ହସ୍ଟେଲରେ ଛାତ୍ରୀ କଲା ଆତ୍ମହତ୍ୟା, ହଷ୍ଟେଲ ୱାର୍ଡେନ ଉପରେ ପରିବାର ଆଣିଲେ ସାଂଘାତିକ ଅଭିଯୋଗ

ନମସ୍କାର ବନ୍ଧୁଗଣ । ଅଧାରୁ ଚାଲିଗଲା ବଢିଲା ଝିଅ । ପାଣିରେ ପଡିଲା କାଲିର ଭବିଷ୍ୟତ ପାଇଁ ଆଜିର ବଳିଦାନ । ଯେଉଁ ଆଶା ସହ ଝିଅକୁ ଉଚ୍ଚ ଶିକ୍ଷିତ କରିବାକୁ ବାପା-ମା ଅଣ୍ଟା ଭିଡିଥିଲେ ଆଜି ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଯାହା ପାଇଁ ସବୁ ଜଳାଞ୍ଜଳି ଦେଇଥିଲେ ତାହା ରଙ୍ଗ ଆଣିବା ପୂର୍ବରୁ ଫସର ଫାଟିଲା । ଝିଅ ଆରପାରିକୁ ଚାଲି ଯାଇଛି ଗେଲ ବସରରେ ବଢିଥିବା ଅଲି ଅଳି ଝିଅ ।

ଆଉ ଝିଅକୁ ଝୁରି ଝୁରି କାନ୍ଦୁଛନ୍ତି ବାପା ମା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଔପଦା ଈଶ୍ବରପୁର ବାଙ୍କିପଦା ଗାଁ ର ବଙ୍କା ବିହାରୀ ମହାନ୍ତି ଓ ସରସ୍ଵତୀ ମହାନ୍ତି ଙ୍କ ଝିଅ ଏବେ ଆରପାରିକୁ ଚାଲି ଯାଇଛନ୍ତି । ଝିଅର ନାଁ ହେଉଛି ସମୀକ୍ଷା । ସମୀକ୍ଷା ଙ୍କ ମା ଅଭିଯୋଗ କରିଛନ୍ତି ଯେ କଲଜେ ୱାର୍ଡେନ ମାଡ ମାରିଥିଲେ । ୱାର୍ଡେନ ଙ୍କ ଅତ୍ୟାଚାର ସହି ନ ପାରି ଝିଅ ନିଜର ଜୀବନ ହାରିଛି ।

ଅନ୍ୟ ପାଖରେ ଏହି କଥା ମିଛ ବୋଲି ୱାର୍ଡେନ ସଫେଇ ଦେଇଛନ୍ତି । ମହା ବିଦ୍ୟାଳୟର MD ସମାନ କଥା ଦୋହାରାଇଛନ୍ତି । ପିଲା କୁ କେହି ମାଡ ମାରି ନାହାନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି MD  । ଆତ୍ମହତ୍ୟା ପଛରେ କାରଣ ଯାହା ବି ହେଉ ତାହା ପୋଲିସ ତଦନ୍ତ ସାପେକ୍ଷ । କିନ୍ତୁ ବାପା ମାଙ୍କର ଗୋଟେ ମାତ୍ର ଝିଅ ଯାହାକୁ ହରାଇ ଉଭୟ ଧର୍ଯ୍ୟ ହରା ହୋଇ ପଡିଛନ୍ତି ।

ସମୀକ୍ଷା ଙ୍କ ମା କହିଛନ୍ତି ଯେ ସେ ସମୀକ୍ଷା ଙ୍କ ସହ ଫୋନ ରେ କଥା ହୋଇଥିଲେ । ମଙ୍ଗଳବାର ଦିନ ଘରକୁ ଆସିବେ ସେ କହିଥିଲେ କିନ୍ତୁ ଦେଖିଲା ବେଳକୁ ଆଜି ସକାଳୁ ସକାଳୁ ଆତ୍ମହତ୍ୟା କରିଛନ୍ତି । ତେବେ ଏହି କଥାରେ ପ୍ରତିକ୍ରିୟା ରଖିକି ୱାର୍ଡେନ କହିଛନ୍ତି ଯେ ଏତେ ଛୋଟ ଛୁଆକୁ କଣ ମୁଁ ମାଡ ଦେଇ ପାରିବି । ମୁଁ କାହାକୁ ବାଦଏ ନାହିଁ ।

ଏତେ ବଡ ମିଛ କଥା କେମିତି କହି ପାରୁଛନ୍ତି । ମାଡ କିଛି ଦେଇନି । ସମୀକ୍ଷା ରାତିରେ ଖାଇ ପିଇ ରାତିରେ ସୋଇଥିଲା । କିନ୍ତୁ ସକାଳୁ ଦେଖିଲା ବେଳକୁ ସେ ଏମିତି କରିଛି । ଏ ନେଇ MD  କହିଛନ୍ତି ଯେ ଏଟା ବହୁତ ଦୁର୍ଭାଗ୍ୟଜନକ କଥା । ରାତି 9ଟା ବେଳେ ମୁଁ ଏଠାରୁ ଗଲି ସବୁ ଠିକ ଠାକ ଥିଲା । ସକାଳ 4ଟା ବେଳେ ଶୁଣିଲା ବେଳକୁ ଏମିତି ହୋଇଛି । ବହୁତ ଦୁଃଖ ଲାଗୁଛି ।

ଆମେ ଛୁଆଙ୍କ ସହ ବହୁତ ମିସିଛୁ । ବହୁତ ଖରାପ ଲାଗୁଛି । ସମୀକ୍ଷା 15 ଦିନ ହେବ ନୂଆ ଆସିଛି । ମାଡ କଥା ସଂପୂର୍ଣ୍ଣ ମିଛ । ଝିଅ ପିଲାଙ୍କୁ କେହି ମାଡ ମାରନ୍ତି ନାହିଁ । ସମୀକ୍ଷାଙ୍କ ଗାଁ ପିଲା ଆସିଥିଲେ । ଆଉ ସେମାନଙ୍କ ମଧ୍ୟରୁ 3 ଜଣ ଗାଁ କୁ ଯାଇଥିଲେ । କିନ୍ତୁ ସମୀକ୍ଷା ଜିଦି କରିବାରୁ ତାଙ୍କ ମା ମନା କରିଥିଲେ । ବୋଧ ହୁଏ ଏଥିପାଇଁ ସମୀକ୍ଷା ଏମିତି କରିପାରେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।