ନିର୍ବାଚନ ପ୍ରତିଶ୍ରୁତି ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଆକାଉଣ୍ଟକୁ ପଠାଇଲେ ଟଙ୍କା । ଗରିବ କୃଷକଙ୍କ ଜନଧନ ଆକାଉଣ୍ଟରେ ଜମା ହେଲା ୧୫ ଲକ୍ଷ ଟଙ୍କା । ମୋଦି ଟଙ୍କା ପଠାଇବା କଥା ଜାଣି ଖୁସି ହୋଇ ଯାଇଥିଲେ ଗରିବ ଚାଷୀଜଣକ । କାରଣ ତେବେ ଟଙ୍କା ରୋଜଗାର କରିବା ତାଙ୍କ ପକ୍ଷେ ସମ୍ଭବ ନଥିଲା । ସେଥିପାଇଁ ଟଙ୍କା ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଚିଠି ଲେଖି ଧନ୍ୟବାଦ ମଧ୍ୟ ଜଣାଇଲେ । ଆଉ ସେହି ଟଙ୍କାରେ ନିଜ ପରିବାର ପାଇଁ ଘରଟିଏ ତୋଳିଲେ ।

ହେଲେ ଘର ତୋଳିବାର ୬ ମାସ ପରେ ସ୍ଵପ୍ନର ଘର ଏବେ କାଳ ସାଜିଲା । ତାଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା ଭୁଲରେ ଆସିଥିବା ବେଳେ ବ୍ଯାଙ୍କ ପକ୍ଷରୁ ଘରକୁ ଏକ ନୋଟିସ ଆସିଛ । ଏଥିରେ ତୁରନ୍ତ ଟଙ୍କା ଫେରାଇବା ପାଇଁ ବ୍ଯାଙ୍କ ପକ୍ଷରୁ କୁହାଯାଇଛି । ସଂପୂର୍ଣ୍ଣ ଘଟଣା ଜାଣିବା ପରେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀଜଣକ । ମହାରଷ୍ଟ୍ର ଔରଙ୍ଗାବାଦ ଜିଲ୍ଲା ପଇଠକ ଗ୍ରାମର କେନେଶ୍ବର ଓଟି । ବ୍ଯାଙ୍କ ଅଫ ବରୋଦାରେ ତାଙ୍କର ଜନଧନ ଆକାଉଣ୍ଟ ରହିଛି ।
୨୦୧୧ ଅଗଷ୍ଟ ୧୭ ତାରିଖରେ ତାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ୩୪ ହଜାର ୬୨୪ ଟଙ୍କା ଆସିଥିଲା । ଏତେ ଟଙ୍କା ଦେଖି ସେ ଆଶ୍ଚର୍ଯ୍ୟ ହେବ ସହ ଖୁସି ମଧ୍ୟ ହୋଇଥିଲେ । ତଥାପି ତୁରନ୍ତ ଟଙ୍କା ଉଠାଇ ନଥିଲେ କେନେଶ୍ଵର । କିଛି ମାସ ଅପେକ୍ଷା କରିବା ପରେ ଯେତେବେକେ ତାଙ୍କ ଆକାଉଣ୍ଟରୁ ଟଙ୍କା ଫେରସ୍ତ ହେଲା ନାହିଁ କି ବ୍ଯାଙ୍କ ପକ୍ଷରୁ ତାଙ୍କୁ ଯୋଗାଯୋଗ ମଧ୍ୟ କରାଗଲା ନାହିଁ ।

ତେବେ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଦେଇଥିବା ଟଙ୍କା ପ୍ରତିଶ୍ରୁତି କଥା ସେ ଭାବିଥିଲେ । ଆଉ ସେହି ଟଙ୍କାରେ ନୂଆ ଘରଟିଏ ତୋଳିବା ପାଇଁ ୯ ଲକ୍ଷ ଟଙ୍କା ଉଠାଇଥିଲେ । କିନ୍ତୁ ମନଲାଖି ଘର ତୋଳିବାର ୬ ମାସ ପରେ ଏବେ ବ୍ଯାଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ଏବେ ଟଙ୍କା ଫେରାଇବା ପାଇଁ ବ୍ଯାଙ୍କ ନୋଟିସ ଦେଖି କେନେଶ୍ବରଙ୍କ ହୋସ୍ ଉଡିଯାଇଛି । ସେ ତ ସେହି ଟଙ୍କାରେ ଘର ତୋଳି ସାରିଛନ୍ତି ଏବେ କଣ କରିବେ ଭାଳି ହେଉଛନ୍ତି ।
ହେଲେ ତାଙ୍କ ଆକାଉଣ୍ଟରେ ବାକି ଥିବା ୬ ଲକ୍ଷ ଟଙ୍କା ବ୍ଯାଙ୍କ ଫେରାଇ ନେଇଛି । ତେବେ ଗ୍ରାମ ପଞ୍ଚାୟତ ପାଇଁ ଆସିଥିବା ଟଙ୍କା ଭୁଲରେ କେନେଶ୍ବରଙ୍କ ଆକାଉଣ୍ଟରେ ଜମା ହୋଇ ଯାଇଥିଲା ବୋଲି ବ୍ଯାଙ୍କ କର୍ମଚାରୀ କହିଛନ୍ତି । କିଛି ମାସ ପରେ ତଦନ୍ତରୁ ସତ କଥା ସାମ୍ନାକୁ ଆସିବା ପରେ ଏବେ ଏହି ଘଟଣା ଚର୍ଚ୍ଚାରେ ରହିଛି ।