୪ର୍ଥ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ହାରିଯାଉ ବୋଲି ଚାହୁଁଥିଲେ ଏହି ଭାରତୀୟ ଅମ୍ପାୟାର

ଚତୁର୍ଥ ଟି-20 ରେ ଅଷ୍ଟ୍ରେଲିୟା କୁ 20 ରଣ ରେ ହରାଇଛି ଭାରତ । ଆଉ ଏହି ବିଜୟ ସହିତ ଟି-20 ମ୍ଯାଚରେ ଆଗରେ ରହିବା ସହ ସିରିଜ ଉପରେ କବଜ କରିଛି ଭାରତ । ଶୁକ୍ରବାର ରାୟପୁର ର ସହିଦ ବୀର ନାରାୟଣ ସିଂ ଷ୍ଟାଡିମାରେ ଏହି ମ୍ଯାଚ ଖେଳା ଯାଇଥିଲା । ଟସ ଜିତି ଅଷ୍ଟ୍ରେଲିୟା ପ୍ରଥମେ ବୋଲିଙ୍ଗ କରିଥିଲା । ଭାରତ ନିର୍ଧାରିତ 20 ଓଭୋର ରେ 9 ୱିକେଟ ହରାଇ 174 ରନ କରିଥିଲା ।

ଅଷ୍ଟ୍ରେଲିୟା ଦଳ ଜବରଦସ୍ତ ଓପନିଙ୍ଗ କରିଥିଲେ ବି ଓପନର ଜୋସ ଫିଲିପ ଙ୍କୁ ଆଉଟ କରି ପ୍ରଥମ ଝଟକା ଦେଇଥିଲେ ଭାରତର ସ୍ପିନର ରବି ବିଶ୍ନୋଇ । ରବି ବିଶ୍ନୋଇ ପ୍ରଥମ ବଲ ରେ ଫିଲିପି ଙ୍କୁ ଆଉଟ କରାଇଥିଲେ । ଆଉ 40 ରଣ ର ପାର୍ଟନରସିପ ଭାଙ୍ଗି ଟାର୍ଗେଟ ଚେଞ୍ଜ କରୁଥିବା ଷ୍ଟ୍ରେଲିୟା ଉପରେ ଚାପ ସୃଷ୍ଟି କରୁଥିଲେ । ଏହି ସିରିଜରେ ଚମତ୍କାର ଫର୍ମରେ ଥିବା ବିଶ୍ନୋଇଙ୍କୁ କିନ୍ତୁ ଗତ କାଲିର ମ୍ଯାଚରେ ଗୋଟେ ୱିକେଟ ମିଳିଥିଲା ।

ତେବେ ରବି ବିଶ୍ନୋଇ 3-3 ଥର ଅଷ୍ଟ୍ରେଲିୟା ବ୍ୟାଟରଙ୍କୁ ଆଉଟ କରିବାର ସୁଯୋଗ ପାଇଥିଲେ ବି ଅମ୍ପାୟର ଙ୍କ ନିସ୍ପତି ତାଙ୍କ ବିରୁଦ୍ଧରେ ଯାଇଥିଲା । ଅଷ୍ଟ୍ରେଲିୟା ବ୍ୟାଟର ବେନ ମ୍ୟାଟରମଟ 3 ଥର ଆଉଟ ହେବାରୁ ବଞ୍ଚି ଯାଇଥିଲେ । ତାଙ୍କୁ ତିନି ଥର ଯାକ ଟିଆରଏସ ର ଫାଇଦା ମିଳିଥିଲା । ଏହି 3 ଥର ତାଙ୍କୁ ବିଶ୍ନୋଇ ବୋଲିଙ୍ଗ କରିଥିଲେ । ଚତୁର୍ଥ ଓଭୋର ରେ ଶେଷ ବଲ କୁ ରବି ଗୁଡ ଲେନ ସ୍ପଟ ରେ ପକାଇଥିଲେ ଆଉ ଏହି ବଲ ଟି ଗୁବଲି ଥିଲା ।

ଆଉ ଏହା ମ୍ୟାଟରମଟ ଙ୍କ ପ୍ୟାଡ ରେ ଲାଗିଥିଲା । ରବିଙ୍କ LBW ରେ ଅପିଲରେ ଫିଲ୍ଡ ଅମ୍ପାୟାର ନଟ ଆଉଟ ଦେଇଥିଲେ । ଏଥିରେ ଭାରତୀୟ ଦଳ ରିଭିୟୁ ନେବା ପରେ ଉତ୍ତରରେ ଅମ୍ପାୟାର କଲ ଆସିଥିଲା ଆଉ ବ୍ୟାଟର ନଟ ଆଉଟ ରହିଥିଲେ । ଷଷ୍ଠ ଓଭୋରର ଶେଷ ବଲ ମଧ୍ୟ ରବି ଗୁବଲି ପକାଇଥିଲେ । ଆଉ ମ୍ୟାଟରମଟ ଏହାକୁ ସ୍ଵୀପ ସର୍ଟ ଖେଳିବାକୁ ଯାଉଥିବା ବେଳେ ବଲ ତାଙ୍କ ପ୍ୟାଡ ରେ ବାଜିଥିଲା ।

ରବିଙ୍କ ଲେଗ ବିଫୋର ଅପିଲରେ ଅମ୍ପାୟାର ପୁଣି ନାଟ ଆଉଟ ଦେଇଥିଲେ । ଆଉ ଦଳ ଏଥର ମଧ୍ୟ ରିଭିୟୁ ନେଇଥିଲା । ସେହିପରି 11ତମ ବୋଲିଙ୍ଗ କରୁଥିବା ରବି ତୃତୀୟ ବଲଟି ଅବଷ୍ଟପ ଉପରେ ଗୁବଲି ପିଙ୍ଗିଥିଲେ । ମ୍ୟାଟରମଟ ଏଥିରେ ସ୍ଵୀପ କରୁଥିବା ବେଳେ ବଲ ଏଥର ବି ତାଙ୍କ ପ୍ୟାଡ ଲାଗିଥିଲା ଆଉ ଅମ୍ପାୟାର ଆଉଟ ଘୋଷଣା କରିଥିଲେ ।

କିନ୍ତୁ ଅଷ୍ଟ୍ରେଲିୟା ଏଥିରେ ରିଭିୟୁ ନେଇଥିଲା ଆଉ ଋପ୍ଲେ ରେ ବଲ ଅବଷ୍ଟପ କରୁଥିବା ଦେଖିବାକୁ ମିଳିଥିଲା । ମ୍ୟାଟରମଟ 22 ବଲ ରୁ 19 ରଣ କରିଥିବା ବେଳେ ଅକ୍ସର ପଟେଲ ତାଙ୍କୁ କ୍ଳିନ ବୋଲ୍ଡ କରି ତାଙ୍କୁ ପ୍ୟାଭିଲିଅନ ପଠାଇ ଦେଇଥିଲେ । ତେବେ ଏହି ମ୍ଯାଚରେ ଅମ୍ପାୟାରିଙ୍ଗ କରୁଥିବା ଭାରତ ଅମ୍ପାୟାର କେ ଏଲ ପଦ୍ମାନାଭନଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।