ଚୀନରୁ ଆସିଲା ପୁଣି ଏକ ନୂଆ ଭାଇରସ

କରୋନା ଭାଇରସ ପରେ ବର୍ତ୍ତମାନ ଚୀନରେ ଅନ୍ୟ ଏକ ଘାତକ ରୋଗ ବ୍ୟାପିବାର ଖବର ସାମ୍ନାକୁ ଆସୁଛି । ଏହି ରୋଗର ନାମ ବ୍ୟୁବୋନିକ ପ୍ଲେଗ ଅଟେ । ଉତ୍ତରୀ ଚୀନର ଏକ ସହରରୁ ବ୍ୟୁବୋନିକ ପ୍ଲେଗର ମାମଲା ସାମ୍ନାକୁ ଆସୁଛି । ଚୀନର ସରକାରୀ ନ୍ୟୁଜ ପୀପଲ୍ସ ଡେଲୀ ଅନଲାଇନର ଏକ ରିପୋର୍ଟ ଅନୁସାରେ ଆଂତରିକ ମଂଗୋଲିୟାଈ ସ୍ୱାୟତ୍ତ କ୍ଷେତ୍ର, ବୟନ୍ନୁର ସହରରେ ବ୍ୟୁବୋନିକ ପ୍ଲେଗକୁ ନେଇ ରବିବାର ଦିନ ଏକ ଚେତାବନୀ ଜାରି କରା ଯାଇଛି ।

ଯାହାର ଗୋଟିଏ ଦିନ ପରେ ଏକ ହସ୍ପିଟାଲରେ ଏହି ରୋଗରେ ପୀଡିତ ଜଣେ ବ୍ୟକ୍ତିକୁ ଆଡମିଟ କରା ଯାଇଛି । ରିପୋର୍ଟ ଅନୁସାରେ ବ୍ୟୁବୋନିକ ପ୍ଲେଗକୁ ନିୟନ୍ତ୍ରଣ କରିବା ପାଇଁ ତୃତୀୟ ଲେବୁଲର ଚେତାବନୀ ଜାରି କରା ଯାଇଛି । ଏହି ସବୁ ମଧ୍ୟରେ ବର୍ତ୍ତମାନ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସୁଛି କି କଣ ଅଟେ ଏହି ଭାଇରସ ଓ ଲୋକମାନଙ୍କ ମଧ୍ୟରେ ଏହା କେମିତି ବ୍ୟାପି ଥାଏ ।

କଣ ଅଟେ ବ୍ୟୁବୋନିକ ପ୍ଲେଗ

 

ମଧ୍ୟ ଯୁଗରେ ବ୍ଲାକ ଡେଥ ରୂପରେ ପରିଚିତ ଥିବା ବ୍ୟୁବୋନିକ ପ୍ଲେଗ ଏକ ଅତ୍ୟଧିକ ସଂକ୍ରାମକ ଓ ଘାତକ ରୋଗ ଅଟେ । ଯାହା ଅଧିକାଂଶ ମୂଷା ଜାତୀୟ ଜୀବମାନଙ୍କ ଠାରୁ ବ୍ୟାପି ଥାଏ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଏହି ରୋଗ ବ୍ୟାକ୍ଟେରିୟା ୟର୍ସିନିୟା ପେସ୍ଟିସ କାରଣରୁ ହୋଇଥାଏ । ଯାହା ସାଧାରଣ ଛୋଟ ସ୍ତନଧାରିୟ ଓ ତାଙ୍କର ଟିସୂରେ ମିଳୁଥିବା ଏକ ଜେନେଟିକ ଜୀବାଣୁ ଅଟେ ।

ଯେଉଁଥିରେ ରୋଗର ଲକ୍ଷଣ ଏକ ରୁ ସାତ ଦିନ ମଧ୍ୟରେ ଦେଖା ଯାଇ ଥାଏ । ଏହି ରୋଗ ସାଧାରଣତଃ ମୂଷା, ଚୁଚୁନ୍ଦ୍ରା, ଠେକୁଆ ଓ ଗୁଣ୍ଡୁଚି ମୂଷା ଭଳି ସଂକ୍ରମିତ ଜୀବମାନଙ୍କ ଠାରୁ ବ୍ୟାପିଥାଏ କିମ୍ବା ଭୋଜନ କରିବା ଦ୍ଵାରା ବି ହୋଇଥାଏ ।

ରୋଗ କଣ ଅଟେ ?

