ମୋ ସହ ଛୁଆ କରିବୁ ଆଉ ଜଣଙ୍କ ସାଙ୍ଗରେ ରହିବୁ ? ନିଜ ସ୍ବାମୀଙ୍କ ବିରୁଦ୍ଧରେ କିଛି ଏମିତି ଅଭିଯୋଗ ଆଣିଲେ ସ୍ତ୍ରୀ, ଶୁଣିଲେ ମୁଣ୍ଡରେ ହାତ ଦେବେ, ଦେଖନ୍ତୁ Video

ବିବାହ ଏକ ଏପରି ବନ୍ଧନ ଯାହା ଦୁଇଟି ମଣିଷଙ୍କୁ ଚିରଦିନ ପାଇଁ ଗୋଟିଏ ପବିତ୍ର ବନ୍ଧନରେ ବାନ୍ଧି ଦିଏ । କିନ୍ତୁ ଅନେକ ସମୟରେ ଏହି ପବିତ୍ର ବନ୍ଧନରେ ଲାଗିଯାଏ କଳଙ୍କ । ଆଉ ଭାଙ୍ଗିଯାଏ ଏହି ପବିତ୍ର ବନ୍ଧନ । ଆଜିର ସମାଜରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳୁଛି । ପ୍ରତିଦିନ ଏପରି କିଛି ନା କିଛି ଖବର ଶୁଣିବାକୁ ମିଳୁଛି । ଆଜି ଏହିପରି ଗୋଟିଏ ଖବର ଆମେ ନେଇ ଆସିଛୁ । ମହିଳା ଜଣକ ନିଜ ଛୋଟ ଝିଅକୁ ଧରି ନ୍ୟାୟ ପାଇଁ ମହିଳା କମିଶନର ଦ୍ଵାରସ୍ଥ ହୋଇଛନ୍ତି ।

ତାଙ୍କ ସ୍ଵାମୀ ପୁନେରେ ଏକ ଆଇଟି କମ୍ପାନୀରେ କାମ କରୁଥିଲେ । ଘର ଲୋକ ବୁଝାବୁଝି କରି ସେମାନଙ୍କ ବିବାହ ଠିକ କରିଥିଲେ । ଆଉ ବିବାହ ଠିକ ହେବାର ଚାରି ମାସ ପୂର୍ବରୁ ଦୁହେଁ ଫୋନରେ କଥା ହେଉଥିଲେ ଓ ଦୁଇ ଜଣ ଏହି ବିଭା କରିବାକୁ ପ୍ରସ୍ତୁତ ଥିଲେ । କିନ୍ତୁ ବିବାହ ପର ଦିନ ତାଙ୍କ ସ୍ଵାମୀ ଚାହିଁଥିଲେ ସ୍ପେସ । ସ୍ତ୍ରୀଙ୍କୁ କହିଥିଲେକି ସେ ତାଙ୍କ ସହ ରହିବାକୁ ଚାହୁଁ ନାହାନ୍ତି, ତାଙ୍କୁ ସ୍ପେସ ଦରକାର । କେବଳ ଘରଲୋକଙ୍କ ଖୁସି ପାଇଁ ସେ ଏହି ବିବାହ କରିଥିଲେ ବୋଲି କହିଥିଲେ । ଆଉ ୧୦ ଦିନ ପରେ ଚାଲି ଯାଇଥିଲେ ପୁନେ ।

ବର୍ଷେ ପରେ ମହିଳାଙ୍କ ଝିଅଟିଏ ଜନ୍ମ ହୋଇଥିଲା । ହେଲେ ମଧ୍ୟ ତାଙ୍କୁ ଆଉ ସ୍ତ୍ରୀର ମାନ୍ୟତା ଦେବାକୁ ଚାହୁଁନି ସ୍ଵାମୀ । ସ୍ଵାମୀ ଅନ୍ୟ ସ୍ତ୍ରୀ ସହ ବାହାରେ ରହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମହିଳା । ଏହିସବୁ ସହି ନ ପାରି ମହିଳା କମିଶନଙ୍କ ଦ୍ଵାରସ୍ଥ ହେବା ପରେ ଦୁହିଁଙ୍କ ସହମତିରେ ଡିଭୋର୍ସ ପାଇଁ କଥା ଆଗେଇଥିଲା ।

ଆଉ ଝିଅଟିଏ ଥିବାରୁ ସ୍ତ୍ରୀ ଙ୍କୁ ୧୦ ଲକ୍ଷ ଟଙ୍କା ମଧ୍ୟ ସ୍ଵାମୀ ଦେବାର ଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ଟଙ୍କା ଦେଇ ନାହାନ୍ତି, ଆଉ ଏବେ ଟଙ୍କା ଦେବେ ନାହିଁ ବୋଲି ମନା କରି ଦେଉଛନ୍ତି । ସେଥିପାଇଁ ଏବେ ନ୍ୟାୟ ପାଇବା ପାଇଁ ମହିଳା ଜଣକ ଦାବି କରିଛନ୍ତି । ଏହି ମାମଲାରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।