ଛାତ ଉପରେ ଲୁଗା ଶୁଖାଇବା ନବ ବିବାହିତାଙ୍କ ପାଇଁ ସାଜିଲା କାଳ, ପୁରା ଘଟଣା ଜାଣିଲେ ଆପଣ ବି ଛାତରେ ଲୁଗା ଶୁଖାଇବାକୁ ଯିବା ପୂର୍ବରୁ ଚିନ୍ତା କରିବେ

ବିବାହକୁ ମାତ୍ର ତିନିବର୍ଷ ପୁରିଥିଲା । କିନ୍ତୁ ସାତଜନ୍ମର ସାଥି ହେବା ପାଇଁ କଥା ଦେଇଥିବା ସ୍ତ୍ରୀ ଅଧାବାଟରେ ହାତ ଛାଡି ଚାଲିଗଲେ । ଛାତ ଉପରକୁ ଲୁଗା ଶୁଖାଇବାକୁ ଯିବା ତାଙ୍କ ପାଇଁ କାଳ ହେଲା । ବିଦ୍ୟୁତ ଆଘାତରେ ଯବାନଙ୍କ ସ୍ତ୍ରୀର ଜୀବନ ଚାଲିଗଲା । ତାଙ୍କର ହସଖୁସିର ଜୀବନରେ ସତେ ଯେମିତି କାହାର ନଜର ଲାଗିଗଲା । ହଠାତ ତାଙ୍କ ଜୀବନରେ କଳା ବାଦଲ ଘୋଟି ଆସିଲା, ଆଉ କିଛି ମୂହୁର୍ତ୍ତ ମଧ୍ୟରେ ସବୁକିଛି ଶେଷ ହୋଇଗଲା ।

ଏକାଠି ମରିବା ଓ ଏକାଠି ବଞ୍ଚିବା ପାଇଁ ସ୍ଵାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କୁ କଥା ଦେଇଥିଲେ । ହେଲେ ସ୍ତ୍ରୀ ଠକି ଦେଇ ଆରପାରିକୁ ଚାଲି ଯାଇଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୂଷଣ ଗ୍ରାମରୁ ଏପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଭୂଶଳ ଗାଁର ଯବାନ ପୁଅ ମନୋଜ ବାରିକ ନିଜର ଦୁଃସାହସିକତା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ ।

ତିନି ବର୍ଷତଳେ ମନୋଜ ବୈଦିକ ରୀତିନୀତିରେ ତାଳଚେରର ଝିଅ ସ୍ମୃତିରେଖାଙ୍କୁ ବିବାହ କରିଥିଲେ । ବିବାହର କିଛିଦିନ ବିତିବା ପରେ ମନୋଜ ଓ ତାଙ୍କ ପରିବାର ଲୋକେ ନିଷ୍ପତ୍ତି ନେଲେ ଯେ ସ୍ମୃତିରେଖା ସ୍ଵାମୀଙ୍କ ସହ ଯାଇ ଜାମ୍ମୁରେ ରହିବେ । ଯାହା ପରେ ସ୍ଵାମୀ ସ୍ତ୍ରୀ ଦୁହେଁ ଏକାଠି ଜାମ୍ମୁରେ ରହିଲେ । ପ୍ରତିଦିନ ଭଳି ସେଦିନ ମଧ୍ୟ ଯବାନ ସ୍ଵାମୀ ମନୋଜ ଡ୍ଯୁଟିକୁ ବାହାରୁଥିବା ବେଳେ ସ୍ମୃତିରେଖା ଛତ ଉପରକୁ ଲୁଗା ଶୁଖାଇବାକୁ ଯାଇଥିଲେ ।

ହେଲେ କିଏ ଜାଣିଥିଲା କି ଛାତ ଉପରକୁ ଯିବା ତାଙ୍କ ପାଇଁ କାଳ ସାଜିବ । ଛାତ ଉପରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ଆଘାତରେ ତଳେ ପଡି ଯାଇଥିଲେ ସ୍ମୃତିରେଖା । ସ୍ଵାମୀ ଡ୍ଯୁଟିରୁ ଫେରି ଦେଖନ୍ତି ତ ସ୍ତ୍ରୀ ବିଦ୍ୟୁତ ଆଘାତ ପାଇ ତଳେ ପଡିଛନ୍ତି । ଏହା ଦେଖି ମନୋଜଙ୍କ ମୁଣ୍ଡ କାମ କରି ନଥିଲା । ସେ ତୁରନ୍ତ ସାଥି ଯବାନଙ୍କ ସହ ସ୍ତ୍ରୀଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଶବ ବ୍ୟବଚ୍ଛେଦ ପରେ ସ୍ମୃତିରେଖାଙ୍କ ମରଶରୀର ଶାଶୁଘରକୁ ଫେରିଥିଲା । ଆଉ ତାଙ୍କୁ ଦେଖିବା ପାଇଁ ଗାଁଲୋକେ ଭିଡ ଜମାଇଥିଲେ । ସ୍ମୃତିରେଖାଙ୍କର ଏଭଳି ଅକାଳ ମୃତ୍ୟୁକୁ ନେଇ ଭୂଷଣ ଗାଁରେ ଶୋକର ଛାୟା ଖେଳିଯାଇଛି । ମଣିଷ ଜୀବନ ସତରେ ପାଣି ଫୋଟକା ପରି । କିଏ କେଉଁ ମୂହୁର୍ତ୍ତରେ ଓ କେମିତି ଚାଲିଯିବା କେହି କହିପାରିବା ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।