ଚିକେନ ପକୋଡା ଖାଇବାରୁ ବୋହୂ କୁ ମାରି ଦେଲେ ଶାଶୂଘର ଲୋକେ…

ନମସ୍କାର ବନ୍ଧୁଗଣ । ଆଜିର ଦୁନିଆରେ ବଧୁ ହତ୍ୟା କୁ ନେଇ ଅନେକ ଘଟଣା ପ୍ରତି ଦିନ ସାମ୍ନା କୁ ଆସୁଛି । ତେବେ ବଧୁ ହତ୍ୟା କୁ ନେଇ ଝିଅର ବାପଘର ଲୋକେ ସଙ୍ଗିନ ଅଭିଯୋଗ ମଧ୍ୟ ଆନୁଛନ୍ତି । ତଥାପି ଶାଶୁଘର ଲୋକେ ବୋହୁ କୁ ନିର୍ଯ୍ୟାତନା ଦେବାରେ ପଛାଉ ନାହାନ୍ତି । ତେବେ ବର୍ତ୍ତମାନ ଏଭଳି ଏକଳ ଘଟଣା ସାମନା କୁ ଆସିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହଁ ବନ୍ଧୁଗଣ ପୁଣି ଆସିଛି ବଧୁ ହତ୍ୟା ଅଭିଯୋଗ ।

ଗତ କାଲି ଥିଲା ଶ୍ରାବଣ ପୂର୍ଣ୍ଣିମା । ଆଉ ଶ୍ରାବଣ ପୂର୍ଣ୍ଣିମାରେ ଆମିଷ ଖାଇବା ଯୋଗୁ ଶାଶୁଘର ଲୋକେ ବୋହୂ କୁ ପିଟି ପିଟି ହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି ମୃତ ଇତିଶ୍ରୀ ଙ୍କ ବାପା-ମା । ଇତିଶ୍ରୀ ଙ୍କ ଶରୀରରେ ମାଡ ଦାଗ ଥିବାର ସ୍ପଷ୍ଟ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସହଦେବକୁଟ ଥାନା ନିକଟରେ ଇତିଶ୍ରୀ ଙ୍କ ଶାଶୁଘର ଲୋକେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ସଙ୍ଗିନ ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ।

ଯାହାକୁ ନେଇ ଥାନାରେ ଏତାଲା ବି ରୁଜୁ କରା ଯାଇଛି । ସୂଚନା ଅନୁଯାୟୀ ଇତିଶ୍ରୀ ଙ୍କ ବାହାଘର ମାତ୍ର 3 ବର୍ଷ ହୋଇଥିଲା । ଶାଶୁଘର ଲୋକେ ଅଧିକ ଯୌତୁକ ମାଗୁଥିଲେ । ଶାରୀରିକ ଓ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ ଇତିଶ୍ରୀ ଙ୍କୁ ଯୌତୁକ ପାଇଁ । ରାକ୍ଷୀ ପୂର୍ଣ୍ଣିମା ରେ ବାଲେଶ୍ବର ଆଜିମାବାଦ ରେ ଥିବା ବାପ ଘରକୁ ଆସିଥିଲେ ଇତିଶ୍ରୀ ।

ଶାଶୁଘର କୁ ଯିବା ପରେ ବୋହୂ ର ମୃତ୍ୟୁ ହେବା ବିଷୟରେ ବାପା ଘରକୁ ଖବର ଦେଇଥିଲେ ଇତିଶ୍ରୀ ଙ୍କ ଶାଶୁଘର ଲୋକେ । ବାପ ଘର ଲୋକେ ସେଠାରୁ ପହଞ୍ଚି ଦେଖିଲା ବେଳକୁ ଶୋଇବା ଘରେ ଝିଅର ମୃତ ଦେହ ପଡିଛି । ଦେହରେ ବିଭିନ୍ନ ସ୍ଥାନ ରେ ଦାଗ ଦେଖି ଝିଅ କୁ ପିଟି ପିଟି ହତ୍ୟା କରା ଯାଇଛି ବୋଲି ବାପା ଘର ଲୋକେ ଥାନାରେ ଏତାଲା ଦେଇଛନ୍ତି ।

ଅନ୍ୟ ପଟେ ଏହି ଅଭିଯୋଗ କୁ ମିଥ୍ୟା ଓ ବୋହୂ ନିଏ ଆତ୍ମହତ୍ୟା କରିଛି ବୋଲି ଶାଶୁଘର ଲୋକେ କହିଛନ୍ତି । ପୋଲିସ ସବ ବ୍ୟବଛେଦ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଶବ ପଠାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ସେ ସମ୍ପର୍କ ରେ ସଠିକ ତଦନ୍ତ ପରେ ଜଣା ପଡିବ । ତେବେ ଏ ନେଇ ଇତିଶ୍ରୀ ଙ୍କ ମା ତାଙ୍କ ଝିଅ କୁ ନ୍ୟାୟ ମିଳିବା ପାଇଁ ଦାବି କରିଛନ୍ତି ଓ ଶାଶୁଘର ଲୋକଙ୍କୁ କଠୋର ରୁ କଠୋର ଦଣ୍ଡ ଦେବାକୁ କହିଛନ୍ତି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।