ଚିରାଫଟା ପୋଷାକ ପିନ୍ଧିଲେ କ’ଣ ହୋଇଥାଏ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…Anuchinta

ବନ୍ଧୁଗଣ ଜୀବନରେ ସୁଖ ଓ ଦୁଃଖ ତ ଲାଗି ରହିଥାଏ । ହେଲେ ଆମକୁ ସୁଖ ସମୟରେ ଅତି ଖୁସି ହୋଇଯିବା ଉଚିତ ନୁହେଁ କି ଦୁଃଖ ସମୟରେ ପୁରା ନିରାଶ ହୋଇ ବସି ରହିବା ମଧ୍ୟ ଉଚିତ ହୋଇନଥାଏ । ତେବେ ଏହି କଥା ସହ ଆଜି ଆମେ ଆପଣଙ୍କୁ କିଛି ମହତ୍ଵପୂର୍ଣ୍ଣ ଅନୁଚିନ୍ତା କହିବାକୁ ଯାଉଛୁ । ଯାହାକୁ ମାନିଲେ ଆପଣଙ୍କର ତଥା ଆପଣଙ୍କ ପରିବାରର ମଙ୍ଗଳ ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହକୁ ସୁଖ ଓ ସୌଭାଗ୍ୟର ଗ୍ରହ କୁହାଯାଏ ।

ତେଣୁ କେବେବି ଚିରା, ଫଟା କପଡା ପିନ୍ଧିବା ଉଚିତ ନୁହେଁ, କାରଣ ଶୁକ୍ର ଗ୍ରହ ଦୋଷ ଉତ୍ପନ ହୋଇଥାଏ । ଯଦି ଆପଣ ଫାଟି ଯାଇଥିବା କପଡା ପିନ୍ଧୁଥାନ୍ତି । ତେବେ ଆପଣଙ୍କ ସାଙ୍ଗ ସାଥିଙ୍କ ସହିତ ଝଗଡା କିମ୍ବା ମନ ମାଳିନ୍ୟ ଦେଖା ହେବାର ସମ୍ଭାବନା ଅଧିକ ଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ସୂତା କିମ୍ବା ରେଶମ କପଡା ପିନ୍ଧିଲେ ବହୁତ ଶୁଭ ହୋଇଥାଏ ଏବଂ ଏହା ଆପଣଙ୍କୁ ଜୀବନରେ ଉନ୍ନତି କରିବାରେ ବହୁତ ସାହାଜ୍ଯ କରିଥାଏ । ଯଦି ନୂଆ କପଡା ପିନ୍ଧିବା ସମୟରେ ହଠାତ ଦାଗ ଲାଗିଯାଏ । ତେବେ ଏହା କିଛି ଅଘଟଣ ଘଟିବାର ସଙ୍କେତ ଦେଇଥାଏ । ଶାସ୍ତ୍ର ଅନୁସାରେ ବିନା ସିଲାଇ ହୋଇଥିବା କପଡା ପିନ୍ଧିବା ଉଚିତ ଏହା ଅତ୍ୟନ୍ତ ଶୁଭ ଏବଂ ସକାରାତ୍ମକ ହୋଇଥାଏ ଯେପରି ଧୋତି ଶାଢୀ ଇତ୍ୟାଦି ।

ଗୁରୁବାର ଦିନ କେବେ କପଡା ଧୋଇବା ଉଚିତ ନୁହେଁ ଏହା କରିବା ଦ୍ଵାରା ଅଶୁଭ ଅମଙ୍ଗଳ ହୋଇଥାଏ । ଶାସ୍ତ୍ର ଅନୁସାରେ ରାତିରେ କେବେ କପଡା ଧୋଇବା ଉଚିତ ନୁହେଁ ଏହା ଅଶୁଭ ଏବଂ ଅମଙ୍ଗଳ ହୋଇଥାଏ । ରବିବାର ଦିନ ଲାଲ ରଙ୍ଗ, ହଳଦିଆ ରଙ୍ଗ, ଗୋଲାପି ରଙ୍ଗ ଓ ସୁନେଲି ରଙ୍ଗର ବସ୍ତ୍ର ପିନ୍ଧିଲେ ବହୁତ ଶୁଭ ହୋଇଥାଏ କିନ୍ତୁ ରବିବାର ଦିନ ନୂତନ ବସ୍ତ୍ର ପିନ୍ଧିବା ଉଚିତ ନୁହେଁ । ସୋମବାର ଦିନ ଧଳା ରଙ୍ଗ କିମ୍ବା ରୁପେଲି ରଙ୍ଗ ବସ୍ତ୍ର ପିନ୍ଧିଲେ ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ଏହି ଦିନ ଗାଢ ବସ୍ତ୍ର ପିନ୍ଧିବା ଉଚିତ ନୁହେଁ ।

ମଙ୍ଗଳ ବାର ଦିନ କମଳା ରଙ୍ଗର, ଲାଲ ରଙ୍ଗ, ଚକେଲେଟ ରଙ୍ଗ ଓ ମାଟିଆ ରଙ୍ଗର ବସ୍ତ୍ର ପିନ୍ଧିଲେ ବହୁତ ଶୁଭ ହୋଇଥାଏ । ବୁଧବାର ଦିନ ସବୁଜ ରଙ୍ଗ କିମ୍ବା ଧଳା ରଙ୍ଗ ବସ୍ତ୍ର ପିନ୍ଧିଲେ ବହୁତ ଶୁଭ ହୋଇଥାଏ ଏହା ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥାଏ । ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର କିମ୍ବା ସୁନେଲି କିମ୍ବା ନାରଙ୍ଗି ରଙ୍ଗର ବସ୍ତ୍ର ପିନ୍ଧିଲେ ବହୁତ ଶୁଭ ହୋଇଥାଏ ।

ଶୁକ୍ରବାର ଦିନ ଲାଲ, ଗୋଲାପି, ନାରଙ୍ଗି ଇତ୍ୟାଦି ରଙ୍ଗର ବସ୍ତ୍ର ପିନ୍ଧିଲେ ଶୁଭ ହୋଇଥାଏ । ଏଥିସହ ଏହିଦିନ ଭଲ ଭାବେ ସଫା ହୋଇଥିବା କିମ୍ବା ନୂତନ ବସ୍ତ୍ର ପିନ୍ଧିଲେ ମଙ୍ଗଲ ହୋଇଥାଏ । ବନ୍ଧୁଗଣ ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