ଛାତ୍ରୀଙ୍କ ପ୍ରେମରେ ପଡି ଲିଙ୍ଗ ପରିବର୍ତ୍ତନ କଲେ ଶିକ୍ଷୟତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ, ଥରେ ନଜର ପକାନ୍ତୁ…

ଛାତ୍ରୀଙ୍କ ପ୍ରେମରେ ପଡି ବିବାହ ପାଇଁ ଲିଙ୍ଗ ପରିବର୍ତ୍ତନ କରି ଏବେ ଚର୍ଚ୍ଚାରେ ଏହି ଶିକ୍ଷୟତ୍ରୀ । ଯେଉଁଥି ପାଇଁ ଚାରିଥର ଅସ୍ତ୍ରୋପଚାର କଲେ । ଯାହାକୁ ଭଲ ପାଇଛନ୍ତି ତା’ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି ଏହି ଶିକ୍ଷୟତ୍ରୀ । ରାଜସ୍ଥାନରେ ଦେଖିବାକୁ ମିଳିଛି ଏଭଳି କିଛି ଅଜବ ଘଟଣା । ଶିକ୍ଷୟତ୍ରୀଙ୍କ ପ୍ରେମ ପ୍ରସଙ୍ଗକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ରାଜସ୍ଥାନ ଭରତପୁରର ଜଣେ ଶିକ୍ଷୟତ୍ରୀ ଛାତ୍ରୀଙ୍କ ପ୍ରେମରେ ପଡି ନିଜ ଲିଙ୍ଗ ପରିବର୍ତ୍ତନ କରିବାକୁ ପଛାଇ ନାହାନ୍ତି ।

ଲିଙ୍ଗ ପରିବର୍ତ୍ତନ କରିବା ପରେ ଛାତ୍ରୀଙ୍କୁ ବିବାହ ମଧ୍ୟ କରିଛନ୍ତି ଶିକ୍ଷୟତ୍ରୀ । ଭରତପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଉଥିବା ଶିକ୍ଷୟତ୍ରୀ ମୀରା ସେଠାକାର ଛାତ୍ରୀ କଳ୍ପନାଙ୍କୁ ପସନ୍ଦ କରୁଥିଲେ । କଳ୍ପନା ଜଣେ ଜାତୀୟ ସ୍ତରୀୟ କବାଡି ଖେଳାଳି । ମୀରା ବାରମ୍ବାର କଳ୍ପନାଙ୍କ ସହ ସାକ୍ଷାତ କରୁଥିଲେ । ଦୁହେଁ ପ୍ରଥମେ ଭଲ ବନ୍ଧୁ ହେବା ପରେ ପ୍ରେମରେ ପଡିଥିଲେ । ସମ୍ପର୍କ ଆଗକୁ ନେବା ପାଇଁ ଦୁହେଁ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ ।

କିନ୍ତୁ ଉଭୟ ମହିଳା ହୋଇଥିବାରୁ ସେମାନଙ୍କର ସମ୍ପର୍କୀୟ ମାନେ ବିରୋଧ କରିଥିଲେ । ଉଭୟ ବିବାହ ପାଇଁ ଜିଦ୍ ଧରିବା ପରେ ମୀରା 2019 ରେ ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ । ଚାରିଥର ଅସ୍ତ୍ରୋପଚାର ପରେ ପୁରୁଷରୁ ମହିଳା ହୋଇଥିଲେ ମୀରା । ଯାହାପରେ ତାଙ୍କ ନାମ ହୋଇଥିଲା ଆରବ । ମୀରାଙ୍କର ଚାରିଜଣ ବଡ ଭଉଣୀ ମଧ୍ୟ ଅଛନ୍ତି । ମୀରା ଲିଙ୍ଗ ପରିବର୍ତ୍ତନ କରି ବିବାହ କରିବା ପରେ ଉଭୟଙ୍କ ସମ୍ପର୍କୀୟ ମଧ୍ୟ ଖୁସି ଅଛନ୍ତି ।

ଆରବ କହିଥିଲେ ଯେ, ସେ ସରକାରୀ କୋଟାରୁ ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷକ ହୋଇସାରିଛି । କଳ୍ପନା ପାଠପଢାରେ ବେଶ ଭଲ ଥିଲେ ଓ ଭଲ ଖେଳୁଥିଲେ ମଧ୍ୟ । କଳ୍ପନାଙ୍କ ପ୍ରେମରେ ପଡିବା ପରେ ତାଙ୍କୁ ବିବାହ କରିବା ପାଇଁ ମୁଁ ମୋ ଲିଙ୍ଗ ପରିବର୍ତ୍ତନ କରିଛି ବୋଲି କହିଛନ୍ତି ମୀରା ଓରଫ ଆରବ । ବର୍ତ୍ତମାନ ଆରବ ଚାକିରି ପାଇଁ ସରକାରୀ କାଗଜପତ୍ରରେ ନାମ ଏବଂ ଲିଙ୍ଗ ପରିବର୍ତ୍ତନ ପାଇଁ ଚେଷ୍ଟା କରୁଛନ୍ତି । ମହିଳା କୋଟାରେ ସେ ଚାକିରି ପଡ଼ିଥିବା କାରଣରୁ ବର୍ତ୍ତମାନ ସେଠାରେ ଚାକିରି ବଜାୟ ରଖିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ ।

ଏଭଳି ସ୍ଥିତିରେ ସେ ନିଜ କାଗଜପତ୍ର ପ୍ରସ୍ତୁତ ରଖିବା ସହ ସରକାରୀ ଅଧିକାରୀ ମାନଙ୍କୁ ଭେଟୁଛନ୍ତି । ଆରବଙ୍କ ବାପା ଏନେଇ କହିଛନ୍ତି ଯେ, ତାଙ୍କର 5ଟି ଝିଅ ଥିଲେ । ମୀରାଙ୍କ କାର୍ଯ୍ୟ ପିଲାଟି ଦିନରୁ ପୁଅଙ୍କ ଭଳି ଥିଲା । ମୀରା ଲିଙ୍ଗ ପରିବର୍ତ୍ତନ କରି ପୁଅ ହେବା ପରେ ତାଙ୍କ ପରିବାର ଏଥିରେ ବେଶ ଖୁସି ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।