ଶେଷ ହୋଇଛି ତପସ୍ଵିନୀଙ୍କ ଗେଷ୍ଟହାଉସ ରହଣି । ସେଠାରୁ ତାଙ୍କୁ ନେଇଯିବାକୁ ଆସିଥିଲେ ତାଙ୍କ ବାପା, ମା, ଭାଇ ଆଉ ପ୍ରମିଳା ମା । ତପସ୍ଵିନୀଙ୍କ ନୂଆ ଠିକଣା ଏବେ କ’ଣ ହେବ ବୋଲି ସମସ୍ତେ ଭାବୁଥିବା ବେଳେ ଗେଷ୍ଟହାଉସରୁ ବିଦାୟ ନେବା ପରେ ତପସ୍ଵିନୀ ପ୍ରଥମେ ଯାଇ ପହଞ୍ଚିଥିଲେ କୋର୍ଟରେ । ତେବେ ସେଠାକୁ କାହିଁକି ଆସିଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିଥିଲେ । ଏହି ସମୟରେ ତପସ୍ଵିନୀଙ୍କ ସାଥିରେ ଠିଆ ହୋଇଥିଲେ ପ୍ରମିଳା ମା । ଏହିଭଳି ପ୍ରଶ୍ନ ଶୁଣି ସେ ଚିହିଁଙ୍କି ଉଠିଥିଲେ ।
ପ୍ରମିଳା ମା କହିଥିଲେ କି, ଗେଷ୍ଟହାଉସରୁ ତପସ୍ଵିନୀଙ୍କୁ କାଢି ଦିଆଗଲା । ଏବେ ସେ କୋର୍ଟ ଆସିବେନି ତ ଆଉ କେଉଁଠାକୁ ଯିବେ ? କୋର୍ଟରେ ନ୍ୟାୟ ପାଇ ତପସ୍ଵିନୀ ସେଠାରୁ ତାଙ୍କ ଶ୍ଵଶୁର ଘରକୁ ନିଶ୍ଚୟ ଯିବେ ବୋଲି ପ୍ରମିଳା ମା କହିଥିଲେ । ସେହିପରି ତପସ୍ଵିନୀ ମଧ୍ୟ କହିଛନ୍ତି କି, ନ୍ୟାୟାଳୟ ଉପରେ ତାଙ୍କର ସଂପୂର୍ଣ୍ଣ ଭରସା ଅଛି । ସେ ଯେଉଁ ଲଢେଇ ଜାରି ରଖିଛନ୍ତି ତା’ର ପ୍ରତିଫଳ ସେ ନ୍ୟାୟାଳୟ ଠାରୁ ନିଶ୍ଚୟ ପାଇବେ ବୋଲି ତାଙ୍କର ବିଶ୍ବାସ ।
ତେବେ ନ୍ୟାୟାଳୟ ତପସ୍ଵିନୀଙ୍କ ପାଇଁ କ’ଣ ରାୟ ଶୁଣାଉଛନ୍ତି ତାହା ତ ସମୟ କହିବ । ଗତକାଲି କୋର୍ଟରେ ତପସ୍ଵିନୀଙ୍କ ପିଟିସନର ଶୁଣାଣି ଥିବା ବେଳେ ସୁମିତ ପୂର୍ବ ଦିନରୁ ହିଁ ସ୍ୱାସ୍ଥ୍ୟ ଭଲ ନଥିବା ଜଣାଇ ଦେଇଥିଲେ । ଏପର୍ଯ୍ୟନ୍ତ ଅନେକ ସଂଘର୍ଷ କଲେଣି ତପସ୍ଵିନୀ । ସୁମିତ ତାଙ୍କୁ ଛାଡପତ୍ର ଦେବାକୁ ଚାହୁଁଥିଲେ ବି ତପସ୍ଵିନୀ ଏକା ଜିଦ୍ ଧରିଛନ୍ତି କି ସେ ସୁମିତଙ୍କ ସହ ହିଁ ରହିବେ । ଦିନେ ସେମାନେ ପରସ୍ପରକୁ ଭଲ ପାଇଥିଲେ । ଆଉ ସେହି ଭଲପାଇବା ହିଁ ତାଙ୍କୁ ରେଜିଷ୍ଟ୍ରି ବିବାହ ଆଡକୁ କଢାଇ ନେଇଥିଲା ।
କିନ୍ତୁ ସୁମିତଙ୍କ ପରିବାର ଆଦରି ପାରି ନଥିଲେ ତପସ୍ଵିନୀଙ୍କୁ । ଯାହାର ପରିଣାମ ଆଜି ସମସ୍ତଙ୍କ ସାମନାରେ । କୋର୍ଟ ସୁମିତ ଓ ତପସ୍ଵିନୀଙ୍କୁ ଏକାଠି ରହିବାକୁ ନିଷ୍ପତ୍ତି ଶୁଣାଇବା ପରେ ଅନେକ ଶୁଭେଚ୍ଛୁ ଖୁସି ହୋଇ ଯାଇଥିଲେ । ଆଉ ତପସ୍ଵିନୀଙ୍କ ତପସ୍ୟା ସଫଳ ହୋଇଛି ବୋଲି ମଧ୍ୟ ଅନେକ ଲୋକ କହୁଥିଲେ । କିନ୍ତୁ ସମସ୍ତଙ୍କ ଆଶା ଭାଙ୍ଗି ଦେଇ ସୁମିତ ତପସ୍ଵିନୀଙ୍କୁ ଛାଡି ଫେରାର ଅଛନ୍ତି ।
ଆଉ ସୁମିତ କେଉଁଠି ଅଛନ୍ତି ତାହା ମଧ୍ୟ କେହି ଜାଣି ନାହାନ୍ତି । ତେବେ ଦେଖାଯାଉ ସୁମିତ କେତେ ଦିନ ଯାଏଁ ଲୁଚି ରହୁଛନ୍ତି ଆଉ ତପସ୍ଵିନୀଙ୍କ ଭାଗ୍ୟରେ ବିଜୟ ଲେଖାହୋଇଛି ନା ପରାଜୟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।