ସରକାରୀ ଚାକିରିରେ କିଏ ଦୀର୍ଘ ଦିନ ଧରି ଛୁଟି ନପାଇ ବିକଳ ହେଉଛି ତ ଆଉ କିଏ ଲମ୍ବା ଛୁଟି ମିଳିଲେ ବି ନିଜ ଦାୟିତ୍ଵ ଠିକ ଭାବେ ତୁଲାଇ ପାରୁନି । ଭାରତୀୟ ସେନାର ପୋଲିସ ବାହିନୀ, ବର୍ଡର ସିକ୍ଯୁରିଟି ଫୋର୍ସ ଭାଇମାନଙ୍କୁ ସହଜରେ ଛୁଟି ମିଳେ ନାହିଁ । ତେଣୁ ସେମାନେ କମ୍ ଛୁଟିରେ ବି ବର୍ଷ ସାରା ନିଜ ଦାୟିତ୍ଵକୁ ସୂଚାରୁ ରୂପେ ତୁଲାଇଥାନ୍ତି । ହେଲେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଖରାଛୁଟି, ଶୀତଛୁଟି ସହ ଅନେକ ପର୍ବପର୍ବାଣି ଛୁଟି ମଧ୍ୟ ମିଳିଥାଏ ।

ତଥାପି ଅନେକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏତେ ସାରା ଛୁଟି ବି କମ୍ ପଡୁଛି । ଶୀତଛୁଟି ଡିସେମ୍ବର ମାସ 21 ତାରିଖରୁ ଆରମ୍ଭ ହୋଇ ଜନଉୟାରି 1 ତାରିଖ ପର୍ଯ୍ୟନ୍ତ ହୋଇଥିଲା । ହେଲେ 2 ତାରିଖ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ କେହି ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟକୁ ଆସି ନାହାନ୍ତି । ଏହା ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଲିଲିଗୁଡା ର ଦୃଶ୍ୟ । ଦିନ 11ଟା ବାଜି ସାରିଥିଲେ ବି ଶିକ୍ଷକ ବିଦ୍ୟାଳୟକୁ ଆସିନାହାନ୍ତି ।
ଦୁଇଜଣ ଶିକ୍ଷୟତ୍ରୀ ଆସି ବିଦ୍ୟାଳୟ ବାହାରେ ଅପେକ୍ଷା କରିଛନ୍ତି । ଶେଷରେ ଛାତ୍ର ଛାତ୍ରୀମାନେ ସାର, ଦିଦିଙ୍କୁ ଅପେକ୍ଷା କରି ଘରକୁ ଫେରିଗଲେ । ସେହିପରି ଅଡବା ର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଦୃଶ୍ୟ ଠିକ ସେମିତି । ବିଦ୍ୟାଳୟରେ ପାଠ ପଢାଇବା ପାଇଁ ତିନିଜଣ ଶିକ୍ଷକ ସାଙ୍ଗକୁ ଜଣେ ଶିକ୍ଷୟତ୍ରୀ ଅଛନ୍ତି ।

ହେଲେ ଦିନ 12ଟା ବାଜିଥିଲେ ବି ଶିକ୍ଷୟତ୍ରୀ ବିଦ୍ୟାଳୟରେ ପହଞ୍ଚି ନାହାନ୍ତି । ଡୁମିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଠିକ ସେମିତି ଶିକ୍ଷୟତ୍ରୀ ଆସିଥିଲେ ବି ପ୍ରଧାନ ଶିକ୍ଷକ ଆସି ନାହାନ୍ତି । ଅନ୍ୟପଟେ ସାମ୍ବାଦିକଙ୍କୁ ବିଦ୍ୟାଳୟ ମନା ବୋଲି ଶିକ୍ଷୟତ୍ରୀ ଜଣକ କହୁଛନ୍ତି । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗୁଲୁବାରେ ଠିକ ସେମିତି ଦିନ 12ଟା ପର୍ଯ୍ୟନ୍ତ ବଡ ତାଲା ପଡିକି ରହିଛି । ଘୁମପଡା ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ବି ସେମିତି ।
ତେବେ ଏନେଇ ଲୋକଲୋଚନକୁ ଖବର ଆଣିବା ପରେ ଏହିସବୁ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଶିକ୍ଷା ପ୍ରଶାସନ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।