ପ୍ଲେଗର ଦୁଇଟି ମୁଖ୍ୟ ରୂପ ଅଛି – ବ୍ୟୁବାନିକ ଓ ନ୍ୟୁମୋନିକ (ଯେତେବେଳେ ପ୍ଲେଗ ଫୁସଫୁସରେ ବହୁତ ଜଲ୍ଦି ବ୍ୟାପି ଥାଏ) । ଏହା ବର୍ତ୍ତମାନ ଏକ ଦୁର୍ଲଭ ରୋଗ ଅଟେ । ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ ଦୁନିଆରେ ୩୨୪୮ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ୫୮୪ ମୃତ୍ୟୁ ସାମିଲ ଅଛି । ଏହାର ବର୍ତ୍ତମାନ ପ୍ରାୟତଃ ମାମଲା ଲୋକତାନ୍ତ୍ରିକ ଗଣରାଜ୍ୟ କାଂଗୋ, ମେଡାଗାସ୍କର ଓ ପେରୂରେ ଅଛି ।

କହିବାକୁ ଗଲେ ବର୍ତ୍ତମାନ ଏହି କଥାକୁ ନେଇ ସ୍ଥିତି ସ୍ପଷ୍ଟ ହୋଇ ନାହିଁ କି ଏହି ବ୍ୟୁବୋନିକ ପ୍ଲେଗ ଲୋକମାନଙ୍କ ମଧ୍ୟରେ କେମିତି ବ୍ୟାପୁଛି । ଏହାକୁ ନେଇ ସ୍ଥିତି ବର୍ତ୍ତମାନ ଅସ୍ପଷ୍ଟ ଅଛି । ସତର୍କତା ପାଇଁ ଲୋକମାନଙ୍କୁ କୌଣସି ବଡ କିମ୍ବା ମୃତକ ବଡ ଗୁଣ୍ଡୁଚିମୂଷା ସାମ୍ନାକୁ ଆସିଲେ ତୁରନ୍ତ ସୂଚନା ଦେବା ପାଇଁ କୁହାଯାଇଛି । ଚୀନରେ ଲୋକମାନଙ୍କୁ ଏହି ପଶୁର ଶିକାର ଓ ଏହାର ସେବନ କରିବା ପାଇଁ ମନା କରା ଯାଇଛି ।

ପାଞ୍ଚ ଦିନ ପୂର୍ବେ ଚୀନର ସମାଚାର ଏଜେନ୍ସି ଶିନ୍ହୁଆ ପଶ୍ଚିମୀ ମଂଗୋଲିୟାରେ ଖୋଦ ପ୍ରାନ୍ତରେ ବ୍ୟୁବୋନିକ ପ୍ଲେଗର ଦୁଇଟି ମାମଲାର ସୂଚନା ଦେଇ ଥିଲେ । ସମାଚାର ଏଜେଂସୀ ପୀଟୀଆଈ ସ୍ଥାନୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଲେଖିଛି କି ବର୍ତମାନ ଏହି ସହରରେ ମାନବ ପ୍ଲେଗ ମହାମାରୀ ବ୍ୟାପିବର ଭୟ ଅଛି । ସମସ୍ତଙ୍କୁ ଆତ୍ମ ସୁରକ୍ଷା ଜାଗୃତ ଓ ଅସାମାନ୍ୟ ସ୍ୱାସ୍ଥ୍ୟ ସ୍ଥିତିର ତୁରନ୍ତ ରିପୋର୍ଟ ଦେବା ପାଇଁ କୁହା ଯାଇଛି ।

ଏହାର ଲକ୍ଷଣ କଣ ଅଟେ

Who ଅନୁସାରେ ବ୍ୟୁବୋନିକ ପ୍ଲେଗର ଲକ୍ଷଣ ଅଚାନକ ଜର ଆସିବା, ଥଣ୍ଡା ଲାଗିବା, ମୁଣ୍ଡ ଓ ଶରୀରରେ ବ୍ୟଥା ଓ କମଜୋରି । ବାନ୍ତି ଭଳି ଲକ୍ଷଣ ସାମିଲ ଅଛି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।