙ୍କୁ ଖୁବ ଧନ ସମ୍ପତ୍ତି ପ୍ରାପ୍ତ ହେବ ଓ କୌଣସି ବିଷୟର ଅଭାବ ମଧ୍ୟ ରହିବ ନାହିଁ । ଆପଣ କର୍ମ କରି ଚାଲନ୍ତୁ । ଆପଣଙ୍କର ଅନେକ ଦିନରୁ ବାକି ପଡିଥିବା ମଙ୍ଗଳ କାର୍ଯ୍ୟ ନିଶ୍ଚୟ ସମାପ୍ତ ହେବ ।
ଯଦି ଆପଣ ଭଗବାନ ଗଣପତିଙ୍କ ନାମ ବାଛିଛନ୍ତି ତେବେ ଆପଣ ସାମାନ୍ଯ ଗମ୍ଭୀର ସ୍ଵଭାବର ବ୍ୟକ୍ତି ଅଟନ୍ତି ଓ ସହଜରେ କାହା କଥାରେ ଭାସି ଯାଆନ୍ତି ନାହିଁ । କୌଣସି ବି କ୍ଷେତ୍ରରେ ଆଗକୁ ବଢିବା ପୂର୍ବରୁ ଆପଣ ଖୁବ ଚିନ୍ତା ଏବଂ ବିଚାର କରନ୍ତି । ଏଥିପାଇଁ ବେଳେବେଳେ ଆପଣ ଜୀବନରେ ପଛରେ ରହିଯାନ୍ତି । କିନ୍ତୁ ଅନେକାଂଶରେ ଏହାର ସୁଫଳ ମଧ୍ୟ ଆପଣଙ୍କୁ ମିଳିଥାଏ । ଆପଣ ବିପଦପୂର୍ଣ୍ଣ କାର୍ଯ୍ୟ ହାତକୁ ନେବାକୁ ଭୟ କରିଥାନ୍ତି ଓ ସର୍ବଦା ସୁରକ୍ଷିତ ରହିବାକୁ ଇଚ୍ଛା କରନ୍ତି ।
କିନ୍ତୁ ଯେଉଁ କାର୍ଯ୍ୟରେ ମଧ୍ୟ ଆପଣ ହାତ ଦିଅନ୍ତି ସେ କାର୍ଯ୍ୟକୁ ସଫଳ ନ କରିବା ପର୍ଯ୍ୟନ୍ତ ଆପଣ ଛାଡନ୍ତି ନାହିଁ । ଆପଣଙ୍କର ଜିଦି ସ୍ଵଭାବ ଜୀବନରେ ଆପଣଙ୍କୁ ଉଚ୍ଚକୁ ନେଇଯାଏ । ଏବେ ଆଉ ଚିନ୍ତାଗ୍ରସ୍ତ ହୁଅନ୍ତୁ ନାହିଁ । କାରଣ ଆଗକୁ ଆପଣ ଭଲ ସମୟ ଭୋଗ କରିବାକୁ ଯାଉଛନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।