ଭୋଜପୁରୀର ମାଧୁରୀ ଦୀକ୍ଷିତ କୁହାଯାଉ ଥିବା ଅଭିନେତ୍ରୀ ରାନୀ ଚାଟାର୍ଜି ଆଜି ସିନେମା ଜଗତରୁ ଦୂରେଇ ଯାଇଛନ୍ତି । କିନ୍ତୁ ତାଙ୍କର ଲୋକପ୍ରିୟତା କାହା ଠାରୁ କମ ନାହିଁ । ସାରା ଦୁନିଆରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି । ସେ ୱେବ ସିରିଜ ‘ମସ୍ତରାମ’ ରେ ବହୁତ ବୋଲ୍ଡ ଭୂମିକା କରିଥିଲେ । ଆଗକୁ ମଧ୍ୟ ସେ ଏମିତି ଅଭିନୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ରାନୀ ଚାଟାର୍ଜି ଏକ ମୁସଲମାନ ପରିବାରର ଅଟନ୍ତି । ତାଙ୍କର ମୁସଲମାନ ନାମରୁ ହିନ୍ଦୁରେ ପରିଣତ ହେବା ପଛରେ ଏକ ମଜାଦାର କାହାଣୀ ଅଛି ।
ଅଭିନେତ୍ରୀ ରାନୀ ଚାଟାର୍ଜି ଭୋଜପୁରୀ ସିନେମା ପ୍ରଶଂସକଙ୍କ ହୃଦୟରେ ନିଜ ଜାଗା ତିଆରି କରି ସାରିଛନ୍ତି । ବର୍ତ୍ତମାନ ୱେବ ସିରିଜ ରେ ତାଙ୍କର ଲୋକପ୍ରିୟତା ଆହୁରି ବଢି ଯାଇଛି । ରାନୀ ଚାଟାର୍ଜିଙ୍କ ପ୍ରକୃତ ନାମ ସବିହା ଅଟେ । ରାନୀ କହିଛନ୍ତି କି ସେ ୧୪ବର୍ଷରେ ଭୋଜପୁରୀ ଫିଲ୍ମରେ କାମ ଆରମ୍ଭ କରିଥିଲେ । ୨୦୦୪ ମସିହାରେ ଯେତବେଳେ ସେ ‘ସସୁରା ବଡା ପେଇସାବାଲା’ ଫିଲ୍ମର ଶୁଟିଙ୍ଗ କରୁଥିଲେ ସେହି ସମୟରେ ଏକ ଏପରି ଘଟଣା ଘଟିଲା ତାଙ୍କ ନାମ ବଦଳି ଗଲା । ରାନୀ କହିଛନ୍ତି କି ସେ ଫିଲ୍ମ ଶୁଟିଙ୍ଗ ପାଇଁ ବାହାରକୁ ଯାଇଥିଲେ । ସେଠାରେ ତାଙ୍କୁ ମନ୍ଦିରରେ ମୁଣ୍ଡ ଫଟାଇବାର ସିନ କରିବାକୁ ଥିଲା । ଡାଇରେକ୍ଟରଙ୍କୁ ଲାଗିଲା କି ତାଙ୍କ ନାମ ପାଇଁ ଅସୁବିଧା ହୋଇ ପାରେ ।
ଶୁଟିଙ୍ଗ ସମୟରେ ସେଠାରେ ଥିବା ଲୋକମାନେ ଏବଂ ମିଡିଆ ଯେତବେଳେ ଅଭିନେତ୍ରୀଙ୍କ ନାମ ପଚାରିଥିଲେ ଡାଇରେକ୍ଟର କହିଥିଲେ ରାନୀ । ଫିଲ୍ମର ସେହି ସିନ ଶୁଟିଙ୍ଗ ହୋଇଥିଲା । ରାନୀ କହିଛନ୍ତି କି ଯେତବେଳେ ତାଙ୍କର ଟାଇଟେଲ ପଚାରିଥିଲେ ସେତବେଳେ ଡାଇରେକ୍ଟର କିଛି ଭାବି ପାରିଲେ ନାହିଁ । ସେହି ସମୟରେ ରାନୀ ମୁଖାର୍ଜୀ ବହୁତ ଲୋକପ୍ରିୟ ଥିଲେ ସେଥିପାଇଁ ତାଙ୍କ ନାମକୁ ରାନୀ ଚାଟାର୍ଜି ବୋଲି କହି ଦେଇଥିଲେ । ଏହି ପ୍ରକାରରେ ସହିବା ରାନୀ ଚାଟାର୍ଜି ନାମରେ ଲୋକପ୍ରିୟ ହୋଇଗଲେ । ରାନୀ କହିଛନ୍ତି କି ତାଙ୍କ ଘର ଲୋକ ଏହି କଥାକୁ ନେଇ ପ୍ରଥମେ ରାଜି ନଥିଲେ । କିନ୍ତୁ ରାନୀ ଏହି ନାମକୁ ବହୁତ ଶୁଭ ବୋଲି ମାନୁଥିଲେ କାରଣ ଏହା ବଦଳରେ ତାଙ୍କୁ ବହୁତ କିଛି ମିଳିଥିଲା ।
ମନୋଜ ତିଵାରୀ ରାନୀ ଚାଟାର୍ଜିଙ୍କ ସହିତ ‘ଶଶୁର ବଡା ପେଇସାବାଲା’ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ରାନୀ ରାତାରାତି ହିଟ ହୋଇଯାଇ ଥିଲେ ଏବଂ ଏହି ଫିଲ୍ମ ସେହି ସମୟରେ ବହୁତ ବଡ ରେକର୍ଡ କରିଥିଲା । ଏହି ଫିଲ୍ମ ପରେ ରାନୀଙ୍କୁ ଗୋଟିଏ ପରେ ଗୋଟିଏ ବହୁତ କାମ ମିଳିଲା ଏବଂ ତାଙ୍କର ଫିଲ୍ମ ମଧ୍ୟ ହିଟ ହୋଇ ଚାଲିଲା ଏବଂ ବର୍ତମାନ ସମୟରେ ସେ ଇଣ୍ଡଷ୍ଟ୍ରିର ବଡ ନାମ ହୋଇ ସାରିଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।